୩ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ନେପାଳର ଧାନ୍ଦିଙ୍ଗ ଜିଲାର ନୌବତ୍‌ରେ ଥିଲା ବୋଲି କୁହାଯାଉଛି। ପ୍ରଥମ ଭୂକମ୍ପ ପରେ ୬ଟା ୪୦ରେ ପୁଣିଥରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଳରେ ୪.୮ ଥିଲା। ଭୂକମ୍ପ ଯୋଗୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତି ୧ଟା ୪୫ରେ ଅରୁଣାଚଳପ୍ରଦେଶରେ ଭୂକମ୍ପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳି ନାହିଁ। ସୂଚନାଯୋଗ୍ୟ, ୩ ବର୍ଷ ତଳେ ୨୦୧୫ ଏପ୍ରିଲ୍‌ ୨୫ରେ ନେପାଳରେ ୭.୮ ତୀବ୍ରତାଯୁକ୍ତ ଭୂ୍‌କମ୍ପ ହୋଇଥିଲା। ଏଥିରେ ନେପାଳର ୩୨ଟି ଜିଲାର ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୨୦ ହଜାରରୁ ଅଧିକ ଆହତ ହୋଇଥିଲେ। ସେହିପରି ୧୯୩୪ରେ ଏଠାରେ ହୋଇଥିବା ଭୂକମ୍ପରେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ

ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ...

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ଲଗାଇ ଦେଲେ ନିଆଁ, ଜଳିଗଲା ଅନେକ ମୂର୍ତ୍ତି!

ଢାକା,୭।୧୨: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁମାନଙ୍କ ଘର ଜାଳିବା ବ୍ୟତୀତ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ମଧ୍ୟ ଅନେକ ଥର ସାମ୍ନାକୁ ଆସିଥିଲା।...

ସାରା ବିଶ୍ୱରେ ଖେଳିଯିବ ଆତଙ୍କ: ବୈଜ୍ଞାନିକମାନେ ଦେଲେ ଚେତାବନୀ

ନୂଆଦିଲ୍ଲୀ,୬।୧୨: ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍‌ ଆର୍କଟିକ ଗ୍ଲେସିୟର ସମ୍ପୂର୍ଣ୍ଣ ଲୋପ ପାଇବାକୁ ଯାଉଛି। ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି। ଏହାର ଅର୍ଥ ହେଉଛି...

କାଲିଫର୍ନିଆରେ ୭ ତୀବ୍ରତାର ବଡ଼ ଭୁମିକମ୍ପ: ପ୍ରଥମେ ସୁନାମି ଚେତାବନୀ ଜାରି ପୁଣି ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୬।୧୨: ଗୁରୁବାର ଆମେରିକାର ଉତ୍ତର କାଲିଫର୍ନିଆରେ ବଡ ଧରଣର ଭୂମିକମ୍ପ ହୋଇଛି। ଏହାପରେ ଅଧିକାରୀମାନେ ପ୍ରଥମେ ସୁନାମି ଚେତାବନୀ ଦେଇଥିଲେ କିନ୍ତୁ କିଛି ସମୟ ପରେ...

ଫ୍ରାନ୍ସ ସରକାର ଭାଙ୍ଗିଲା

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିଶେଲ ବର୍ନିଅର ପାର୍ଲାମେଣ୍ଟରେ ଅନୁଷ୍ଠିତ ଆସ୍ଥାଭୋଟରେ ପରାଜିତ ହେବା ପରେ ତାଙ୍କ ସରକାର ଭାଙ୍ଗିଯାଇଛି। ସରକାର ପତନ ପାଇଁ ୨୮୮ ଭୋଟ ଆବଶ୍ୟକ...

ପୁଷ୍ପା-୨ ସ୍କ୍ରିନିଂ ସମୟରେ ଦଳାଚକଟାରେ ମହିଳା ମୃତ, ଅଲୁ ଅର୍ଜୁନଙ୍କ ନାଁରେ ରୁଜୁ ହେଲା ମାମଲା

ହାଇଦ୍ରାବାଦ, ୫ା୧୨: ପୁଷ୍ପା-୨ ର ପ୍ରିମିୟର ସମୟରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ନିକଟରେ ହୋଇଥିବା ଦଳାଚକଟାରେ ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାକୁ...

ସିଧା ଚିଫ ଗେଷ୍ଟଙ୍କ କୋଳରେ ଲ୍ୟାଣ୍ଡ କଲେ ପରାଗ୍ଲାଇଡର, ଭିଡିଓ ଭାଇରାଲ

ଇସଲାମାବାଦ,୫।୧୨: ପାକିସ୍ତାନରେ ଏକ ଇଭେଣ୍ଟ ସମୟରେ ହଠାତ ଜଣେ ପାରାଗ୍ଲାଇଡର୍‌ ଅବତରଣ କରିବାର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା...

ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା, ଘର ଛାଡିଲେଣି ୨୦୦ ପରିବାର

ଢାକା,୫।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri