୩ ସପ୍ତାହରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବନ ବିଭାଗ ସଚିବଙ୍କୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଚନ୍ଦକା ଅଭୟାରଣ୍ୟରୁ ବାହାରି ପୁରୀ ଓ ଖୋର୍ଦ୍ଧା ଜିଲାର ଜନବସତି ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏକ ଦନ୍ତା ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ରେ ଶୁଣାଣି ହୋଇଥିଲା। ହାତୀ ଆକ୍ରମଣ ଘଟଣାର ତଦନ୍ତ ରିପୋର୍ଟ ୩ ସପ୍ତାହରେ ଦାଖଲ କରିବାକୁ ବନ ବିଭାଗ ସଚିବ ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତର ଆହତଙ୍କୁ ୩୦ହଜାର ଓ ସାମନ୍ୟ ଆହତଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ କମିଶନ କହିଛନ୍ତି।
ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏ ନେଇ କମିଶନଙ୍କ ନିକଟରେ ଗତ ସୋମବାର ପିଟିଶନ ଦାଖଲ କରିଥିଲେ। ପ୍ରଦୀପ୍ତ ଉକ୍ତ ପିଟିଶନରେ ଉଲ୍ଲେଖ କରିଥିଲେ ଯେ, ଗୋଟିଏ ବଣୁଆ ଦନ୍ତାହାତୀ ଚନ୍ଦକା ଅଭୟାରଣ୍ୟରୁ ବାହାରି ଆସିଲା କିପରି? ପୁଣି ବନ ବିଭାଗର ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ? ଯେତେବେଳେ କଣାସ ଅଞ୍ଚଳରେ ହାତୀ ରହିଥିଲା, ସେତେବେଳେ ଲୋକେ ଫଟୋ ଉଠାଇ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇଲେ। ହେଲେ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ହତୀଟି ୨୪ ଘଣ୍ଟା ବୁଲିବା ପରେ ପିପିଲି, ଡେଲାଙ୍ଗ ଓ ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଥିଲା। ୪ ଲୋକଙ୍କ ଜୀବନ ନେବାପରେ ବନ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ତେଣୁ ଅବହେଳା କରିଥିବା ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେବାକୁ କମିଶନଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ବକପ ଉଦଘାଟନୀ ଉତ୍ସବ: ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌

ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ଟୁଇଟ୍‌ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଐତିହାସିକ ବାରବାଟୀ ଷ୍ଟାଡିୟମରେ...

୮ରୁ ୧୦ ଯାଏ ସିଝିବ ପଶ୍ଚିମ ଓଡ଼ିଶାରେ

ଭୁବନେଶ୍ୱର, ୭।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ୮ରୁ ୧୦ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ୮ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର...

ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ: ହିତାଧିକାରୀ ଅସନ୍ତୋଷ

ଝୁମ୍ପୁୁରା, ୧୭।୭ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେତେକ ପଞ୍ଚାୟତରେ ପିଡିଏସ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ଆଦିବାସୀ...

ୟେଲୋ ଜୋନ୍‌କୁ ଫେରିଲା ଖୋର୍ଦ୍ଧା

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ୭ ଶହ ମୁହାଁ ହୋଇଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୫ ଜିଲାରୁ ୬୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ...

ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର

ଭଦ୍ରକ ଅଫିସ,୧୪।୧୦: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ନାମାଙ୍କନ ପତ୍ର...

୩୨୦୬.୮୮ କୋଟି ଜିଏସ୍‌ଟି କ୍ଷତିପୂରଣ ମିଳିନି

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ବାବଦରେ କେନ୍ଦ୍ର ନିକଟରେ ୮୬୮୮.୧୯ କୋଟି ଟଙ୍କାର କ୍ଷତିପୂରଣ...

ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଅଛନ୍ତି କଟକର ଜଣେ ୨୩ ବର୍ଷୀୟ ଯୁବକ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୯ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରୁ କଟକର ଜଣେ ୨୩ ବର୍ଷୀୟ ଯୁବକ ଓ ୭୨ ବର୍ଷୀୟ ବୃଦ୍ଧ,...

ବାଣ ଫୁଟିଲେ ବଢିପାରେ କରୋନା: ଡିଏମ୍‌ଇଟି

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍‌କୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢେଇବା ଭଳି ସୂଚନା ଦେଇଛି। ବାଣ ଫୁଟିଲେ ବଢିପାରେ କରୋନା ଏ ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ...

Advertisement
Archives

Model This Week