ଛତ୍ରପୁର,୩ା୧୧(ଡି.ଏନ.ଏ.)-ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୩ ବାତ୍ୟା ଆଶ୍ରୟସ୍ଥଳୀକୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ଆଶ୍ରୟ ସ୍ଥଳୀର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ। ଉକ୍ତ ଆଶ୍ରୟସ୍ଥଳୀଗୁଡିକର ପରିଚାଳନାରେ ସଫଳତା ପାଇଁ ପୁରସ୍କାର ମିଳିଥିଲା। ସେଥିମଧ୍ୟରେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅଧୀନ କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ଓ ପୁରୁଷୋତ୍ତମପୁର ବ୍ଲକ ରାଇପୁର ପଞ୍ଚାୟତ ଅଧୀନ ଗୋବିନ୍ଦପୁର ବନ୍ୟା ଆଶ୍ରୟସ୍ଥଳୀ। ସେହିପରି ଖଲ୍ଲିକୋଟ ବ୍ଲକ ବି.ନୂଆପଲ୍ଲୀ ପଞ୍ଚାୟତ ମାନାପଲ୍ଲୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସନ୍ଧାନ ଓ ଉଦ୍ଧାରକାରୀ ଦଳଙ୍କୁ ଭଲ ପ୍ରଦର୍ଶନ କରିଥିବାରୁ ପୁରସ୍କାର ମିଳିଥିଲା। ଏହି ୩ ଆଶ୍ରୟସ୍ଥଳୀର ସଦସ୍ୟମାନେ ଶନିବାର ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଭେଟିବା ସହ ପାଇଥିବା ପୁରସ୍କାର ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ଜରୁରିକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ, ଓସ୍ଡମା ଜିଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା, କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ପରଚାଳନା କମିଟି ସଭାପତି ତଥା ଲକ୍ଷ୍ମୀପୁର ସରପଞ୍ଚ ଏମ୍.ନାରସୁମୁଲ ରେଡ୍ଡୀ, ସମ୍ପାଦକ ମାଗୁଣି ବିଷୋୟୀ, ଗୋବିନ୍ଦପୁର ବନ୍ୟା ଆଶ୍ରୟସ୍ଥଳୀ ପରଚାଳନା କମିଟି ସଭାପତି ତଥା ରାଇପୁର ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥୀ, ସମ୍ପାଦକ ପ୍ରସନ୍ନ କୁମାର ଦାଶ, ମାନାପଲ୍ଲୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସଭାପତି ବାସୁଦେବ ରାଉତ ଓ ସମ୍ପାଦକ ଜେ. କେଦାରନାଥ ପାତ୍ର, ପରିଚାଳନା ସଦସ୍ୟ ତଥା ଏ.ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…
ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…
ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…
ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…
ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…
ବାଇକ୍ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…
ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…
ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ
ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…
ସୁଧୀରଙ୍କୁ ମନୋନୀତ କଲେ ନବୀନ
ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…
ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ
ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…
Archives

