Posted inଜାତୀୟ

୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ ସିଂ ଓ ପଓ୍ବନ ଗୁପ୍ତାଙ୍କୁ ୨୨ରେ ଫାଶୀ ଦିଆଯିବାକୁ ଥିଲା। ତେବେ ମୁକେଶ ରାଜକ୍ଷମା ଆବେଦନ କରିବାରୁ ଫାଶୀ ବିଳମ୍ବ ହେବ ବୋଲି ଦିଲ୍ଲୀ ସରକାର ବୁଧବାର ହାଇକୋର୍ଟଙ୍କୁ ଜଣାଇଥିଲେ। ଏପର୍ଯ୍ୟନ୍ତ ବିନୟ ଶର୍ମା ୪ ନମ୍ବର ଜେଲ୍‌ରେ ରହିଥିବାବେଳେ ଅନ୍ୟ ୩ ଜଣଙ୍କୁ ୨ ନମ୍ବର ଜେଲ୍‌ରେ ରଖାଯାଇଥିଲା।
୪ ଅପରାଧୀଙ୍କୁ ଫାଶୀଦେବା ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀ କ୍ଷମା ଆବେଦନ କରିଥିବାରୁ ଫାଶୀଦେବା ପାଇଁ ସାନି ତାରିଖ ଜାରି କରିବା ପାଇଁ ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କ ପାଖକୁ ପତ୍ର ଲେଖିବା ପରେ ଅତିରିକ୍ତ ଦୌରା ଜଜ୍‌ ସତୀଶ କୁମାର ଆରୋରା ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବାରୁ ଫାଶୀ ତାରିଖ ସ୍ଥଗିତ ରଖିବାକୁ ଅନ୍ୟତମ ଅପରାଧୀ ମୁକେଶ କୁମାର ସିଂଙ୍କ ଓକିଲ ଅଦାଲତରେ ଆବେଦନ କରିଥିଲେ।
ଅନ୍ୟପକ୍ଷରେ ମୁକେଶଙ୍କ କ୍ଷମା ଆବେଦନ ଖାରଜ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରିଛନ୍ତି। ପିଟିଶନ୍‌ର ତର୍ଜମା କରାଯାଉଛି ଓ ଖୁବ୍‌ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ନେଇ ଏଏପି ଏବଂ ଭାଜପା ପରସ୍ପରକୁ ସମାଲୋଚନା କରିଛନ୍ତି। ଦିଲ୍ଲୀ ସରକାର ମାମଲାକୁ ଅଧିକ ଜଟିଳ କରିବା ସହ ଅପରାଧୀମାନଙ୍କୁ ସମବେଦନା ଜଣାଉଥିବା ଭାଜପା ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଏଏପି ଅଭିଯୋଗ କରିବା ସହ ଆଇନ ଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ବୋଲି କହିଛି। ଦିଲ୍ଲୀ ସରକାରଙ୍କ ଅବହେଳାରୁ ଅପରାଧୀଙ୍କୁ ଫାଶୀ ଦିଆଯାଇପାରିଲାନି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଭାଜପା ନେତା ମିଛ କହିବା ସହ ଅଣସମ୍ବେଦନଶୀଳ ମନ୍ତବ୍ୟ ଦେଉଛନ୍ତି ବୋଲି ଏଏପି ନେତା ସଞ୍ଜୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri