Posted inଜାତୀୟ

୩ ସେନାର ଆଧୁନିକୀକରଣ ପାଇଁ ମେଗା ଯୋଜନା: ବ୍ୟୟ ହେବ ୧୩୦ ବିଲିୟନ ଡଲାର

ନୂଆଦିଲ୍ଲୀ,୧୦ା୯(ପି.ଟି.): ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଭାରତୀୟ ସୈନ୍ୟବାହିନୀର ଆକ୍ରମଣ କ୍ଷମତା ବୃଦ୍ଧି ସହ ଏହାର ଆଧୁନିକୀକରଣ ଲାଗି ସରକାର ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୧୩୦ ବିଲିୟନ ଡଲାର ବ୍ୟୟ ହେବ। ୩ ସେନାର ଆଧୁନିକୀକରଣକୁ ତ୍ୱରାନ୍ବିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡିଛି। ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର, କ୍ଷେପଣାସ୍ତ୍ର, ଲଢ଼ୁଆ ଜେଟ୍‌, ବୁଡ଼ାଜାହାଜ, ଯୁଦ୍ଧଜାହାଜ କିଣାଯିବ। ତେବେ ଫାଷ୍ଟ-ଟ୍ରାକ୍‌ ଇନ୍‌ଫାଣ୍ଟ୍ରିର ତୁରନ୍ତ ଆଧୁନିକୀକରଣ ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ସ୍ଥଳସେନା ନିମନ୍ତେ ୨୬୦୦ ଆକ୍ରମଣକାରୀ ଯାନ, ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାକୁ ୧୭୦୦ ଲଢ଼ୁଆ ଯାନ କିଣାଯିବ। ସେହିପରି ବାୟୁସେନା ନିମନ୍ତେ ୧୧୦ଟି ମଲ୍ଟିରୋଲ୍‌ ଲଢ଼ୁଆ ବିମାନ କିଣା ଉପରେ ପ୍ରାଥମିକତା ଦିଆଯାଉଛି।
ଯଦି ଏକସଙ୍ଗେ ଉତ୍ତର ଓ ପଶ୍ଚିମସୀମାରୁ ଆକ୍ରମଣ ହୁଏ ତେବେ ଏହାକୁ ପ୍ରତିହତ କରିବା ଲାଗି ସେନାକୁ ଉପଯୁକ୍ତ ଭାବେ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇଦେବା ଉପରେ ସେନା ଗୁରୁତ୍ୱ ଦେଉଛି। ଚାଇନା ଇତିମଧ୍ୟରେ ଏହାର ବାୟୁସେନା ଓ ନୌସେନାର ଶକ୍ତି ଯଥେଷ୍ଟ ବୃଦ୍ଧି କରିସାରିଲାଣି। ଏହାକୁ ସମ୍ମୁଖୀନ ହେବା ଲାଗି ଭାରତୀୟ ବାୟୁସେନା ଓ ନୌସେନାକୁ ଉପଯୁକ୍ତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ସହ ପ୍ରସ୍ତୁତ ହୋଇ ରହିବାକୁ ହେବ। ନୌସେନା ଏହାର ଶକ୍ତି ବୃଦ୍ଧି ଲାଗି ଯୋଜନା ଚୂଡାନ୍ତ କରିଛି। ଆଗାମୀ ୩-୪ ବର୍ଷରେ ୨୦୦ ଜାହାଜ, ୫୦୦ ଯୁଦ୍ଧ ବିମାନ ଏବଂ ୨୪ ଆକ୍ରମଣକାରୀ ବୁଡ଼ାଜାହାଜ ଚାହୁଁଛି ନୌସେନା। ଏବେ ଉକ୍ତ ବାହିନୀ ପାଖରେ ୧୩୨ ଜାହାଜ, ୨୨୦ ବିମାନ ଓ ୧୫ ବୁଡାଜାହାଜ ରହିଛି।
ସେହିପରି ବାୟୁସେନାର ଆକ୍ରମଣ କ୍ଷମତା ଯଥେଷ୍ଟ ବୃଦ୍ଧି ଲାଗି ସରକାର ପ୍ରତିବଦ୍ଧ। ଏଥିପାଇଁ ସବିଶେଷ ଯୋଜନା ଚୂଡ଼ାନ୍ତ ହୋଇଥିବା ଏହି ସୂତ୍ରରୁ ଜଣାପଡିଛି। ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ସମସ୍ତ ବୃହତ୍‌ ମହାନଗରୀଗୁଡିକ ଉପରେ ଆକାଶ ସୀମାକୁ ସମ୍ପୂର୍ଣ୍ଣ ଅଭେଦ୍ୟ କରିବା ପାଇଁ ସରକାର ଏକ ମେଗା ପ୍ରତିରକ୍ଷା ପ୍ରକଳ୍ପ ନିମନ୍ତେ କାର୍ଯ୍ୟ କରୁଛନ୍ତି। ଆନ୍ତଃମହାଦେଶୀୟ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫ର ବାୟୁସେନାରେ ସାମିଲ ହୋଇଛି, ଯାହା ଏହାର ପ୍ରତିରକ୍ଷା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ। ଏହି ମିସାଇଲ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ୫୦୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରିବ। ଏହା ବ୍ୟତୀତ ଅଗ୍ନି-୧ (୭୦୦ କିମି), ଅଗ୍ନି-୨ (୨୦୦୦ କିମି), ଅଗ୍ନି-୩ (୨୫୦୦ କିମି) ଓ ଅଗ୍ନି-୪ (୩୫୦୦ କିମିରୁ ଅଧିକ) ପୂର୍ବରୁ ସେନାବାହିନୀରେ ସାମିଲ ହୋଇସାରିଛି। ତେବେ ସରକାର ଘରୋଇ ପ୍ରତିରକ୍ଷା ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ଆଗାମୀ ୨ ମାସ ମଧ୍ୟରେ ଏଥିପାଇଁ ନୀତି ପ୍ରଣୟନ ହେବା ଆଶା କରାଯାଉଛି।

୨୮ରେ ସାମିଲ ହେବ ଆଇଏନ୍‌ଏସ୍‌ ଖଣ୍ଡେରୀ

ମାଜାଗାଓଁ ପୋତାଶ୍ରୟରେ ନିର୍ମାଣାଧୀନ ଥିବା ଦ୍ୱିତୀୟ ସ୍କୋର୍ପେନ୍‌ ଡିଜେଲ-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଖଣ୍ଡେରୀ ଚଳିତ ମାସରେ ନୌସେନାରେ ସାମିଲ ହେବାକୁ ଯାଉଛି। ଏହି ଶ୍ରେଣୀର ପ୍ରଥମ ବୁଡ଼ାଜାହାଜ ଆଇଏନ୍‌ଏସ୍‌ କାଲଭରୀ ୨୦୧୭ ଡିସେମ୍ବରରେ ନୌସେନାରେ ଯୋଗଦେଇଥିଲା ବେଳେ ବହୁ ବିଳମ୍ବରେ ୧୫୬୫ ଟନ୍‌ ଓଜନ ବିଶିଷ୍ଟ ଖଣ୍ଡେରୀ ସାମିଲ ହେଉଥିବାରୁ ଏହା ନୌବାହିନୀର ପ୍ରତିରକ୍ଷା କ୍ଷମତା ଯଥେଷ୍ଟ ବୃଦ୍ଧି କରିବ। ଏଥିପାଇଁ ୨୮ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଦିନ ପ୍ରଥମ ଲଢ଼ୁଆ ଜାହାଜ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବା ସହ ମୁମ୍ବାଇ ନୌସେନା ଡକ୍‌ୟାର୍ଡରେ ବିମାନବାହୀ ଜାହାଜ ନିମନ୍ତେ ଏକ ଶୁଷ୍କ ପୋତାଶ୍ରୟର ମଧ୍ୟ ଉଦ୍‌ଘାଟନ ହେବ। ନୌସେନା ପାଖରେ ଥିବା ୧୩ଟି ପାରମ୍ପରିକ ବୁଡ଼ାଜାହାଜ ମଧ୍ୟରୁ ଅଧା କାର୍ଯ୍ୟକ୍ଷମ ରହିଛି। ଏହାବ୍ୟତୀତ ଆଇଏନ୍‌ଏସ୍‌ କାଲଭରୀ, ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହାଜ ଆଇଏନ୍‌ଏସ୍‌ ଚକ୍ର ଓ ଆଇଏନ୍‌ଏସ୍‌ ଅରିହନ୍ତ ନୌସେନାର ଶକ୍ତି ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri