୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା ୩ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଯାଇଛି। ଅର୍ଥାତ୍‌ ଏବେ ସୁଦ୍ଧା ୧୫ ଲୋକ ସଭା ଏବଂ ୧୦୫ ବିଧାନସଭା ପାଇଁ ଭୋଟ ଶେଷ ହୋଇସାରିଛି। ଏଥିରେ ରାଜ୍ୟର ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇସାରିଲାଣି। ଗତ ନିର୍ବାଚନରେ ବିଜୟୀ ହୋଇ ଲୋକ ସଭା ଏବଂ ବିଧାନସଭା ଯାଇଥିବା ନେତାମାନଙ୍କ ମଧ୍ୟରୁ କେତେଜଣ ଏଥର ସଫଳ ହୋଇ ପୁଣି ନିଜ ସ୍ଥିତି ବଜାୟ ରଖିପାରୁଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦୃଢୋକ୍ତିର ସହ ତାଙ୍କ ଦଳ ଏବେଠାରୁ ସରକାର କରିସାରିଥିବା ମତ ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦୃଢୋକ୍ତି ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଛି। ସେପଟେ ୪ର୍ଥ ପର୍ଯ୍ୟାୟ ମତଦାନ ଉପରେ ରାଜ୍ୟବାସୀଙ୍କ ବିଶେଷ ନଜର ରହିଛି। ଏହି ପର୍ଯ୍ୟାୟରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ନେତାମାନଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।
ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୩ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରଦାର କରାଯାଇଛି। ଏହି ପର୍ଯ୍ୟାୟରେ ମଧ୍ୟ ବହୁ ହେଭିଓ୍ବେଟ୍‌ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ଅନ୍ୟପଟେ ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ବିଗତ ଦିନଗୁଡ଼ିକୁ ଅତିକ୍ରମ କରିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ୪ର୍ଥ ପର୍ଯ୍ୟାୟରେ ୬ ଲୋକ ସଭା ଏବଂ ଏହାର ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବାର ଥିଲା। ମାତ୍ର କେନ୍ଦ୍ରାପଡା ଲୋକ ସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ହୋଇହୋଇଯିବାରୁ ଏହି ଆସନରେ ଆସନ୍ତା ୧୯ରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଲୋକ ସଭା ଆସନ ପାଇଁ ଭୋଟ୍‌ ହେବ। ୨୦୧୪ ସାଧାରଣ ନିର୍ବାଚନରେ ଏହି ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ ଏଥର ସେହି ଧାରାକୁ ବିଜେଡି କେତେଦୂର ସମ୍ଭାଳି ରଖିପାରିବ ସେନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଲୋକମାନଙ୍କ ମୁହଁରୁ ଲୋକ ସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀଙ୍କ ପ୍ରତି ଅଧିକ ସମର୍ଥନ ଦେଖି ବିଜେଡି କିଛିଟା କ୍ଷତି ହେବା ନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି। ନିକଟରେ ଧରିତ୍ରୀ ପକ୍ଷରୁ ବହୁ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ସ୍ଥିତି କିପରି ରହିଛି ସେନେଇ ଲୋକମାନଙ୍କ ମତାମତ ନିଆଯାଇଥିଲା। ପଶ୍ଚିମ ଓଡିଶା ଠାରୁ ଆରମ୍ଭ କରି ଦକ୍ଷିଣ ଓଡିଶା ଏବଂ ଉପକୂଳ ଅଞ୍ଚଳ ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ଏହି ସମୟରେ ଆମେ ଭେଟିଥିବା ବଲାଙ୍ଗୀରର ଭୁବନ ଭୋଇ, ଅଙ୍କରିଆ ପଦରର ଧରିତ୍ରୀ ବାଗ୍‌, ସୁଶାନ୍ତ ସେସୁଓ୍ବା ପ୍ରମୁଖ ବିଜେଡି ଲୋକମାନଙ୍କ ନିକଟରେ ଠିକ୍‌ ଭାବେ ଯୋଜନା ପହଞ୍ଚାଇ ପାରି ନ ଥିବା କହିଥିଲେ। ସେହିପରି ଦକ୍ଷିଣ ଓଡିଶାର ଆସିକା ନିର୍ବାଚନମଣ୍ଡଳୀର ସୁକାନ୍ତ ପାତ୍ର, ପ୍ରଶାନ୍ତ ପୃଷ୍ଟି ପ୍ରମୁଖଙ୍କ ସହ ଆଲୋଚନା ସମୟରେ ମଧ୍ୟ ସେମାନେ ପରିବର୍ତ୍ତନ କଥାକୁ ଅଧିକ ଗୁରୁତ୍ୱ ଦେବା ସହ ଶାସକ ବିଜେଡିକୁ ସମାଲୋଚନା କରିଥିଲେ। ସେହିପରି ଉପକୂଳର ବହୁ ଲୋକମାନଙ୍କ ସହ ମଧ୍ୟ ଆଲୋଚନା ବେଳେ ସମସ୍ତେ ଏଥର ରାଜ୍ୟରେ ପରିବର୍ତ୍ତନ ଦରକାର ବୋଲି ମତ ରଖିଥିଲେ। ତେଣୁ ଏଥର ଭାଜପା ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ସୂଚନା ମିଳୁଛି।
କେନ୍ଦ୍ରାପଡା ଲୋକ ସଭା ଆସନ ଉପରେ ରାଜ୍ୟବାସୀଙ୍କ ବିଶେଷ ନଜର ରହିଛି। ଏହି ଆସନରେ ବିଜେଡିର ବର୍ତ୍ତମାନ ମୁଖ୍ୟ ଶତ୍ରୁ ବୋଲି କୁହାଯାଉଥିବା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ଛାଡିବା ପରେ ବୈଜୟନ୍ତ ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ଦଳ ଛାଡି ବୈଜୟନ୍ତ ଶାସକ ଦଳ ବିରୋଧରେ ପ୍ରଚାର ମଧ୍ୟ ଜୋର୍‌ଦାର କରିଛନ୍ତି। ତେଣୁ ବୈଜୟନ୍ତଙ୍କୁ ରୋକିବା ଏଥର ନିର୍ବାଚନରେ ବିଜେଡିର ମୁଖ୍ୟ କାର୍ଯ୍ୟ। ଏହି ଆସନରେ ଶାସକ ଦଳ ରାଜ୍ୟ ସଭା ଏମ୍‌ପି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏହି ଆସନରେ ବିଜେଡି ଓ ଭାଜପା ମଧ୍ୟରେ ସବୁଠାରୁ ବଡ ପ୍ରତିଯୋଗିତା ହେବ ବୋଲି ଚର୍ଚ୍ଚା ଚାଲିଛି। ବାଲେଶ୍ୱର ଆସନରେ କିନ୍ତୁ ତ୍ରିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଆସନରେ ବିଜେଡି ରବୀନ୍ଦ୍ର ଜେନା, ଭାଜପା ପ୍ରତାପ ଷଡଙ୍ଗୀ ଏବଂ କଂଗ୍ରେସରୁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ୩ ରାଜନୈତିକ ଦଳ ଭିତରେ କଡା ପ୍ରତିଯୋଗିତା ଚାଲିଥିବା ଶୁଣାଯାଉଛି। ସେହିପରି ଜଗତ୍‌ସିଂହପୁର ଆସନରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ଭାଜପା ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କ ଭିତରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ଆସନରେ କିନ୍ତୁ ତ୍ରିମୁଖୀ ଲଢ଼େଇ ଆଶଙ୍କା କରାଯାଉଛି। ଏହି ଆସନରେ ବିଜେଡି ଦେବାଶିଷ ମାରାଣ୍ଡି, ଭାଜପାରୁ ବିଶ୍ୱେଶ୍ୱର ଟୁଡୁ ଏବଂ କଂଗ୍ରେସ-ଜେଏମ୍‌ଏମ୍‌ ମିଳିତ ଭାବେ ଅଞ୍ଜନୀ ସୋରେନ୍‌ଙ୍କୁ ପ୍ରାର୍ଥୀ କରିଛି। ଏଠାରେ ୩ ପ୍ରାର୍ଥୀଙ୍କ ମଧ୍ୟ କଡା ମୁକାବିଲା ଚାଲିଛି। ସେହିପରି ଭଦ୍ରକ ଆସନରେ ବିଜେଡିର ମଞ୍ଜୁଲତା ମଣ୍ଡଳ, ଭାଜପାରୁ ଅଭିମନ୍ୟୁ ସେଠୀ ଏବଂ କଂଗ୍ରେସରୁ ମଧୁମିତା ସେଠୀ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ଯାଜପୁରରେ ବିଜେଡିରୁ ଶର୍ମିଷ୍ଠା ସେଠୀ, ଭାଜପାରୁ ଅମୀୟ ଜେନା ଏବଂ କଂଗ୍ରେସରୁ ମାନସ ଜେନା ପ୍ରାର୍ଥୀ ହୋଇଛନ୍ତି। ଏଠାରେ ମଧ୍ୟ ଦ୍ୱିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ସେହିପରି ନିର୍ବାଚନ ହେବାକୁ ଥିବା ୪୨ ବିଧାନସଭା ଆସନ ମଧ୍ୟରୁ ୨୦୧୪ରେ ବିଜେଡିକୁ ଅଧିକ ସଫଳତା ମିଳିଥିଲା। ନିର୍ବାଚନ ହେବାକୁ ଥିବା ରେମୁଣାରେ ଗତଥର ଭାଜପା ଏବଂ ସାଲେପୁର, ଆଳି, ରାଜନଗର ଓ ଜଗତସିଂହପୁର ଆସନ କଂଗ୍ରେସ ହାତରେ ରହିଥିଲା। ବାକି ସମସ୍ତ ୩୨ ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ୍‌ କରିଥିଲେ। ତେବେ ଏହି ଧାରା କେତେ ମାତ୍ରାରେ ବିଜେଡି ବଜାୟ ରଖିପାରିବ ତାହା ମଧ୍ୟ ଦେଖିବା ଯୋଗ୍ୟ। ଅନ୍ୟପଟେ ଏଥର ବିଜେଡିର ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସଚୀ ନାୟକ, ପ୍ରତାପ ଦେବ, ଶଶୀଭୂଷଣ ବେହେରା, ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ ପ୍ରମୁଖ ଶେଷ ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସେହିପରି କଂଗ୍ରେସରୁ ବିଧାୟକ ହୋଇ ନିକଟରେ ଭାଜପାରେ ମିଶା ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରା, ଦାମୋଦର ରାଉତ, ପ୍ରଭାତୀ ପରିଡା, ଗୋବିନ୍ଦ ଚନ୍ଦ୍ର ଦାସ ଏବଂ କଂଗ୍ରେସର ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, ଚିରଞ୍ଜୀବ ବିଶ୍ୱାଳ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା ପ୍ରମୁଖ ଏଥର ଦୌଡରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେଉଁସବୁ ହେଭିଓ୍ବେଟ୍‌ ଦୌଡରେ ଉତ୍ତୀର୍ଣ୍ଣ ହୋଇ ନିଜ ସ୍ଥିତି ରକ୍ଷା କରିପାରୁଛନ୍ତି ତା’ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri