୩ ବ୍ଲକ୍‌ର ୫ ଗ୍ରାମ ସିଲ୍‌

ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ ବିରଜାପୁର ଗ୍ରାମ ପଞ୍ଚାୟତର ରାମବାଗ-କୋଦେଇବାଟି, ଯାଜପୁର ବ୍ଲକର ବାସୁଦେବପୁର ପଞ୍ଚାୟତ ବାସୁଦେବପୁର, ମାର୍କଣ୍ଡପୁର ପଞ୍ଚାୟତର ମାର୍କଣ୍ଡପୁର ଓ ପଣସା ପଞ୍ଚାୟତର ବେହେରାପାଟଣା ଓ କୋରେଇ ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ମୁକୁନ୍ଦପୁର ଗ୍ରାମରେ ବୋଲି ସୂଚନା ମିଳିଛି। ଏହିସବୁ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯିବା ସହ ବିଶୋଧନ କରି ୭ଦିନ ପାଇଁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହାସହ ସମ୍ପୃକ୍ତ ଗ୍ରାମଗୁଡିକର ପ୍ରବେଶ ପଥଗୁଡିକୁ ସିଲ କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ଆନ୍ତଃରାଜ୍ୟ ସିଲ ପ୍ରକ୍ରିୟାରେ କୋଲକୋତା-ଓଡ଼ିଶା ସୀମାନ୍ତକୁ ଅବହେଳା କରାଯାଉଥିବା କାରଣରୁ ଜିଲାରେ କ୍ରମଶଃ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି କୁହାଯାଉଛି।
ଜିଲାରେ ଏଯାବତ୍‌ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୬ କୋଲକୋତା ଫେରନ୍ତା ବୋଲି ସୂଚନା ମିଳିଛି। ଜିଲାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରି ସାରିଛନ୍ତି। ଗତ ୧୪ ତାରିଖରେ ଯାଜପୁର ବ୍ଲକ ତ୍ରିଲୋଚନପୁର ଗ୍ରାମକୁ କୋଲକାତାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ନମୁନା ପଜିଟିଭ ବାହାରିଥିଲା। ସୋମବାର ପୁଣି ୫ଜଣ ଆକ୍ରାନ୍ତ ହେବା ଘଟଣା ଜିଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଗତ ୧୪ ତାରିଖରେ ସୂଚନା ଦେଇଥିଲେ ଯେ, ୨ୟ ସଂକ୍ରମିତ ବ୍ୟକ୍ତି ଜଣକ କୋଲକତାରୁ ମାର୍ଚ୍ଚ ୨୮ ରାତିରେ ବାହାରି ମାର୍ଚ୍ଚ ୨୯ ଭୋରରୁ ପାଣିକୋଇଲିରେ ପହଞ୍ଚିଥିଲେ। ସେହି ଗାଡିରେ ଅନ୍ୟ ୧୮ଜଣ ଆସିଥିବା ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ୨ୟ ସଂକ୍ରମିତ ଚିହ୍ନଟ ହେବାର ବହୁ ପୂର୍ବରୁ ମୁକୁନ୍ଦପୁର ଅଞ୍ଚଳକୁ କୋଲକତାରୁ ଫେରିଥିବା ପ୍ରାୟ ୬ଜଣ ବ୍ୟକ୍ତି କ୍ୱାରାଣ୍ଟାଇନରେ ରହିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ନିର୍ବାହୀ ଅଧିକାରୀ ତାଙ୍କ କଥା ନ ଶୁଣି କିଛି ହେବ ନାହିଁ ବୋଲି କହି ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ। ହେଲେ ୨ୟ ସଂକ୍ରମିତ ଚିହ୍ନଟ ହେବା ପରେ ଯାଇ ମୁକୁନ୍ଦପୁର ଅଞ୍ଚଳର ସେହି ବ୍ୟକ୍ତିମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହି ୧୫ଦିନ ମଧ୍ୟରେ କୋଲକାତା ଫେରନ୍ତା ବ୍ୟକ୍ତିମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ପ୍ରଥମରୁ ସେମାନଙ୍କୁ ସ୍ବତନ୍ତ୍ରଭାବେ କ୍ୱାରାଣ୍ଟାଇନରେ ରଖାଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସେତେବେଳେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି।
ଭଦ୍ରକ ଜିଲାର ଜଣେ କରୋନା ଆକ୍ରାନ୍ତଙ୍କ ସହ ଯାଜପୁର ଜିଲାର ୬ଜଣଙ୍କ ଲିଙ୍କ ରହିଥିବା ଯାଜପୁର ଜିଲାପାଳ ସୋମବାର ସୂଚନା ଦେଇଛନ୍ତି। ସେମାନଙ୍କୁ ପ୍ରଶାସନ ଠାବ କରିବା ସହିତ କ୍ୱାରାଣ୍ଟାଇନରେ ରଖି ସ୍ବାବ ନମୁନା ସଂଗ୍ରହ କରାଯାଇଛି। ଏହାବାଦ ସେହି ବ୍ୟକ୍ତିଙ୍କ ଜଣେ ପରିବାରବର୍ଗ କଳିଙ୍ଗନଗରସ୍ଥିତ ଏକ କମ୍ପାନୀରେ ଠିକା ଶ୍ରମିକଭାବେ କାମ କରନ୍ତି ବୋଲି ସୂଚନା ମିଳିଛି। ତେଣୁ ଦାନଗଦି ବିଡିଓ ମଣିପ୍ରସାଦ ମିଶ୍ର ଓ ମେଡିକାଲ ଅଫିସର ଦେବାଶିଷ ସାହୁ ସେହି କମ୍ପାନୀକୁ ପରିଦର୍ଶନରେ ଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୪୫ ଜଣଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜିଲାର ଉପରୋକ୍ତ ୩ଟି ବ୍ଲକର ୫ଟି ଗ୍ରାମକୁ ବିଶୋଧନ କରାଯାଇ ସିଲ କରି ଦିଆଯାଇଛି। ଜିଲା ପୋଲିସ ଟିମ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏହାସହ ସେମାନଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲାପାଳ ଦାସ କହିଛନ୍ତି। ଯେହେତୁ ସରପଞ୍ଚମାନଙ୍କୁ ସରକାର ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ତେଣୁ ସେମାନେ ସେମାନଙ୍କ ଅଞ୍ଚଳକୁ ଦୃଢ଼ଭାବେ ସୁରକ୍ଷିତ କରିବାକୁ ଦାସ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?