୩ ମାସର ଜନ ଶୁଣାଣି ତାରିଖ ଘୋଷଣା

ଜଗତ୍‌ସିଂହପୁର ଅଫିସ,୩୧ା୧୨: ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ତାରିଖ ଘୋଷଣା ହୋଇଛି। ଏହି ଶୁଣାଣିଗୁଡିକ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସ୍ଥିରିକୃତ ତାରିଖ ଅନୁଯାୟୀ ଜାନୁୟାରୀ ୬ରେ ବାଲିକୁଦା ବ୍ଲକରେ ଶୁଣାଣି କରାଯିବ। ସେହିପରି୧୩ରେ ନାଉଗାଁ, ୨୦ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ୨୭ରେ ଏରସମା ବ୍ଲକରେ ଶୁଣାଣି ହେବ। ଫେବୃୟାରୀ ପାଇଁ ୩ ତାରିଖରୁ ଶୁଣାଣି ଆରମ୍ଭ ହେବ। ଏହି ଦିନ କୁଜଙ୍ଗ, ୧୦ରେ ବିରିଡ଼ି, ୧୭ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ୨୪ରେ ତିର୍ତ୍ତୋଲ ବ୍ଲକରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମାର୍ଚ୍ଚ ପାଇଁ ୨ରୁ ୩୦ ତାରିଖ ମଧ୍ୟରେ ଶୁଣାଣି କରାଯିବ। ୨ରେ ରଘୁନାଥପୁର ବ୍ଲକ, ୧୬ ଜିଲାପାଳଙ୍କ କାର୍ଯ୍ୟାଳୟ, ୨୩ ବାଲିକୁଦା ବ୍ଲକ ଓ ୩୦ରେ ନାଉଗାଁ ବ୍ଲକରେ ଶୁଣାଣି ଅନୁଷ୍ଠିତ ହେବ। ଏହିସବୁ ଶିବିରରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସ୍‌ପି ପ୍ରକାଶ ଆର୍‌, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ ଡ. କାହ୍ନୁଚରଣ ଧୀର, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବ୍ଲକସ୍ତରୀୟ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ…

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା…

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri