Posted inଜାତୀୟ

୩ ଜୈଶ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୭।୫(ପି.ଟି.):ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗୁରୁବାର ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ଜୈଶ୍‌-ଇ-ମହମ୍ମଦ(ଜେଇଏମ୍‌)ର ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ସାଧାରଣ ନାଗରିକ ଟଳିପଡ଼ିଛନ୍ତି। ପୁଲଓ୍ବାମାର ଦେଲିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷା ବଳକୁ ଗୋଇନ୍ଦା ସୂଚନା ମିଳିଥିଲା। ଗୁରୁବାର ସକାଳେ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଚଳାଇଥିବାବେଳେ ଏକ ଘରେ ଲୁଚିଥିବା ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ। ଏଥିରେ ସେନାର ସିପାହି ସନ୍ଦୀପ ଶହୀଦ ହୋଇଛନ୍ତି। ସେହିପରି ଗୁଳିମାଡ଼ରେ ରୟିସ୍‌ ଦାର ନାମକ ଜଣେ ନାଗରିକ ନିହତ ହୋଇଛନ୍ତି। ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ପାକିସ୍ତାନର ଖାଲିଦ, ଶୋପିଆନ୍‌ର ଉମର ମୀର ଓ ପୁଲଓ୍ବାମାସ୍ଥିତ କରିମାବାଦର ନାସିର ପଣ୍ଡିତ। ଏନ୍‌କାଉଣ୍ଟର ସ୍ଥଳରୁ ଅସ୍ତ୍ରଶସ୍ତ୍ର ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଛି। ମୃତ ଆତଙ୍କବାଦୀମାନେ ଏକାଧିକ ଆକ୍ରମଣରେ ସମ୍ପୃକ୍ତ ଥିଲେ। ହେଣ୍ଡିଉ ଗ୍ରାମରେ ଆଉ କେତେଜର ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷା ବଳ ସେଠାରେ ଏନ୍‌କାଉଣ୍ଟର ଚଳାଇଥିବା ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ସମୟରେ ସାମ୍ନାକୁ ଆସିଛି ପୋଲିସର ମାନବିକତା: କେନ୍ଦ୍ର

ନୂଆଦିଲ୍ଲୀ, ୨୬ ।୯: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକ୍‌ଡାଉନ ସମୟରେ ପୋଲିସର ପ୍ରତିକ୍ରିୟାକୁ ନେଇ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର...

ଚାରିଧାମ ଯାତ୍ରା: ଗୋଟିଏ ମାସରେ ୪୧ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ହରିଦ୍ୱାର, ୭।୬: ମେ ୭ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ଏହି ଯାତ୍ରାକୁ ଶୁକ୍ରବାରକୁ ମାସେ ମାସେ ପୂରିଛି। ଇତିମଧ୍ୟରେ ଏହି ଯାତ୍ରା ସମ୍ରରେ ୪୧ଜଣ...

ପଞ୍ଜାବ ସରକାରରେ ଏକମାତ୍ର ମହିଳା ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ କରୁଥିଲେ ଜନତାଙ୍କ ସେବା

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ ଡାକ୍ତର ବଲଜିତ କୌର । ବଲଜିତ ପେଶାରେ ଜଣେ ଡାକ୍ତର ହୋଇଥିବା...

ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ଡରୁ ଥିଲା ପାକିସ୍ତାନ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪।୧: ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ପାକିସ୍ତାନ ଭୟ କରୁଥିଲା ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।...

ତ୍ରିପୁରା ଦେଇ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା

ଅଗରତାଲା,୨୧।୭: ମ୍ୟାନମାରରୁ ବାଂଲାଦେଶ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସୀମାକୁ ଲାଗିଥିବା ତ୍ରିପୁରା ଦେଇ ଏମାନେ ଅନୁପ୍ରବେଶ...

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୦୯୩ ନୂଆ...

କ୍ରିକେଟ୍‌ ଦୁର୍ନୀତି ମାମଲା: ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡି ପକ୍ଷରୁ ଜେରା

ଚଣ୍ଡିଗଡ, ୩୧।୭: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ)...

Advertisement
Archives

Model This Week