୩ ଯୁବକ ଗିରଫ: ୭୨ ବ୍ୟାଟେରି ଜବତ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜଧାନୀବାସୀଙ୍କ ସୁରକ୍ଷା ନିମନ୍ତେ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାର ବ୍ୟାଟେରି ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ କରିଛି କମିଶନରେଟ ପୋଲିସ। ସିସିଟିଭି କଣ୍ଟ୍ରୋଲ ରୁମ୍‌ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ ଥାନା ପୋଲିସ ଏହି ଗ୍ୟାଙ୍ଗର ୩ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୨ଟି ବ୍ୟାଟେରି ଜବତ କରିଛି। ଗିରଫ ୩ ଯୁବକ ହେଲେ ଖାରବେଳନଗର ଥାନା ଅନ୍ତର୍ଗତ ମସଜିଦ କଲୋନୀ ଅଞ୍ଚଳର ଖେଖ ମୁସ୍ତାକିମ, ଶେଖ୍‌ କୌସର ଅଲି ଓ ଶେଖ୍‌ ଶାହାଦତ୍‌।
ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ସିସିଟିିଭି କ୍ୟାମେରା ଖଞ୍ଚାଯାଇଛି। ଏଜି ଛକ, ଶିଶୁଭବନ ଛକ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାର ବ୍ୟାଟେରି ଚୋରି ହେଉଥିବା ଜଣାପଡ଼ିିଥିଲା। ଏହାକୁ କଣ୍ଟ୍ରୋଲ ରୁମ କର୍ମଚାରୀ ଯାଞ୍ଚ କରିବା ପରେ ରାତି ୨ଟା ପରେ କେତେଜଣ ଯୁବକ କଟର ସାହାଯ୍ୟରେ ବକ୍ସକୁ କାଟି ସିସିଟିଭି ବ୍ୟାଟେରି ଚୋରି କରି ଫେରାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏ ନେଇ କଣ୍ଟ୍ରୋଲ ରୁମ କର୍ମଚାରୀ ପ୍ରଦୀପ ମାହାଲ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା। କଣ୍ଟ୍ରୋଲ ରୁମ୍‌ କର୍ମଚାରୀମାନେ ଅଭିଯୁକ୍ତଙ୍କ ଫଟୋ ବାହାର କରିବା ସହ ସେମାନଙ୍କୁ ଧରିବା ପାଇଁ ରାତିରେ ସଜାଗ ରହିଥିଲେ। ଗୁରୁବାର ରାତି ୨ଟା ପରେ ଶିଶୁଭବନ ଟ୍ରାଫିକ ଛକରେ ଉପରୋକ୍ତ ୩ ଅଭିଯୁକ୍ତ ବ୍ୟାଟେରି ଚୋରି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। କଣ୍ଟ୍ରୋଲ ରୁମ୍‌ କର୍ମଚାରୀ ପ୍ରଦୀପ ତୁରନ୍ତ ଥାନାକୁ ଜଣାଇବା ପରେ ଘଟଣାସ୍ଥଳରେ ୨ଟି ପିସିଆର୍‌ ଚଢାଉ କରି ୩ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଥାନାକୁ ଆଣି ପୋଲିସ ପଚରାଉଚରା କରିବା ସହ ତଲାସି କରିବାରୁ ସେମାନଙ୍କ ନିକଟରୁ ୭୨ଟି ବ୍ୟାଟେରି ମିଳିଥିଲା। ଏଥିସହ ଏହି ଗ୍ୟାଙ୍ଗରେ ଆହୁରି ଅନେକ ଯୁବକ ସାମିଲ ଥିବା ତଦନ୍ତରୁ ଜଣାପଡ଼ିିଥିଲା। ଏ ନେଇ ପୋଲିସ କେସ୍‌ (ନଂ ୭୦/୨୦) ରୁଜୁ କରି ୩ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗୁଆ ଶେଷ ହେଲା ଶୀତ ଅଧିବେଶନ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ୨୫ଟି କାର୍ଯ୍ୟଦିବସ ଥାଇ ଶୁକ୍ରବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଚଳିତ ଅଧିବେଶନରେ ନିର୍ଦ୍ଧାରିତ...

କରୋନାକୁ ନେଇ ସରକାରୀ କଟକଣାକୁ ଫୁ’: ଓଡ଼ଗାଁରେ ପ୍ରହସନ ପାଲଟିଛି ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର; ସାଧାରଣର ପ୍ରଶ୍ନବାଚୀ

ଓଡଗାଁ, ୧୫।୪(ସ୍ବ.ପ୍ର.)- କରୋନା ମହାମାରୀର ଭୟାବହତା କାରଣରୁ ସାମାଜିକ ଦୂରତା ଓ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା...

ଏନ୍‌କାଉଣ୍ଟରକୁ ଡରୁନାହାନ୍ତି ଅପରାଧୀ 

କେନ୍ଦ୍ରାପଡା ଅଫିସ, ୧୯ା୯: ଅପରାଧୀଙ୍କୁ କାବୁ କରିବା ପାଇଁ କେନ୍ଦ୍ରାପଡ଼ାରେ ବାରମ୍ବାର ପୋଲିସ ଏନ୍‌କାଉଣ୍ଟର କରୁଛି। ଗତ ୧୫ ମାସ ମଧ୍ୟରେ ଜିଲା ପୋଲିସ ୧୧...

କାଜୁ ବଗିଚାରେ ନବଜାତକକୁ ଛାଡ଼ି ଚାଲିଗଲେ

ପାଟଣା,୧୧ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା କାଜୁ ବଗିଚାରୁ ସୋମବାର ସକାଳୁ ଜଣେ ନବଜାତକକୁ ଉଦ୍ଧାର କରାଯାଇଛି। କେହି କାଜୁ ଗଛମୂଳେ ଏକ ଜରି...

ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ, ୭।୭: ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଛି ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ସୋମବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୪...

କରୋନା କଟକଣାକୁ ଫୁ: ସଟ୍‌ଡାଉନ୍‌ ଉଠିବା ପରେ ଛତ୍ରବଜାରରେ ଅସମ୍ଭାଳ ଭିଡ଼

କଟକ ଅଫିସ,୬ା୪: କଟକ ସହରରେ ପ୍ରଥମ କରୋନା ଭୂତାଣୁ ଶୁକ୍ରବାର ଚିହ୍ନଟ ହୋଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା...

ବ୍ରହ୍ମପୁରରେ ସଙ୍ଗିନ ହେଉଛି କରୋନା ସ୍ଥିତି

ବ୍ରହ୍ମପୁର ଅଫିସ,୨୫ା୬-ବ୍ରହ୍ମପୁରରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହରର ଭିଡ ନିୟନ୍ତ୍ରଣ କରିବା ନେଇ ବୁଧବାର ବିଳମ୍ବିତ...

ୟୁନିୟନ୍‌ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ,୨୦।୩: ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ରେ ରହିବ। ଏନେଇ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ...

Advertisement
Archives

Model This Week