୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର ବିରୋଧ କରାଯାଉଛି। ଏହିକ୍ରମରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅତିକ୍ରମ କରିବା ପାଇଁ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ବହୁସଂଖ୍ୟକ ବିକ୍ଷୋଭକାରୀ ଅଗ୍ରସର ହୋଇଛନ୍ତି। ସୀମା ସେପଟ ଜସ୍‌କୋଲରେ ମୁତୟନ ପାକିସ୍ତାନୀ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଛନ୍ତି।
୩୭୦ ହଟାଯିବା ପ୍ରତିବାଦରେ ଜମ୍ମୁ-କଶ୍ମୀର ଲିବରେଶନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌) ଅଧ୍ୟକ୍ଷ ୟାସିନ୍‌ ମଲିକ୍‌ଙ୍କ ନେତୃତ୍ୱରେ ଫ୍ରିଡମ୍‌ ମାର୍ଚ୍ଚ ନାମରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ପିଓକେର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିକ୍ଷୋଭକାରୀମାନେ ସେଠାକାର ରାଜଧାନୀ ମୁଜାଫରାବାଦରେ ଏକତ୍ରିତ ହୋଇଥିଲେ। ଚକୋଠି ଦେଇ ଏଲ୍‌ଓସି ଅତିକ୍ରମ କରି ଶ୍ରୀନଗରରେ ପହଞ୍ଚତ୍ବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ। ହେଲେ ମୁଜାଫରାବାଦ-ଶ୍ରୀନଗର ରାଜପଥର ଜସ୍‌କୋଲଠାରେ ପୋଲିସ ଓ ସୁରକ୍ଷା କର୍ମୀ ରାସ୍ତା ଅବରୋଧ କରି ସେମାନଙ୍କୁ ରୋକି ଦେଇଛନ୍ତି। ଜେକେଏଲ୍‌ଏଫ୍‌ ମୁଖପାତ୍ର ରଫିକ୍‌ ଦର କହିଛନ୍ତି, କଶ୍ମୀରର ବିଭାଜନକୁ ଆମେ ଗ୍ରହଣ କରୁ ନ ଥିବାରୁ ଏଲ୍‌ଓସି ଡେଇଁବା ଆମର ଆଇନଗତ ଅଧିକାର। ଦ୍ୱିତୀୟତଃ କଶ୍ମୀରର ଉଭୟ ପାର୍ଶ୍ୱରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଜାତିସଂଘ ସଂକଳ୍ପନାମା ଅନୁମତି ପ୍ରଦାନ କରିଛି। ତେଣୁ ଅବରୋଧ ହଟାଇବା ଯାଏ ସେମାନେ ଧାରଣାରେ ବସିବେ।
ବିକ୍ଷୋଭକାରୀଙ୍କ ମଧ୍ୟରୁ ଅଧିକାଂଶ ଯୁବକ ହୋଇଥିବାବେଳେ ଅନେକ ମହିଳା ମଧ୍ୟ ରହିଛନ୍ତି। ପ୍ରକାଶ ଯେ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ଆମ୍ବାସାଡର ପାହ୍ୟାକୁ ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘ ସମେତ ସବୁ ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇ ବିଫଳ ହୋଇସାରିଲେଣି। ପିଓକେର ବିକ୍ଷୋଭକାରୀମାନେ କଶ୍ମୀରୀଙ୍କୁ ସହଯୋଗର ହାତ ବଢ଼ାଇବାକୁ ଯାଇ ଏଲ୍‌ଓସି ଅତିକ୍ରମ କଲେ ଭାରତ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରିବ। ତେଣୁ ଏଲ୍‌ଓସି ଆଡ଼କୁ ଅଗ୍ରସର ହୁଅନ୍ତୁ ନାହିଁ ବୋଲି ବିକ୍ଷୋଭକାରୀଙ୍କୁ ଇମ୍ରାନ୍‌ ଶନିବାର ଚେତାଇ ଦେଇଥିଲେ।

 

ପିଓକେ ବୁଲିଲେ ଆମେରିକା ପ୍ରତିନିଧି

ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଆମେରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପିଓକେ ପରିଦର୍ଶନ କରିଛି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀଙ୍କ ଅନୁରୋଧକ୍ରମେ ଆମେରିକା ସିନେଟର କ୍ରିସ୍‌ ଭାନ୍‌ ହୋଲେନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଆସିଥିଲା। ଏଥିରେ ସିନେଟର ମାଗିଏ ହାସନ ଓ ଆମ୍ବାସାଡର ପଲ ଜୋନ୍ସଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ। ସେମାନେ ପିଓକେ ରାଷ୍ଟ୍ରପତି ସର୍ଦ୍ଦାର ମାସୁଦ ଖାନଙ୍କୁ ରାଜଧାନୀ ମୁଜାଫରାବାଦରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡିଓ କ୍ଲିପ୍‌ ନେଇ ବଢ଼ିଲା ଇମ୍ରାନ୍‌ଙ୍କ ଅଡୁଆ…

ଇସଲାମାବାଦ,୪।୩ : ଦୁଇ ପ୍ରଦେଶରେ ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ସେନା ସହ ବନ୍ଧୁତା କରିବାର...

କନ୍ୟାଙ୍କୁ ସେନା ହେଲିକପ୍ଟରରେ ଘରକୁ ନେଇ ଆସିଲେ ତାଲିବାନ କମାଣ୍ଡର, ବିବାହ ପାଇଁ ଶ୍ୱଶୁରଙ୍କୁ ଦେଲେ ୧୨ ଲକ୍ଷ

କାବୁଲ,୫ ।୭: ତାଲିବାନ କମାଣ୍ଡର ତାଙ୍କ ନବବିବାହିତ ପତ୍ନୀଙ୍କୁ ଘରକୁ ଆଣିବାକୁ ସେନା ହେଲିକପ୍ଟରର ବ୍ୟବହାର କରିଥିବା ଜଣାପଡିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କନ୍ୟାଙ୍କୁ...

ଜୀବନ କାଳ ମଧ୍ୟରେ ୨୦ କିଲୋଗ୍ରାମ ପ୍ଲାଷ୍ଟିକ୍‌ ଖାଉଛନ୍ତି ଲୋକେ!

ଲଣ୍ଡନ,୯ା୧୨: ଥରେ ଚିନ୍ତା କଲେ ଯଦି ଆପଣ କାହାକୁ ପଚାରନ୍ତି କ’ଣ ଖାଇଛନ୍ତି? ଯଦି ଉତ୍ତର ମିଳେ କ୍ରେଡିଟ୍‌ କାର୍ଡ, ବର୍ଗର, ପିଭିସି ପାଇପ ଇତ୍ୟାଦି।...

ଜିନପିଙ୍ଗ୍‌ଙ୍କ ଉପରେ ଅଧିକାରୀଙ୍କର ନାହିଁ ଭରସା…

ବେଜିଂ,୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ନୂତନ ବର୍ଷ ଅବସରରେ ଦେଶର ଲୋକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଦେଶ ସଠିକ ଇତିହାସର...

କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ସେବା ଅଚଳ

ଓ୍ବାଶିଂଟନ,୧୧।୧: କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ବିମାନ ସେବା ସାମୟିକ ପ୍ରଭାବିତ ହୋଇଛି। ପ୍ରାୟ ୧୨୦୦ରୁ...

ସେନା ଗୁଳିରେ ୬୦ ନିହତ

ଏନ୍‌ଜାମେନା(ଚାଦ୍‌),୨୨ା୧୦: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍‌ରେ ସରକାର ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଗଣତାନ୍ତ୍ରିକ ଶାସନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀମାନେ ରାଜଧାନୀ ଏନ୍‌ଜାମେନାରେ...

ପୃଥିବୀକୁ ଧ୍ୱଂସ କରିଦେବ ବି-୨୧ ରାଡାର ଯୁଦ୍ଧ ବିମାନ…

ଓ୍ବାଶିଂଟନ,୩।୧୨ : ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ...

ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ

ଓ୍ବାର୍ସ,୧୦।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆକ୍ରୋଶ ଏବେ ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଯାହାର ଶୀକାର ଏବେ ରୁଷିଆ...

Advertisement
Archives

Model This Week