Posted inରାଜ୍ୟ

୪୨ ଡିଗ୍ରୀ ଖରାରେ ଦୌଡ଼ାଇଲେ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ୪୨.୪ ଡିଗ୍ରୀ ଖରାରେ ଟ୍ରେନିଂ ଚାଲିଥିଲାବେଳେ ଜଣେ ମହିଳା ପୋଲିସ ଅଫିସରଙ୍କ ସମେତ ୨୪ରୁ ଊର୍ଦ୍ଧ୍ୱ ଅଚେତ ହୋଇପଡିଥିଲେ। ଆମ୍ବୁଲାନ୍ସ ବଦଳରେ ସେମାନଙ୍କୁ ସ୍କୁଟିରେ ବୋହି ଟ୍ରେନିଂ ସେଣ୍ଟର ପରିସର ହସ୍ପିଟାଲକୁ ଅଣାଯାଇଥିଲା। ତୁରନ୍ତ ଅକ୍ସିଜେନ ଓ ସାଲାଇନ୍‌ ଲଗାଯାଇ ଚିକିତ୍ସା କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଉପରିସ୍ଥ ଅଧିକାରୀଙ୍କୁ ଦାୟୀ କରି ଅସୁସ୍ଥ ଟ୍ରେନି ଯବାନ ଓ ପୋଲିସ ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଚନ୍ଦକାସ୍ଥିତ ସ୍ପେଶାଲ ଅପରେଶନ ଗ୍ରୁପ୍‌ (ଏସ୍‌ଓଜି) ଟ୍ରେନିଂ ସେଣ୍ଟରରେ ସକାଳ ସାଢ଼େ ୫ଟାରୁ ସାଢ଼େ ୯ଟା ଓ ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୬ଟା ରେଗୁରାଲ ଟ୍ରେନିଂ ହୁଏ। ୫ କେଜି ଓଜନର ବନ୍ଧୁକ ଓ ୧୦ କେଜି ଓଜନର ସାମଗ୍ରୀ ଥିବା ବ୍ୟାଗ୍‌ କାନ୍ଧ ଓ ପିଠିରେ ଲଦି ଟ୍ରେନିଂ ନେବାକୁ ପଡେ। ପୂର୍ବରୁ ସମସ୍ତ ଯବାନ ଓ ମାଓବାଦୀ ଅଞ୍ଚଳରେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଏହି ଟ୍ରେନିଂ ଦିଆଯାଇଥାଏ। ଏବେ ସମସ୍ତ ପୋଲିସ ଅଧିକାରୀଙ୍କ ପାଇଁ ଏସ୍‌ଓଜି ଟ୍ରେନିଂ ବାଧ୍ୟତାମୂଳକ କରାଯାଇଛି। ବୁଧବାର ସକାଳେ ରେଗୁରାଲ ଟ୍ରେନିଂ ପରେ ସ୍ବତନ୍ତ୍ର ଟ୍ରେନିଂ ଆରମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଏସ୍‌ଓଜି ଯବାନ, ୭ଜଣ ଡିଏସ୍‌ପି ର଼୍ୟାଙ୍କ୍‌ର ମହିଳା ପୋଲିସ ଅଧିକାରୀ ଓ ୩୦ଜଣ ପୋଲିସ ଏସ୍‌ଆଇ ଥିଲେ। ବୁଧବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରହିଥିଲାବେଳେ ସକାଳ ୯ଟାରୁ ପ୍ରବଳ ତାତି ଅନୁଭୂତ ହୋଇଥିଲା। ସ୍ବତନ୍ତ୍ର ଟ୍ରେନିଂ ବେଳକୁ ତାପମାତ୍ରା ଆହୁରି ବଢ଼ିଯାଇଥିଲା। ଝାଞ୍ଜିରେ ମୁହଁ ପୋଡ଼ିଗଲା ଭଳି ଲାଗୁଥିଲା। ଦୌଡୁଥିବାବେଳେ ପ୍ରଥମେ କେତେଜଣ ଅସୁସ୍ଥ ଅନୁଭବ କରୁଥିବା ନେଇ ଟ୍ରେନିଂ ଅଫିସରଙ୍କୁ ଜଣାଇଥିଲେ। ହେଲେ ଉପରିସ୍ଥ ଅଫିସର କିଛି ନ ଶୁଣି ଦୌଡ଼ିବାକୁ କହିଥିଲେ। ଫଳରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ଅଧିକାଂଶ ଅଚେତ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଆଣିବାକୁ ଉପସ୍ଥିତ ଅଧିକାରୀମାନେ ଫୋନ୍‌ କରି କାର୍ଯ୍ୟାଳୟକୁ ଜଣାଇଥିଲେ। ହେଲେ ଡ୍ରାଇଭର ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ପରେ ସ୍କୁଟି, ବାଇକ୍‌ ଓ ଅନ୍ୟ ଗାଡ଼ିରେ ସେମାନଙ୍କୁ ଟ୍ରେନିଂ ସେଣ୍ଟର ପରିସରସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ୨୦ ଏସ୍‌ଓଜି ଯବାନ, ୩ଜଣ ଏସ୍‌ଆଇ ଓ ଜଣେ ମହିଳା ଡିଏସ୍‌ପିଙ୍କୁ ଅକ୍ସିଜେନ, ସାଲାଇନ୍‌ ଦିଆଯାଇ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଅନ୍ୟ କେତେଜଣ ସାମାନ୍ୟ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା।
ଘଟଣା ସଂକ୍ରାନ୍ତରେ ଏସ୍‌ଓଜି ଟ୍ରେନିଂ କମାଣ୍ଟାଣ୍ଟ୍‌ ଅନିରୁଦ୍ଧ କୁମାର ସିଂଙ୍କୁ ପଚାରିବାରୁ ସେ କହିଲେ, ମାଓବାଦୀଙ୍କ ସହ ଲଢ଼ିବାକୁ ଆମକୁ ସେପରି ଦକ୍ଷ ହେବାକୁ ପଡ଼ିବ। ତେଣୁ ଯବାନ ଓ ପୋଲିସ ଅଧିକାରୀଙ୍କୁ କଡା ଟ୍ରେନିଂ ଦେବାକୁ ପଡୁଛି। ବୁଧବାର ଟ୍ରେନିଂ ସମୟରେ ଗରମ ଓ ଗୁଳୁଗୁଳି ଟିକେ ଅଧିକ ଥିଲା। ୧୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ଏବେ ସେମାନେ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ନ ଯାଉଣୁ ତୃତୀୟ ଭୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୧୪ା୭:ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଗତ ଏପ୍ରିଲ ୧୩ରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମେ ୧୩ରେ ୧୯, ଜୁନ ୧୩ରେ ୪୫...

ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ

କାଳିଆପାଣି,୪।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏକମାତ୍ର ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ। ଯାଜପୁରରେ ପ୍ରଥମ କରୋନା...

ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ

ଦାରିଙ୍ଗବାଡ଼ି,୮।୫: ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ ଶୁକ୍ରବାର କରାଯାଉଥିଲା। ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି...

କ୍ରୀଡ଼ାବିତ୍‌ଙ୍କ ଭତ୍ତା ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେମାନଙ୍କ...

ଜାରି ହେଲା ଗାଇଡ୍‌ଲାଇନ୍‌: ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ, ୯ ଜିଲାରେ ରୋଷ୍ଟର ଭିତ୍ତିରେ କାମ କରିବେ ୩୩% କର୍ମଚାରୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିଚାରୀ। ଜିଲାପାଳ, ଉପଜିଲାପାଳ, ଆରଡିସି, ତହସିଲ, ଆର୍‌ଆଇ ଅଫିସ ସମସ୍ତ କର୍ମଚାରୀ ଆସିବେ। କେବଳ ୯ଟି...

ବଢ଼ିଲା ପିଲାଙ୍କ ଚିନ୍ତା

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଏବେ ଶିଶୁଙ୍କ ଉପରେ କରୋନାର ଆଖି ପଡ଼ିଲାଣି। ଫଳରେ ଚିନ୍ତା ବଢିଛି। ଗତ ଦୁଇଦିନରେ ୧୮ବର୍ଷରୁ କମ୍‌ ବୟସ ବର୍ଗରେ ୨୪୨...

ବ୍ରିଜରେ ଝୁଲିରହିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ସୋର,୧୮।୫(ଡି.ଏନ୍‌.ଏ): ସୋର ୧୬ନମ୍ବର ଜାତୀୟ ରାଜପଥ ଉତ୍ତେରେଶ୍ୱର ନକଟରେ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ସାହୁ ନାମକ ଏକ ଘରୋଇ ବସ୍‌ ବ୍ରହ୍ମପୁରରୁ...

କୋରାପୁଟରେ ଉତ୍ପାଦିତ କଫି ଗଲା କର୍ନାଟକ

କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟର ଉତ୍ପାଦିତ ୩୧୮ କୁଇଣ୍ଟାଲ କଫି ଶନିବାର ୨ଟି ଟ୍ରକରେ କର୍ନାଟକ ପଠାଯାଇଛି। ଏହାକୁ ଜିଲାପାଳ ଅବଦାଲ ମହମ୍ମଦ ଅଖତାର ପତକା ଦେଖାଇ ଶୁଭାରମ୍ଭ...

Advertisement


Archives

Model This Week