ବଇଣ୍ଡା, ୧୨ା୬(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ବୋଲି କହି ଜଣେ ମହିଳାଙ୍କୁ ହଣ୍ଡପା ଥାନା ଅଞ୍ଚଳର ଯୁବକଙ୍କ ସହ ବିବାହ କରାଇଦେବା ଘଟଣା ଏବେ ଥାନାରେ ପହଞ୍ଚିଛି। ତାଙ୍କୁ ନିର୍ଯାତନା ଦିଆଯିବା ସହ ସମ୍ପର୍କୀୟ ଯୁବକଙ୍କ ସହିତ ଜୋର ଜବରଦସ୍ତ ବିବାହ କରାଯାଇଥିବା ନେଇ ମହିଳା ଜଣକ ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ମୋଟ୍ ୪୦ ଜଣଙ୍କ ନାମରେ ନଂ. ୭୯/୨୦ରେ ମାମଲା ରୁଜୁ କରିବା ସହ ମହିଳାଙ୍କ ଶ୍ୱଶୁର, ଶାଶୁ, ସ୍ବାମୀ ଓ ଶ୍ୱଶୁରଙ୍କ ବଡ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ମହିଳାଙ୍କ ଅଭିଯୋଗ ମୁତାବକ, ରବିବାର ଅପାଙ୍କ ପୁଅ ନିକଟସ୍ଥ ଅଞ୍ଚଳକୁ ବ୍ୟବସାୟ ପାଇଁ ଆସିଥିବା ବେଳେ ରାତି ହୋଇଯିବାରୁ ଫେରି ନ ପାରି ତାଙ୍କ ଘରକୁ ଆସିଥିଲେ। ସେ ଯୁବକ ଜଣଙ୍କୁ ଖାଇବାକୁ ଦେଉଥିବା ସମୟରେ ଶ୍ୱଶୁର ବାହାର ପଟୁ ତାଲା ପକାଇ ଦେଇଥିଲେ। ଯେତେ ଡାକିଥିଲେ ମଧ୍ୟ କବାଟ ଖୋଲି ନ ଥିଲେ। ପ୍ରାୟ ୩ ଘଣ୍ଟା ପରେ ଅନ୍ୟମାନଙ୍କ ସହାୟତାରେ ଶ୍ୱଶୁର ଯୁବକଙ୍କୁ ଏକ ଦଉଡିରେ ବାନ୍ଧି ଆକ୍ରମଣ କରିଥିଲେ। ଏଥିସହ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପୂର୍ବରୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବାବେଳେ ଏବେ ମିଥ୍ୟାରେ ପରକୀୟା ପ୍ରୀତି ପ୍ରସଙ୍ଗ ଉଠାଇ ନିର୍ଯାତନା ଦେବା ସହ ଗଁାରେ ବୈଠକ କରି ଜୋର ଜବରଦସ୍ତ ସମ୍ପର୍କୀୟ ଯୁବକଙ୍କ ସହିତ ବିବାହ କରାଇଥିବା ମହିଳା ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଠାକୁରଗଡ ଆଇଆଇସି ଗବାକ୍ଷ ନାୟକ କହିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All

ସେବା ସମବାୟ ସମିତିରେ ଅଚଳାବସ୍ଥା
ଖଇରା, ୨।୭(ଡି.ଏନ.ଏ.)-ଭଦ୍ରକ ଏଆରସିଏସ୍୍ (ଆସିଷ୍ଟାଣ୍ଟ ରେଜିଷ୍ଟର କୋ-ଅପରେଟିଭ ସୋସାଇଟି) ଅଧୀନରେ ଥିବା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମାଣିତ୍ରୀ ସେବା ସମବାୟ ସମିତିରେ ଅଚଳାବସ୍ଥା...

ହଳଦିଆ ବାହାଳରେ ହାତୀ ଆତଙ୍କ
ଓଡ଼ାପଡ଼ା,୧୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ସେକ୍ସନ ଅଞ୍ଚଳରେ ୬୦ ହାତୀ ଉପଦ୍ରବ ଚଳାଇଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବୁଧବାର ପ୍ରାୟ...

ମାସ୍କ ବାଣ୍ଟିଲା ଜାବ
ବରଗଡ଼ ଅଫିସ,୧୮।୪: କରୋନା (କୋଭିଡ-୧୯) ଭୂତାଣୁ ପ୍ରତିହତ କରିବା ପାଇଁ ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ...

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ ରାଜେଶ ଦାଶ ଗୁରୁବାର ଏସ୍ଟି କେସ୍ ନଂ. ୭୬/୧୩୨/୧୭/୧୫, ଘସିପୁରା ଥାନା କେସ୍ ୬୯/୧୩.୪.୨୦୧୫ର ବିଚାର...

ଅନୁଗୋଳ ମେଡିକାଲ ପରିଦର୍ଶନ କଲେ ୫-ଟି ସଚିବ: ବାହାରୁ ମେଡିସିନ୍ କିଣାକୁ ନେଇ ଖପ୍ପା
ଅନୁଗୋଳ ଅଫିସ, ୩୦ା୧୦-ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ମଙ୍ଗଳବାର...

ଟ୍ରାଫିକ ନିୟମକୁ ନେଇ ମୁହଁ ଖୋଲିଲେ ସୁର, ଜବାବ ରଖିଲେ ପଦ୍ମନାଭ
ଭୁବନେଶ୍ୱର, ୨।୩(ବ୍ୟୁରୋ): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍ଟିଓ କର୍ମଚାରୀ ଲୋକଙ୍କ ଉପରେ ଜୁଲୁମ୍...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବନ୍ତ,୨୪।୪(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ଗ୍ରାମର ଯୁବକ ସଂଘ ତରଫରୁ ଛୟାଳସିଂ, ଆମ୍ବଗଢିଆ, ଗଣିଜାଙ୍ଗ ତରଡିପାଳ ଆଦିବାସୀ ସାହିର ପ୍ରାୟ ୭୦ ଜଣ ଅସହାୟ...

୧୭ ବର୍ଷ ହେବ ମରାମତି ହୋଇନି : ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ
ଜୁନାଗଡ଼,୧୭।୮(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା-ବନ୍ଦପଡାକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ...