୩୬ ବର୍ଷ ବୟସରେ ୪୪ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଉପରେ ଲାଗିଲା ନିଷେଧାଜ୍ଞା

କେପ ଟାଉନ୍‌,୨୦।୧୦: ଆଫ୍ରିକାର ମୋଷ୍ଟ ଫର୍ଟାଇଲ ଓମେନ ଭାବେ ପରିଚିତ ମହିଳା ଏବେ ଆଉ ସନ୍ତାନ ଜନ୍ମ କରିପାରିବେ ନାହିଁ। ପୂର୍ବ ଆଫ୍ରିକାର ଉଗାଣ୍ଡାରେ ରହୁଥିବା ମରିୟମ ନାବଟେଞ୍ଜିଙ୍କ ବର୍ତ୍ତମାନ ବୟସ ୩୯ ବର୍ଷ। ହେଲେ ସେ ୩୬ ବର୍ଷ ବୟସରେ ୪୪ ଶିଶୁଙ୍କୁ ଜନ୍ମ ଦେଇଥିବା କୁହନ୍ତି। ‘ଦ ସନ୍‌’ର ରିପୋର୍ଟ ଅନୁଯାୟୀ, ଏବେ ସେ ଆଉ ସନ୍ତାନ ପ୍ରସବ କରିପାରିବେ ନାହିଁ। କାରଣ ଡାକ୍ତରମାନେ ତାଙ୍କ ଗର୍ଭାଶୟର ଭିତର ଭାଗ କାଟି ଦେଇଥିବାରୁ ସେ ଆଉ ଗର୍ଭବତୀ ହୋଇ ପାରିବେ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୨ ବର୍ଷ ବୟସରେ ନାବଟେଞ୍ଜି ବିବାହ କରିଥିବା ବେଳେ ଏହାର ଗୋଟିଏ ବର୍ଷ ପରେ ତାଙ୍କର ଯମଜ ସନ୍ତାନ ହୋଇଥିଲେ। ଏହାପରେ ସେ ୫ ଥର ଯମଜ ସନ୍ତାନ ପ୍ରସବ କରିଥିଲେ। ୪ ଥର ୩ଟି ଲେଖାଁ ସନ୍ତାନ ପ୍ରସବ କରିଥିଲେ ଆଉ ୫ ଥର ୪ଟି ଲେଖାଁଏଁ ସନ୍ତାନ ଜନ୍ମ ଦେଇଥିଲେ। ଗର୍ଭଶୟର ଆକାର ଆସ୍ବାଭାବିକ ଭାବେ ବୃଦ୍ଧି ହେବାରୁ ଏପରି ହୋଇଥିଲା। ତେଣୁ ଏବେ ଡାକ୍ତର ତାଙ୍କ ଗର୍ଭାଶୟ ବାହାର କରି ଦେଇଥିବା କୁହାଯାଏ। ତେବେ ତାଙ୍କର ୪୪ ପିଲାଙ୍କ ମଧ୍ୟରୁ ୬ଟି ଶିଶୁଙ୍କର ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଳପତିଙ୍କୁ ବରଖାସ୍ତ କଲା ତାଲିବାନ୍‌, ପ୍ରତିବାଦରେ ୭୦ ଅଧ୍ୟାପକଙ୍କ ଇସ୍ତଫା..

କାବୁଲ,୨୩।୯: ଆଫଗାନିସ୍ତାନରେ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଥିବା ତାଲିବାନ୍‌ ପାଇଁ ଏବେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କାବୁଲ...

ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା କରେ ଯୋଗ…

ଯୋଗ ମାଧ୍ୟମରେ ବିଭିନ୍ନ ରୋଗ ଭଲ ହେଉଛି। ତେଣୁ ନିଜକୁ ଫିଟ୍‌ ଓ ରୋଗମୁକ୍ତ କରିବା ପାଇଁ ଅନେକ ସକାଳୁ ସକାଳୁ ଯୋଗ କଲେ ମିିଳିଥାଏ...

କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଉତ୍ତରାଧିକାରୀ ଦୌଡ଼ରେ ଭଉଣୀ ଆଗରେ

ସିଓଲ୍‌,୨୩।୪: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କର ହୋଇଥିବା ଏକ ଅପରେଶନ୍‌ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି...

କରୋନାଭାଇରସ ସଂକ୍ରମଣରେ ୬ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ, ୧୭୧୬ ଆକ୍ରାନ୍ତ

ବେଜିଂ,୧୪।୨: କରୋନାଭଇରସ। ଏହି ନାଁ ଏବେ ବିଶ୍ୱ ବ୍ୟାପୀ ବେଶ୍‌ ପରିଚିତ। ଚାଇନାରୁ ପ୍ରଥମେ ଏହି ନାଁ ଶୁଣିବାକୁ ମିଳିଥିବା ବେଳେ ଏବେ ବିଶ୍ୱବାସୀ ଏହାସହ...

ଜେଲନ୍‌ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ

କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ...

କରୋନା ମୁକ୍ତ ହୋଇଥିବା ୯୧ ଜଣ ପୁଣି ପଜିଟିଭ୍‌

ସିଓଲ,୧୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା...

ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପ୍ରଥମ ମିସ୍‌ ମେକ୍ସିକୋ ମୁକୁଟ

ମେକ୍ସିକୋ ସିଟି,୩୦।୭: ମେକ୍ସିକୋରେ ପ୍ରଥମଥର ଲାଗି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମିସ୍‌ ମେକ୍ସିକୋ ୨୦୧୯ ମୁକୁଟ ମିଳିଛି। କାଲିଫର୍ନିଆ ଓ ମେକ୍ସିକୋ ସିଟିର ମିସ୍‌ଙ୍କୁ ହରାଇ ଇଓ୍ବାନା...

କିମ୍‌ଙ୍କୁ ଆମେରିକାର ଚେତାବନୀ, ଆଣବିକ ପରୀକ୍ଷଣ କଲେ ମିଳିବ କଡ଼ା ଜବାବ…

ଓ୍ବାଶିଂଟନ, ୭।୬ : ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେରମାନ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଉତ୍ତର କୋରିଆ ଆଣବିକ ପରୀକ୍ଷଣ କରେ ତେବେ...

Advertisement
Archives

Model This Week