୩ ବର୍ଷ ପରେ କୁଳଭୂଷଣଙ୍କୁ ମିଳିଲା କନ୍‌ସୁଲାର ଆକ୍ସେସ: ସାକ୍ଷାତ୍‌କାର କଲେ ଡେପୁଟି ହାଇ କମିଶନର

ଇସ୍‌ଲାମାବାଦ,୨।୯: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ୩ ବର୍ଷ ପରେ କନ୍‌ସୁଲାର ଆକ୍ସେସ ମିଳିଛି। ସୋମବାର ଭାରତୀୟ ଡେପୁଟି ହାଇ କମିଶନର ଗୌରବ ଆଲୁଓ୍ବାଲିଆ କୁଳଭୂଷଣଙ୍କୁ ଭେଟିଛନ୍ତି। ହେଲେ ପାକିସ୍ତାନ ନିଜ ମନ୍ଦ ବୁଦ୍ଧିର ପରିଚୟ ଦେଇ ସାକ୍ଷାତ୍‌କାରର ସ୍ଥାନକୁ ପରିବର୍ତ୍ତନ କରିଦେଇଛି। ଏହା ପୂର୍ବରୁ କୁଳଭୂଷଣଙ୍କ ସହ ଗୌରବଙ୍କ ସାକ୍ଷାତକାର ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ କାର୍ଯ୍ୟାଳୟକୁ ଚୟନ କରାଯାଇଥିଲା। ହେଲେ ପରେ ଏହାକୁ ପରିବର୍ତ୍ତନ କରାଯାଇ କୌଣସି ଏକ ଅଜ୍ଞାତ ସ୍ଥାନରେ ସେମାନଙ୍କର ସାକ୍ଷାତ୍‌କାର କରାଯାଇଥିବା ନେଇ ସୂଚନା ମିଳିଛି। ଆଉ ଏହି ସାକ୍ଷାତ୍‌କାର ପାଇଁ ମାତ୍ର ୨ଘଣ୍ଟାର ସମୟ ଦିଆଯାଇଛି। ଆଇସିଜେ ଆଦେଶ ଅନୁସାରେ ପାକିସ୍ତାନ ଏହି ସାକ୍ଷାତ୍‌କାର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଥିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଜୁଲାଇ ୧୭ରେ ଆଇସିଜେ ଶୁଣାଇ ଥିବା ରାୟ ଅନୁସାରେ ରବିବାର ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଯାଦବଙ୍କୁ କନ୍‌ସୁଲାର ଆକ୍ସେସ ଦିଆଯିବା ନେଇ ଭାରତକୁ ଅନୁମତି ଦେଇଥିଲେ। ୨୦୧୬ରେ ପାକିସ୍ତାନ ପକ୍ଷରୁ କୁଳଭୂଷଣଙ୍କୁ ଗିରଫ କରାଯିବା ପରେ ପ୍ରଥମ ଥର ପାଇଁ ତାଙ୍କୁ କନ୍‌ସୁଲାର ଆକ୍ସେସ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରଚଣ୍ଡ

କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର...

ରୁଷିଆ ଉପରେ ଆକ୍ରମଣ, ଆଫ୍ରିକା ଆକ୍ରମଣ ସହିତ ସମାନ: ଉଗାଣ୍ଡା କମାଣ୍ଡର ପୁଟିନଙ୍କୁ କଲେ ସମର୍ଥନ…

କାମ୍ପଲା, ୨୬।୯ : ଆଫ୍ରିକାର ଉଗାଣ୍ଡା  ରୁଷିଆକୁ ଖୋଲାଖୋଲି ସମର୍ଥନ କରିଛି । ଏହା ସହିତ ସମଗ୍ର ବିଶ୍ୱକୁ ଧମକ ମଧ୍ୟ ଦେଇଛି। ଉଗାଣ୍ଡାର ସାମରିକ...

କମିବ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ

ଜାତିସଂଘ, ୨୪ା୩:ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଦ୍ୱାରା ସାରା ବିଶ୍ୱ ଏବେ ପ୍ରଭାବିତ। ଆଗାମୀ ଦିନରେ ଏହା ସମଗ୍ର ଜୀବଜଗତ ପାଇଁ ବଡ଼ ବିପଦ ସୃଷ୍ଟି...

ଇଣ୍ଡୋନେସିଆର ଟୋବେଲୋରେ ୫.୫ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୪ ।୧: ପୁଣିଥରେ ଥରି ଉଠିଛି ଇଣ୍ଡୋନେସିଆ । ୟୁନାଇଟେଡ ଜିଓଲଜିକାଲ ସର୍ଭେ(ୟୁଏସଜିସି) କହିଛି ସୋମବାର ଇଣ୍ଡୋନେସିଆର ଟୋବେଲୋଠାରୁ ୧୬୨ କିଲୋମିଟର ଉତ୍ତର ପଶ୍ଚିମରେ ଏକ...

ଏୟାର ଇଣ୍ଡିଆ ବିବାଦ: ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପଦବୀରୁ ହଟାଇଲା ନେପାଳ…

କାଠମାଣ୍ଡୁ,୨୬।୩ : ଏୟାର ଇଣ୍ଡିଆ ଏବଂ ନେପାଳ ଏୟାରଲାଇନ୍ସ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ତ୍ରିଭୁବନ  ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ...

ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…

ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର...

ଆମେରିକାରେ ପ୍ରବଳ ବନ୍ୟା: ୨୫ ମୃତ, ଅନେକ ନିଖୋଜ

ଓ୍ବାଶିଂଟନ,୩୧ା୭: ଆମେରିକାର ଅନେକ ସ୍ଥାନରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆମେରିକାର କେଣ୍ଟୁକି ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। କେଣ୍ଟୁକି ରାଜ୍ୟର...

ପ୍ରାକୃତିକ ଗ୍ୟାସ୍‌ ଚାହୁଁଥିଲେ କଟକଣା ହଟାଅ: ପୁଟିନ୍‌

ମସ୍କୋ,୧୮ା୯: ପ୍ରାକୃତିକ ଗ୍ୟାସ୍‌ ଲାଗି ରୁଷିଆ ଉପରେ ବହୁମାତ୍ରାରେ ନିର୍ଭରଶୀଳ ୟୁରୋପରେ ଏବେ ଶକ୍ତିସଙ୍କଟ ଦେଖାଦେଇଛି। ଆଗକୁ ଶୀତଋତୁ ଆସୁଥିବାରୁ ୟୁରୋପବାସୀଙ୍କ ପାଇଁ ସମସ୍ୟା ବଢ଼ିବା...

Advertisement
Archives

Model This Week