୩ ଓଡ଼ିଆ ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୨ା୧(ବ୍ୟୁରୋ):ଭାରତୀୟ ଶିଶୁ କଲ୍ୟାଣ ପରିଷଦ ବା ଇଣ୍ଡିଆନ କାଉନ୍‌ସିଲ ଫର୍‌ ଚାଇଲ୍ଡ ଓ୍ବେଲ୍‌ଫେୟାର(ଆଇସିସିଡବ୍ଲ୍ୟୁ) ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ସାହସୀ ପିଲାଙ୍କ ନାମ ଘୋଷଣା ହୋଇଛି। ଚଳିତବର୍ଷ ଏହି ପୁରସ୍କାର ପାଇବା ପାଇଁ ସାରା ଦେଶରୁ ୨୨ଜଣ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ୩ଜଣ ରହିଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୋଳର ଶ୍ରୀମତୀ ବଦ୍ରା। କେନ୍ଦ୍ରାପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରି ଦେବଦୂତ ସାଜି ୧୨ଜଣଙ୍କ ଜୀବନ ବଞ୍ଚାଇଥିଲେ। ସେହିପରି ଅନୁଗୋଳର ଶ୍ରୀମତୀ ବଦ୍ରା ଟ୍ରେନ୍‌ ଲାଇନରୁ ତାଙ୍କ ସାଙ୍ଗଙ୍କ ଜୀବନ ବଞ୍ଚାଇଥିଲେ। ନୂଆଦିଲ୍ଲୀରେ ରାଷ୍ଟ୍ରପତିଭବନରେ ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ପୁରସ୍କୃତ କରାଯିବ। ପୂର୍ଣ୍ଣିମା ଓ ସବିତାଙ୍କୁ ‘ଆଇସିସିଡବ୍ଲ୍ୟୁ ଧ୍ରୂବ ପୁରସ୍କାର’ ଏବଂ ଶ୍ରୀମତୀଙ୍କୁ ‘ଆଇସିସିଡବ୍ଲ୍ୟୁ ପ୍ରହଲ୍ଲାଦ ପୁରସ୍କାର’ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ୧୯୫୮ ଫେବୃୟାରୀ ୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦୁଇଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ପୁରସ୍କାର ପ୍ରଦାନ କରିଥିଲେ। ଏହା ପରଠାରୁ ଆଇସିସିଡବ୍ଲ୍ୟୁ ପ୍ରତିବର୍ଷ ପିଲାଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତି ପାଇଁ ଅଣାୟତ୍ତ ଆଡ଼କୁ ଭୁବନେଶ୍ୱର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରକୁ ବସ୍ତି ଆଣିବ ବଡ଼ ବିପଦ। ଏଠାରୁ ହିଁ ଆରମ୍ଭ ହେବ ଗୋଷ୍ଠୀସଂକ୍ରମଣ। ସହରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଭଳି...

ରାସ୍ତା ମଝିରେ ଜଳିଗଲା ବୋଲେରୋ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଇନ୍‌ଫୋସିଟି ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲୋରୋ  (ଓଡି-୦୨ଏନ୍‌-୦୧୪୩)ରେ ନିଅଁ। ଲାଗିଯାଇଥିଲା। ଫଳରେ ବୋଲେରୋରେ ଥିବା ଡ୍ରାଇଭର ଏବଂ ଜଣେ...

ଆଜି କରୋନା ନେଲା ୮ ଜୀବନ

ଭୁବନେଶ୍ୱର,୯।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୦୭୮...

‘ସୋସିଆଲ ମିଡିଆରେ ବୁଲୁଛି କୋଣାର୍କ ମନ୍ଦିରର ଭ୍ରମାତ୍ମକ ଫଟୋ’

ଭୁବନେଶ୍ୱର,୧୨।୨ବ୍ୟୁରୋ):ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ...

CORONAVIRUS UPDATE: ରାଜ୍ୟରେ ଦ୍ଵିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର,୬।୫:(ବ୍ୟୁରୋ)- ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମୃତକ ୭୭ ବର୍ଷୀୟ ମଧୁସୂଦନନଗର, ଭୁବନେଶ୍ୱର ବାସିନ୍ଦା ଯିଏକି କିଛିଦିନ ଧରି କିମ୍ସ କୋଭିଡ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଦେବାଂଶ

କୃଷ୍ଣପ୍ରସାଦ,୨୭୯।(ଡି.ଏନ୍‌.ଏ.): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷ ୭ ମାସର ଦେବାଂଶ ପାତ୍ର ସ୍ଥାନ ପାଇଛନ୍ତି। ସେ...

ପିଆଜ ବିକିବେ ସରକାର

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କି.ଗ୍ରା. ପ୍ରତି ୧୦ରୁ ୧୫ ଟଙ୍କାରେ ମିଳୁଥିବା ପିଆଜ ଏବେ ୬୫ ଟଙ୍କା ଛୁଇଁଲାଣି। ପିଆଜ ଗତ ଦୁଇମାସ ହେବ ଗରିବ ଓ...

ଗଞ୍ଜାମ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୧୩,୬୭୫ ପ୍ରାର୍ଥୀ

ଛତ୍ରପୁର,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ୫୦୩ ପଞ୍ଚାୟତ ପାଇଁ ସମୁଦାୟ ବିଭିନ୍ନ ପଦବୀ ନିମନ୍ତେ...

Advertisement
Archives

Model This Week