୩ କର୍ମଚାରୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଭୋଗରାଇ, ୧୭।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ପାରିପାର୍ଶ୍ୱିକ ସବୁଜ ସୁନ୍ଦର ଗଢ଼ି ତୋଳିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କଠାରେ ଦାବି ହୋଇଆସୁଥିଲା। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଧାୟକ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଡା. ଚିନ୍ମୟ କୁମାର ପରିଡ଼ା ଏହି ଡାକ୍ତରଖାନାରେ ୨ବର୍ଷ ଧରି ରୋଗୀସେବା କରିଆସୁଥିଲେ। ଗତ ୩ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଡାକ୍ତରଙ୍କ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ଼ ମାରିଥିବାର ଅଭିଯୋଗ କରି ଡାକ୍ତରଖାନା ଗେଟ୍‌ ସମ୍ମୁଖରେ ଟାୟାରଜାଳି ନାରାବାଜି ପ୍ରଦର୍ଶନ କରିଥିଲେ। ପ୍ରଥମେ ଡାକ୍ତର ମାଡ଼ ମାରିବା ନେଇ ଭୋଗରାଇ ଥାନାରେ ଅଭିଯୋଗ ହୋଇଥିଲା। ଡାକ୍ତର ଏହି ଘଟଣାକୁ ଅସ୍ବୀକାର କରିବା ସହ ପ୍ରତିପକ୍ଷଙ୍କ ବିରୋଧରେ ଅନ୍ୟ ଏକ ଅଭିଯୋଗ ଥାନାରେ ଦେଇଥିଲେ। ଥାନାରେ ପରସ୍ପର ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିଦିନ ଠାରୁ ଡାକ୍ତର କାର୍ଯ୍ୟରେ ଯୋଗ ନ ଦେଇ ଛୁଟିରେ ଯାଇଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି।
ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସୁଲତାନପୁର, ସୁନାଧରବସାଣ, ଭୋଗରାଇ, ରସଲପୁର, କୁମ୍ଭୀରଗଡ଼ି, ଜୟରାମପୁର, ଗୋପୀନାଥପୁର ପଞ୍ଚାୟତର ୭ ହଜାର ଗରିବ ରୋଗୀ ସେବା ପାଇଁ ଆସୁଥିଲେ। ଡାକ୍ତର କାର୍ଯ୍ୟରେ ଯୋଗ ନ ଦେବାରୁ ସ୍ବାସ୍ଥ୍ୟସେବା ଏକପ୍ରକାର ବେହାଲ ହୋଇଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ବ୍ରଜଦୁଲାଲ କର, ଡେପୁଟେଶନରେ ଥିବା ଫାର୍ମାସିଷ୍ଟ ଦାଣ୍ଡ ହେମ୍ବ୍ରମ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ଦୁଃଶାସନ ଘଡ଼ାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀମାନେ ନିରାଶ ହୋଇ ଫେରିଯାଉଛନ୍ତି। ଆୟୁଷ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ କହିବାନୁଯାୟୀ ଦୈନିକ ଏହି ଡାକ୍ତରଖାନାରେ ଦେଢ଼ଶହ ରୋଗୀ ଡାକ୍ତର ସେବା ଯୋଗାଇ ଆସୁଥିବାବେଳେ ଡାକ୍ତରଙ୍କ ଅନୁପସ୍ଥିତି ରୋଗୀଙ୍କୁ ପ୍ରଭାବିତ କରିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିବେଶ ସ୍ବଚ୍ଛତାରେ ରାଜ୍ୟସ୍ତରୀୟ ‘କାୟାକଳ୍ପ’ ପୁରସ୍କାର ପାଇବାରେ ମନୋନୀତ ହୋଇଛି। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ସେବା ବ୍ୟାହତ ହେଉଛି ବୋଲି ସ୍ଥାନୀୟ ସରପଞ୍ଚ ସ୍ବୀକାର କରିଥିବାବେଳେ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟମାନେ ଥାନାରୁ ମାମଲା ପ୍ରତ୍ୟାହାର କରି ମାନବିକତାର ପରିଚୟ ଦେବାକୁ ସ୍ଥାନୀୟ ସରପଞ୍ଚ ପ୍ରବୀର କୁମାର ଗିରି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?