Posted inଫୁରସତ

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨ ବର୍ଷ ଧରି କନ୍ୟାଘରଙ୍କଠାରୁ କୌଣସି ଯୌତୁକ ଅବା ଅନ୍ୟ ଉପହାର ଗ୍ରହଣ କରି ନାହାଁନ୍ତି। ଇତିମଧ୍ୟରେ ପରିବାରରେ ୬ଜଣ ପୁଅଙ୍କର ବିବାହ ହୋଇଛି। ତେବେ ପ୍ରତି ବିବାହରେ ପରିବାର ପକ୍ଷରୁ କନ୍ୟା ଘରଠାରୁ ୫ କିଲୋ ମିଶ୍ରି ଏଂ ୧୧ଟି ନଡ଼ିଆ ଗ୍ରହଣ କରାଯାଇଥାଏ। ଏଭଳି ଉଚ୍ଚ ଚିନ୍ତା ଧାରା ଫତେହଚନ୍ଦାନି ପରିବାର ସଦସ୍ୟଙ୍କଠାରେ ଦେଖିବାକୁ ମିଳିଥାଏ। ପରିବାରର ୨୧ ଜଣ ସଦସ୍ୟ ଏକାଠି ଗୋଟିଏ ଛାତ ତଳେ ବାସ କରୁଛନ୍ତି। ଏକ ଘରୋଇ ସ୍କୁଲର ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଅନୀଲ ଫତେହଚନ୍ଦାନି କୁହନ୍ତି ଆମ ଘରେ ୪ ଭାଇ ଏବଂ ୩ ଭଉଣୀ ମିଳିତ ଭାବେ ରହୁଛନ୍ତି। ପିତା ଜେଠାନନ୍ଦ ଫତେହଚନ୍ଦାନିଙ୍କର ଏକ ଫ୍ୟାକ୍ଟ୍ରି ଅଛି। ୧୯୭୮ରେ ପରିବାରର ବଡ଼ ପୁଅ କିଶୋର କୁମାରଙ୍କର ବିବାହ ହୋଇଥିଲା। ପିତା କନ୍ୟାଘରଠାରୁ ଯୌତୁକ ନ ଆଣିବାକୁ ସର୍ତ୍ତ ରଖିଥିଲେ। ଏହାପରେ ଏହି ଧାରା ଜାରି ରହିଛି। ସେହିପରି ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ କୌଣସି ଉପହାର ନ ଆଣିବାକୁ ଅନୁରୋଧ କରାଯାଇଥାଏ ବୋଲି ଅନୀଲ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri