Posted inଖେଳ

୩ ଭାରତୀୟ ବାସ୍କେଟବଲ ଖେଳାଳି ଅଟକ

ନୂଆଦିଲ୍ଲୀ,୮।୧୧- ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪ ଘଣ୍ଟା ବିତାଇବାକୁ ପଡ଼ିଛି। ଏହି ଖେଳାଳିମାନେ ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଜାତୀୟ କ୍ୟାମ୍ପକୁ ଫେରୁଥିବାବେଳେ ରାସ୍ତା କଡ଼ରେ ଝଗଡ଼ା କରୁଥିଲେ। ସେମାନଙ୍କୁ ସେଠାରେ ପୋଲିସ ଗିରଫ କରିଥିଲା ବୋଲି ଭାରତୀୟ ବାସ୍କେଟବଲ ଫେଡେରେଶନ (ବିଏଫ୍‌ଆଇ)ର ସାଧାରଣ ସମ୍ପାଦକ ଚନ୍ଦର ମୁଖୀ ଶର୍ମା କହିଛନ୍ତି। ଏହି ୩ ଖେଳାଳି ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସମସ୍ତ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଖେଳିଥିଲେ। ତିନିଜଣଙ୍କ ସହ ଜଣେ ୧୭ ବର୍ଷରୁ କମ୍‌ ଜୁନିୟର ଖେଳାଳି ଥିଲେ। ନାବାଳକ ହୋଇଥିବାରୁ ତାଙ୍କ ନାମ ଗୁପ୍ତ ରଖାଯାଇଛି। ସେମାନେ ବିଏଫ୍‌ଆଇ ଅଫିସିଆଲ କିମ୍ବା କାର୍ଯ୍ୟରତ କୋଚଙ୍କୁ ନ ଜଣାଇ ଦୁଇ ମୋଟର ସାଇକେଲରେ ବାହାରିଥିଲେ। ଗୋଟିଏ ବାଇକ୍‌ ସ୍କିଡ କରିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ। ଜାତୀୟ ଶିବିର ନିୟମ ଭାଙ୍ଗିବା ପାଇଁ ନୋଟିସ ଦିଆଯାଇଛି। ବିଏଫ୍‌ଆଇ ଅଫିସିଆଲଙ୍କ ୩ ଜଣିଆ କମିଟି ଗଠନ କରାଯାଇଛି, ଯାହା ଏହି ଘଟଣାର ତଦନ୍ତ କରିବ। ଏ ସମ୍ପର୍କରେ କୋଚ୍‌ଙ୍କୁ ଯଥା ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ୩ ଖେଳାଳି ଦୋଷୀ ସାବ୍ୟସ୍ତ ହେଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଭଳି ବିଶୃଙ୍ଖଳିତ କାର୍ଯ୍ୟ କଦାପି ଗ୍ରହଣୀୟ ନୁହେଁ। ତିନି ଜଣଙ୍କ ସହ ଥିବା ଜୁନିୟର ଖେଳାଳି କେବଳ ତାଙ୍କ ସହ ଯାଇଥିଲେ, ମାଦକ ଦ୍ରବ୍ୟ ସେବନ କରି ନ ଥିଲେ ବୋଲି ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଅଧିନାୟକ ଅମଜ୍ୟୋତ ଅଭିଯୋଗ କରିଛନ୍ତି, ବିଏଫ୍‌ଆଇ ସମ୍ପୂର୍ଣ୍ଣ ତଥ୍ୟ ଦେଉ ନାହିଁ। ମୋ ମତକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଫେସବୁକ ପୋଷ୍ଟରେ ଦାବି କରିଛନ୍ତି। ସେ କହିଛନ୍ତି, କ୍ୟାମ୍ପରେ ଏକ ଝଗଡ଼ାବେଳେ ଅର୍ଶପ୍ରୀତ ମୋତେ ବାଡ଼େଇବା ସହ ଧମକ ଦେଇଥିଲେ। ୨୭ ବର୍ଷୀୟ ଖେଳାଳି ନିଜ ଆହତ ଆଣ୍ଠୁ ଓ ହାତର ଫଟୋ ପୋଷ୍ଟ କରିଛନ୍ତି। ଯାହାକି ଅର୍ଶପ୍ରୀତ ଓ ପୋଲିସ ଆକ୍ରମଣରେ ହାଇଛି। ପୂର୍ବରୁ ଅମଜ୍ୟୋତଙ୍କୁ ବିଶୃଙ୍ଖଳିତ ଗତ କାରଣ ଯୋଗୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଥିଲା। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ଅଧିନାୟକ ଯଦଓ୍ବିନ୍ଦର ସିଂଙ୍କୁ ଚଟକଣା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri