୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି

ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ୍‌ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସ୍ମୃତି ଟେଲିଭିଜନରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲେ। ୧୯୯୮ରେ ସେ ମିସ୍‌ ଇଣ୍ଡିଆ ପିଜାଣ୍ଟ୍‌ ଫାଇନାଲ୍‌ରେ ସ୍ଥାନ ଅଧିକାର କରିଥିଲେ। ସେହିବର୍ଷ ସେ ମିକା ସିଂଙ୍କ ଆଲବମ୍‌ ‘ସାବନ୍‌ ମେ ଲଗ୍‌ ଗଇ ଆଗ୍‌’ରେ ଅଭିନୟ କରିଥିଲେ। ୨୦୦୦ରେ ସେ ଟିଭି ଧାରାବାହିକ ‘ଆତିଶ୍‌’ ଏବଂ ‘ହମ୍‌ ହୈ କଲ୍‌ ଆଜ ଔର କଲ୍‌’ରେ ଅଭିନୟ କରିଥିଲେ। ତେବେ ଏକତା କପୁରଙ୍କ ‘କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି’ ଧାରାବାହିକରେ ଅଭିନୟ କରି ସ୍ମୃତିଙ୍କୁ ବେଶ୍‌ ପରିଚିତି ମିଳିପାରିଥିଲା। ସ୍ମୃତି ‘ଅଲ୍‌ ଇଜ୍‌ ଓ୍ବେଲ୍‌’, ‘ଜୟ ବୋଲୋ ତେଲେଙ୍ଗାନା’, ‘ମାଲିକ୍‌ ଏକ୍‌’, ଅମ୍ରିତା ଆଦି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୦୧ରେ ସେ ଜୁବିନ୍‌ ଇରାନୀଙ୍କୁ ବିବାହ କରିଥିଲେ। ୨୦୦୩ରେ ସ୍ମୃତି ଭାଜପାରେ ଯୋଗଦେଇଥିଲେ। ଏହାପରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ...

ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି...

‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ

ମୁମ୍ବାଇ: କପ୍‌-ଡ୍ରାମା ଏବଂ ଆକ୍ସନ ଫିଲ୍ମ ପରେ ଜନ୍‌ ଆବ୍ରାହମ୍‌ଙ୍କୁ ଆଗାମୀ କମେଡି ଫିଲ୍ମ ‘ପାଗଲପନ୍ତି’ରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ଚଳିତ ବର୍ଷ ଶେଷଭାଗରେ...

ଅଧା ସପନରେ ପାହିଲା ରାତି, ମଉନେ ବସିଛି ମଉନାବତୀ…

ପ୍ରଶ୍ନ-ଥରେ ଏକ ସୁନ୍ଦର ସ୍ବପ୍ନ ଦେଖୁଥିଲି। ମୋ ମନର ମଉନାବତୀ ସପନରେ ଆସିଲା। ହେଲେ ସେ କିଛି କହିବା ପୂର୍ବରୁ ରାତି ପାହିଗଲା। ଏବେ ମୁଁ...

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କୁ ଇଡିର ସମନ

ମୁମ୍ବାଇ,୫।୮: ବଲିଉଡ୍‌ର ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ବିବାଦ ଘେରରେ...

କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ...

ବିବାହ ବନ୍ଧନରେ ବାନ୍ଧି ହେଲେ ବାହୁବଲୀ ଫେମ୍‌ ରାଣା ଦଗ୍ଗୁବତୀ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ କଳାକାର ରାଣା ଦଗ୍ଗୁବତୀ ହାତକୁ ଦୁଇ ହାତ ହୋଇଛନ୍ତି। ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ବିବାହ...

ସାରା ଯାହା ଚାହୁଁଥିଲେ

ସାରା ଅଲ୍ଲୀ ଖାନ ଯାହା ଚାହୁଁଥିଲେ ତାହା ଯେ ଏମିତି ହଠାତ୍‌ ପୂରଣ ହୋଇଯିବ ତାହା ସେ ବିଶ୍ୱାସ କରିପାରୁନାହାନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ...

Coronavirus Update

Archives

Model This Week

Why Dharitri