୩ ଲଜ୍‌ରେ ଅନୈତିକ କାର୍ଯ୍ୟ: ଧରାପଡ଼ିଥିବା ୧୬ ଯୁବକ ଗିରଫ

ବାରିପଦା ଅଫିସ,୨୨।୧୨- ମୟୂରଭଞ୍ଜ ଜିଲା ବାରିପଦା ସହର ଜନଗହଳିପୂର୍ଣ୍ଣ ବଗୁଳି ମାର୍କେଟରେ ଥିବା ୩ଟି ଲଜ୍‌ରେ ଦେହ ବେପାର ଭଳି ଅନୈତିକ କାର୍ଯ୍ୟ ଚାଲିଥିବା ସନ୍ଦେହରେ ସ୍ଥାନୀୟ ଟାଉନ ଥାନା ପୋଲିସ ଶନିବାର ଚଢ଼ାଉ କରିଥିଲା। ସେଠାରୁ ଧରାପଡିଥିବା ୩୨ ଯୁବତୀଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ପଚରାଉଚୁରା ପରେ ଏକ ବଡଧରଣ ଅନୈତିକ କାର୍ଯ୍ୟର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟ – ୧୯୫୬ (ୟୁ /ଏସ-୩, ୪,୫, ୬, ୭)ରେ ୩ଟି ମାମଲା (ନଂ.୪୧୧/୪୧୨/୪୧୩/୧୯)ରୁଜୁ କରି ୧୫ ଯୁବକଙ୍କ ସମେତ ୩ ହୋଟେଲର ୪ ମ୍ୟାନେଜରଙ୍କୁ ମିଶାଇ ୧୯ଜଣଙ୍କୁ ଗିରଫ କରିଛି। ୩ ଲଜ୍‌ରୁ ଉଦ୍ଧାର ୧୫ ଯୁବତୀଙ୍କୁ ସ୍ବଧାର ଗୃହକୁ ପଠାଯାଇଛି। ଶାନ୍ତି ଲଜ୍‌ର ମ୍ୟାନେଜର ଶ୍ୟାମସୁନ୍ଦର ସେଠୀ, କ୍ରିଷ୍ଣା ଲଜ୍‌ର ମ୍ୟାନେଜର ଗଗନ ବିହାରୀ ବେହେରା, ଶ୍ରୀକ୍ରିଷ୍ଣା ଲଜ୍‌ର ମ୍ୟାନେଜର ପଙ୍କଜ କୁମାର ନାୟକ ଓ ସତ୍ୟଜିତ ମାରାଣ୍ଡିିଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଙ୍କ ସମେତ ସମ୍ପୃକ୍ତ ଯୁବତୀଙ୍କୁ ଡାକ୍ତରୀ ମାଇନା କରାଯାଇଛି।
ବାରିପଦା ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି, ଏସବୁ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ସୂଚନାକୁ ଆଧାରକରି ତଦନ୍ତ କରାଯିବା ବେଳେ ଶନିବାର ସେଠାରେ ବହୁସଂଖ୍ୟକ ଯୁବତୀଯୁବକ ଥିବା ସୂଚନା ମିଳିଥିଲା। ଏସବୁ ଲଜ୍‌ରେ ତତ୍‌କ୍ଷଣାତ ଚଢାଉ କରିବା ସକାଶେ ୩ଟି ପୋଲିସ ଟିମ୍‌ ଗଢାଯାଇ ଅପରାହ୍ନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଅପରାହ୍ନ ୩ଟା ସୁଦ୍ଧା ଚଢ଼ାଉ ସରିଥିଲା। ଦେଢ଼ଘଣ୍ଟା ଧରି ପୋଲିସ ହୋଟେଲର ସମସ୍ତ କୋଠରିକୁ ତନ୍ନ ତନ୍ନ କରି ଯାଞ୍ଚ କରି ୩ ଲଜ୍‌ର ବିଭିନ୍ନ ରୁମ୍‌ରେ ଥିବା ଏହି ଯୁବତୀଯୁବକଙ୍କୁ ଉଦ୍ଧାର କରିଥିଲା। ଯୁବତୀ ଯୁବକଙ୍କ ସମେତ ଲଜ୍‌ ମ୍ୟାନେଜରଙ୍କୁ ଗାଡିରେ ପୋଲିସ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ଜଣାପଡିଥିବା ନେଇ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ୩ ଲଜ୍‌ ମଧ୍ୟରୁ ଶାନ୍ତି ଲଜ୍‌ରୁ ୨ ଯୁବତୀ, ୨ ଯୁବକ, କ୍ରିଷ୍ଣା ଲଜ୍‌ର ୁ୮ ଯୁବତୀ, ୮ ଯୁବକ ଓ ଶ୍ରୀକ୍ରିଷ୍ଣା ଲଜରୁ ୬ ଯୁବତୀ ଓ ୬ ଯୁବକ ଉଦ୍ଧାର ହୋଇଥିବା ପୋଲିସ କହିଛି। ଏହି ଚଢାଉରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଓ ସବ୍‌ ଇନ୍ସପେକ୍ଟର ରୀତାରାଣୀ ବେହେରା ପ୍ରମୁଖ ସାମିଲ ଥିଲେ।
ପୋଲିସ କେମିତି ସନ୍ଦେହ କଲା…
ଗତ କିଛିଦିନ ତଳେ ବାରିପଦା ଟାଉନ ଥାନାରେ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରିବା ବେଳେ ବଗୁଳି ମାର୍କେଟସ୍ଥିତ ଏକ ହୋଟେଲରେ ଉକ୍ତ କଲେଜ ଛାତ୍ରୀ ଜଣେ ବନ୍ଧୁଙ୍କ ସହ ଯାଇ ରହିଥିବା ଜଣାପଡିଥିଲା। ଏ ନେଇ ପୋଲିସ ହୋଟେଲର ଜଣେ କର୍ମଚାରୀଙ୍କୁ ଗତ ଗୁରୁବାର ରାତିରେ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରି ଶୁକ୍ରବାର ରାତିରେ ଛାଡି ଦେଇଥିଲା। ଉକ୍ତ କଲେଜ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଶୁକ୍ରବାର ଠାବ କରିବା ପରେ ସେମାନଙ୍କୁ ପଚରାଉଚୁରା କରି ହୋଟେଲ ସମ୍ପର୍କରେ ତଥ୍ୟ ନେଇଥିଲା। ଜଣେ ଯୁବତୀ ଓ ଯୁବକଙ୍କୁ ହୋଟେଲରେ କିଭଳି ରହିବାକୁ ଦିଆଯାଇଥିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଶନିବାର ଚଢ଼ାଉ କରିଥିବା କୁହାଯାଉଛି। ଉଲେଖନୀୟ ଯେ, ଏଥିପୂର୍ବରୁ ୨୦୧୭ ନଭେମ୍ବରରେ ବାରିପଦା ସହରର ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋକୁ ତାଙ୍କର ଜଣେ ସହପାଠୀ ଛାତ୍ର ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ପୋଲିସ ଏହାର ତଦନ୍ତ କରିବା ବେଳେ ଏକ ହୋଟେଲ କୋଠରିରେ ଫଟୋ ଉଠାଯାଇଥିବା ଜଣାପଡିଥିଲା। ସେତେବେଳେ କେବଳ ସମ୍ପୃକ୍ତ କଲେଜ ଛାତ୍ରଙ୍କୁ ଗିରଫ କରାଯାଇଥିଲେ ବି ହୋଟେଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଳକ ସାରମୁଳା ପଞ୍ଚାୟତ ଗୋବରା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚିକିତ୍ସା...

ବାଲିଘାଟ ନିଲାମକୁ ନେଇ ଆଶଙ୍କା

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲାରେ ବାଲି ଖନନକୁ ନେଇ ପ୍ରସ୍ତୁତ କରାଯାଇଥିବା ସର୍ଭେ ରିପୋର୍ଟ(ଡିଏସ୍‌ଆର)କୁ ବେଆଇନ ଦର୍ଶାଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି। ବାରିପଦାର...

ଶିଶୁ ଶିଳ୍ପୀଙ୍କ କାନଭାସ୍‌ରେ ପରିବେଶ ସୁରକ୍ଷା ବାର୍ତ୍ତା

ବାରିପଦା ଅଫିସ,୧୨ା୮- ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ସଂଗଠନ ତଥା ପ୍ରକୃତିମିତ୍ର ପୁରସ୍କାରରେ ପୁରସ୍କୃତ ସବୁଜ ମୟୂରଭଞ୍ଜ ଓ ଲଳିତ କଳା ଏକାଡେମୀ ଏବଂ ସୁର...

ବାରିପଦାରେ ବଢୁଛି ଆପରାଧିକ ମାମଲା

ବାରିପଦା ଅଫିସ,୧୨ା୪- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। ଚୋରି,ଛିନତାଇ,ସାଇବର ଠକେଇ, ହତ୍ୟାକାଣ୍ଡ, ବଳାତ୍କାର ଆଦି ଘଟଣା...

ଗ୍ରାମବାସୀ-ବନ କର୍ମଚାରୀ ମୁହାଁମୁହିଁ

କପ୍ତିପଦା,୧।୧(ଡି.ଏନ.ଏ.): ବନ ବିଭାଗର ଏକ ଗୃହ ନିର୍ମାଣକୁ ନେଇ ଗ୍ରାମବାସୀ ଓ ବିଭାଗୀୟ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ହଡ଼ପ ଘଟଣା: ୧୦ ଅଧିକାରୀ, ୩ ସରପଞ୍ଚଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ବାରିପଦା ଅଫିସ, ୨୫ା୬: ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନ ବରେହିପାଣି, ଗୁଡ଼ୁଗୁଡ଼ିଆ ଓ ଧଳବଣୀ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ହଡ଼ପ ଘଟଣାରେ ୧୦ ସରକାରୀ...

ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମକୁ ଏସ୍‌ଏଚ୍‌ଜି ମହିଳାଙ୍କ ବିରୋଧ

ବେତନଟୀ, ୧୦ା୬(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଋଣ ଗ୍ରହୀତାମାନଙ୍କୁ ଅଗଷ୍ଟମାସ ପର୍ଯ୍ୟନ୍ତ ଋଣ କିସ୍ତି ପୈଠ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ...

Advertisement
Archives

Model This Week