Posted inଜାତୀୟ

୩ ସେନାର ଆଧୁନିକୀକରଣ ପାଇଁ ମେଗା ଯୋଜନା: ବ୍ୟୟ ହେବ ୧୩୦ ବିଲିୟନ ଡଲାର

ନୂଆଦିଲ୍ଲୀ,୧୦ା୯(ପି.ଟି.): ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଭାରତୀୟ ସୈନ୍ୟବାହିନୀର ଆକ୍ରମଣ କ୍ଷମତା ବୃଦ୍ଧି ସହ ଏହାର ଆଧୁନିକୀକରଣ ଲାଗି ସରକାର ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୧୩୦ ବିଲିୟନ ଡଲାର ବ୍ୟୟ ହେବ। ୩ ସେନାର ଆଧୁନିକୀକରଣକୁ ତ୍ୱରାନ୍ବିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡିଛି। ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର, କ୍ଷେପଣାସ୍ତ୍ର, ଲଢ଼ୁଆ ଜେଟ୍‌, ବୁଡ଼ାଜାହାଜ, ଯୁଦ୍ଧଜାହାଜ କିଣାଯିବ। ତେବେ ଫାଷ୍ଟ-ଟ୍ରାକ୍‌ ଇନ୍‌ଫାଣ୍ଟ୍ରିର ତୁରନ୍ତ ଆଧୁନିକୀକରଣ ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ସ୍ଥଳସେନା ନିମନ୍ତେ ୨୬୦୦ ଆକ୍ରମଣକାରୀ ଯାନ, ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାକୁ ୧୭୦୦ ଲଢ଼ୁଆ ଯାନ କିଣାଯିବ। ସେହିପରି ବାୟୁସେନା ନିମନ୍ତେ ୧୧୦ଟି ମଲ୍ଟିରୋଲ୍‌ ଲଢ଼ୁଆ ବିମାନ କିଣା ଉପରେ ପ୍ରାଥମିକତା ଦିଆଯାଉଛି।
ଯଦି ଏକସଙ୍ଗେ ଉତ୍ତର ଓ ପଶ୍ଚିମସୀମାରୁ ଆକ୍ରମଣ ହୁଏ ତେବେ ଏହାକୁ ପ୍ରତିହତ କରିବା ଲାଗି ସେନାକୁ ଉପଯୁକ୍ତ ଭାବେ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇଦେବା ଉପରେ ସେନା ଗୁରୁତ୍ୱ ଦେଉଛି। ଚାଇନା ଇତିମଧ୍ୟରେ ଏହାର ବାୟୁସେନା ଓ ନୌସେନାର ଶକ୍ତି ଯଥେଷ୍ଟ ବୃଦ୍ଧି କରିସାରିଲାଣି। ଏହାକୁ ସମ୍ମୁଖୀନ ହେବା ଲାଗି ଭାରତୀୟ ବାୟୁସେନା ଓ ନୌସେନାକୁ ଉପଯୁକ୍ତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ସହ ପ୍ରସ୍ତୁତ ହୋଇ ରହିବାକୁ ହେବ। ନୌସେନା ଏହାର ଶକ୍ତି ବୃଦ୍ଧି ଲାଗି ଯୋଜନା ଚୂଡାନ୍ତ କରିଛି। ଆଗାମୀ ୩-୪ ବର୍ଷରେ ୨୦୦ ଜାହାଜ, ୫୦୦ ଯୁଦ୍ଧ ବିମାନ ଏବଂ ୨୪ ଆକ୍ରମଣକାରୀ ବୁଡ଼ାଜାହାଜ ଚାହୁଁଛି ନୌସେନା। ଏବେ ଉକ୍ତ ବାହିନୀ ପାଖରେ ୧୩୨ ଜାହାଜ, ୨୨୦ ବିମାନ ଓ ୧୫ ବୁଡାଜାହାଜ ରହିଛି।
ସେହିପରି ବାୟୁସେନାର ଆକ୍ରମଣ କ୍ଷମତା ଯଥେଷ୍ଟ ବୃଦ୍ଧି ଲାଗି ସରକାର ପ୍ରତିବଦ୍ଧ। ଏଥିପାଇଁ ସବିଶେଷ ଯୋଜନା ଚୂଡ଼ାନ୍ତ ହୋଇଥିବା ଏହି ସୂତ୍ରରୁ ଜଣାପଡିଛି। ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ସମସ୍ତ ବୃହତ୍‌ ମହାନଗରୀଗୁଡିକ ଉପରେ ଆକାଶ ସୀମାକୁ ସମ୍ପୂର୍ଣ୍ଣ ଅଭେଦ୍ୟ କରିବା ପାଇଁ ସରକାର ଏକ ମେଗା ପ୍ରତିରକ୍ଷା ପ୍ରକଳ୍ପ ନିମନ୍ତେ କାର୍ଯ୍ୟ କରୁଛନ୍ତି। ଆନ୍ତଃମହାଦେଶୀୟ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫ର ବାୟୁସେନାରେ ସାମିଲ ହୋଇଛି, ଯାହା ଏହାର ପ୍ରତିରକ୍ଷା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ। ଏହି ମିସାଇଲ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ୫୦୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରିବ। ଏହା ବ୍ୟତୀତ ଅଗ୍ନି-୧ (୭୦୦ କିମି), ଅଗ୍ନି-୨ (୨୦୦୦ କିମି), ଅଗ୍ନି-୩ (୨୫୦୦ କିମି) ଓ ଅଗ୍ନି-୪ (୩୫୦୦ କିମିରୁ ଅଧିକ) ପୂର୍ବରୁ ସେନାବାହିନୀରେ ସାମିଲ ହୋଇସାରିଛି। ତେବେ ସରକାର ଘରୋଇ ପ୍ରତିରକ୍ଷା ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ଆଗାମୀ ୨ ମାସ ମଧ୍ୟରେ ଏଥିପାଇଁ ନୀତି ପ୍ରଣୟନ ହେବା ଆଶା କରାଯାଉଛି।

୨୮ରେ ସାମିଲ ହେବ ଆଇଏନ୍‌ଏସ୍‌ ଖଣ୍ଡେରୀ

ମାଜାଗାଓଁ ପୋତାଶ୍ରୟରେ ନିର୍ମାଣାଧୀନ ଥିବା ଦ୍ୱିତୀୟ ସ୍କୋର୍ପେନ୍‌ ଡିଜେଲ-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଖଣ୍ଡେରୀ ଚଳିତ ମାସରେ ନୌସେନାରେ ସାମିଲ ହେବାକୁ ଯାଉଛି। ଏହି ଶ୍ରେଣୀର ପ୍ରଥମ ବୁଡ଼ାଜାହାଜ ଆଇଏନ୍‌ଏସ୍‌ କାଲଭରୀ ୨୦୧୭ ଡିସେମ୍ବରରେ ନୌସେନାରେ ଯୋଗଦେଇଥିଲା ବେଳେ ବହୁ ବିଳମ୍ବରେ ୧୫୬୫ ଟନ୍‌ ଓଜନ ବିଶିଷ୍ଟ ଖଣ୍ଡେରୀ ସାମିଲ ହେଉଥିବାରୁ ଏହା ନୌବାହିନୀର ପ୍ରତିରକ୍ଷା କ୍ଷମତା ଯଥେଷ୍ଟ ବୃଦ୍ଧି କରିବ। ଏଥିପାଇଁ ୨୮ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଦିନ ପ୍ରଥମ ଲଢ଼ୁଆ ଜାହାଜ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବା ସହ ମୁମ୍ବାଇ ନୌସେନା ଡକ୍‌ୟାର୍ଡରେ ବିମାନବାହୀ ଜାହାଜ ନିମନ୍ତେ ଏକ ଶୁଷ୍କ ପୋତାଶ୍ରୟର ମଧ୍ୟ ଉଦ୍‌ଘାଟନ ହେବ। ନୌସେନା ପାଖରେ ଥିବା ୧୩ଟି ପାରମ୍ପରିକ ବୁଡ଼ାଜାହାଜ ମଧ୍ୟରୁ ଅଧା କାର୍ଯ୍ୟକ୍ଷମ ରହିଛି। ଏହାବ୍ୟତୀତ ଆଇଏନ୍‌ଏସ୍‌ କାଲଭରୀ, ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହାଜ ଆଇଏନ୍‌ଏସ୍‌ ଚକ୍ର ଓ ଆଇଏନ୍‌ଏସ୍‌ ଅରିହନ୍ତ ନୌସେନାର ଶକ୍ତି ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri