୩ ରୁପା ମୂର୍ତ୍ତି ଉଦ୍ଧାର

ବାଲୁଗାଁ,୨୧ା୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ନିକଟ ଛେଡାପଦରସ୍ଥିତ ଶାଳିଆ ନଦୀର ଝିଞ୍ଜିରି ଶଙ୍ଖଠାରୁ ରବିବାର ୩ ରୁପା ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି। ନୂଆ ଭଳି ଲାଗୁଥିବା ମୂର୍ତ୍ତିଗୁଡିକ ପାଣିରୁ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି।
ପ୍ରକାଶ ଯେ, ରବିବାର ସକାଳେ ସବୁଦିନ ଭଳି ଗବପଦର ଗ୍ରାମର ଧୀବର ଜଗବନ୍ଧୁ ଜାଲି ମାଛ ମାରିବା ନିମନ୍ତେ ଜାଲ ନେଇ ଉକ୍ତ ଶଙ୍ଖଠାରେ ଖନ୍ଦା ବସାଇଥିଲେ। ପୂର୍ବାହ୍ନ ୧୦ଘଟିକା ସମୟରେ ସେ ଜାଲ ଉଠାଇବା ବେଳେ ତାଙ୍କ ଗୋଡ଼ରେ ଏକ ସିମେଣ୍ଟ ଅଖା ବାଜିଥିଲା। ତାହାକୁ ସେ ଉଠାଇ ଦେଖିବାରୁ ସେଥିରେ ଶିବ, ଦୁର୍ଗା ଓ ରାଧାକୃଷ୍ଣଙ୍କ ୩ଟି ରୁପା ମୂର୍ତ୍ତି ଥିବା ଜାଣିଥିଲେ। ମୂର୍ତ୍ତିଗୁଡ଼ିକର ଉଚ୍ଚତା ୧ଫୁଟରୁ ଅଧିକ ହୋଇଥିବା ବେଳେ ଓଜନ ପ୍ରାୟ ୨କିଲୋଗ୍ରାମରୁ ଅଧିକ ହେବ। ସଙ୍ଗେ ସଙ୍ଗେ ସେ ଗ୍ରାମକୁ ଆସି ଗାଁ ମୁଖିଆ ହଟକିଶୋର ଜାଲି ଓ ଅନ୍ୟ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପ୍ରଚାରିତ ହେବା ପରେ ମୂର୍ତ୍ତିଗୁଡ଼ିକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ମୂର୍ତ୍ତିଗୁଡ଼ିକର ପ୍ରମାଣ ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦିଆଯିବ ନଚେତ୍‌ ଯଦି କେହି ଦାବିଦାର ନ ଥିବେ ତେବେ ଗ୍ରାମରେ ଥିବା ଶୈବପୀଠ ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା କରାଯିବ ବୋଲି ଗାଁ ମୁଖିଆ ଜାଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳିଆରସିଂହପୁରରେ ହାତୀ ଉପଦ୍ରବ, ୫ ଏକର ଜମିର ଫସଲ ନଷ୍ଟ

ଶେରଗଡ,୩ା୨(ଡି.ଏନ.ଏ.)-ଶେରଗଡ଼ ବ୍ଲକ ବଳିଆରସିଂହପୁର ଗ୍ରାମରେ ସୋମବାର ଭୋର୍‌ରେ ହାତୀପଲ ପଶି ପ୍ରାୟ ୫ ଏକର ଜମିର ପରିବା ଫସଲ ନଷ୍ଟ କରିଦେଇଛନ୍ତି। ଅଲାରିଗଡ଼ ଲଣ୍ଡା ପାହାଡରେ...

ଜାଣନ୍ତୁ ୪ ଦିନରେ ଓଡ଼ିଶାରୁ ପଠାଗଲା କେତେ ଅକ୍ସିଜେନ

କଟକ ଅଫିସ,୨୬।୪: କୋଭିଡ୍‌ କାୟାରେ ସାରା ଭାରତବର୍ଷ। ଏ ନେଇ ବର୍ତ୍ତମାନ ସମୟରେ ଅମ୍ଳଜାର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢ଼ାଇ...

ସହାୟତା ମିଳିବ କହି ନେଇଗଲେ ୨ ହଜାର

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଶନିବାର ଜଣେ ଦଲାଲ ୨ ହଜାର ଟଙ୍କା ଲୁଟି ନେଇଛନ୍ତି।...

ଅତ୍ୟାବଶ୍ୟକ ସମୟରେ ଅବହେଳା

ବଇଣ୍ଡା,୭ା୬:  ଗାଁ ଗାଁରେ ପଶି ସାରିଛି କୋଭିଡ୍‌ ସଂକ୍ରମଣ। ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ବଢ଼ୁଛି କଣ୍ଟେନମେଣ୍ଟ ଜୋନ୍‌। ମହାମାରୀର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ମାଡ଼ି...

ଶିକ୍ଷକଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଦ୍ଧାର

ସିମୁଳିଆ,୨ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଆନନ୍ଦ ବିହାରୀ ପତ୍ରୀ(୬୪)ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ...

କୋଟିଆରେ ଓଡ଼ିଶା ପୋଲିସର ଫ୍ଲାଗ ମାର୍ଚ୍ଚ

କୋରାପୁଟ,୧୧।୨(ସ୍ବ.ପ୍ର.): କୋଟିଆରେ ଓଡ଼ିଶା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। କୋଟିଆବାସୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଓ ଆନ୍ଧ୍ରପ୍ରଦେଶର ଅବାଧ ପ୍ରବେଶ ଉପରେ ରୋକ...

ହାଥରସ ଘଟଣାକୁ ନେଇ ବଲାଙ୍ଗୀର ଜିଲା ମହିଳା କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର ଅଫିସ,୮ା୧୦: ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣା ସମାଜରେ ମର୍ମାହତ ସୃଷ୍ଟି କରିଛି। ଏକ ଦଳିତ ନାବାଳିକା ଗଣବଳାତ୍କାର ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ ପୋଲିସ ପ୍ରଶାସନ...

ଫେରିଯିବ ସୁନ୍ଦରୀ

ଅନୁଗୋଳ ଅଫିସ,୨୧।୩: ଆଜି ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ। ଏଥିପାଇଁ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି। ଅପରାହ୍ନ ସୁଦ୍ଧା ଏହି ଦଳ ଅନୁଗୋଳରେ...

Advertisement
Archives

Model This Week