୩୩୧ ରିପୋର୍ଟକୁ ଅପେକ୍ଷା

ବାରିପଦା ଅଫିସ, ୨୨ା୪: ଓଡ଼ିଶାରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବାଲେଶ୍ୱରରୁ ପଜିଟିଭି ବାହାରିବା ପରେ ପଡ଼ୋଶୀ ଜିଲା ମୟୂରଭବାସୀ ଏ ନେଇ ମଧ୍ୟ ଚିନ୍ତିିତ ରହିଛନ୍ତି। ଜିଲାର ୬୬୯ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୩୩୮ଟି ସାମ୍ପୁଲ ନେଗେଟିଭ୍‌ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅବଶିଷ୍ଟ ୩୩୧ଟି ସାମ୍ପୁଲର ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହିଭଳି ଜିଲାରେ ବିଦେଶରୁ ଫେରିଥିବା ୯୮ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ ଶେଷ ହୋଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅନ୍ୟପକ୍ଷେ ବିଭିନ୍ନ ରାଜ୍ୟରୁ ୧୨୬୧୦ ଜଣ ଶ୍ରମିକ ଜିଲାକୁ ଫେରିଥିବା ବେଳେ ୧୨୦୪୩ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ ଶେଷ ହୋଇଛି। ୫୬୭ ଜଣ ଶ୍ରମିକ ବର୍ତ୍ତମାନ ହୋମ୍‌ କ୍ୱାରାଣ୍ଟାଇନର ଅଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଜିଟିଭ କେସ୍‌ ଦେଖିବାକୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଜଙ୍ଗ ୮୨.୧୩%, ରଘୁନାଥପୁରରେ ୮୦.୨୪% ଭୋଟ

ଜଗତ୍‌ସିଂହପୁର ଅଫିସ, ୨୩ା୨: ମଙ୍ଗଳବାର ଜଗତ୍‌ସିଂହପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ କୁଜଙ୍ଗ ବ୍ଲକ ଅଞ୍ଚଳରେ ୮୨.୧୩% ମତଦାନ ହୋଇଛି।...

ଭଡ଼ାରେ ଲାଗିଛି କୃଷକ ବଜାରରେ ଥିବା ଦୋକାନ

ଝୁମ୍ପୁରା, ୧୩।୮ (ଡି.ଏନ.ଏ.)- ହାଟବାଟରେ ବସୁଥିବା କ୍ଷୁଦ୍ରଚାଷୀ ତଥା ବ୍ୟବସାୟୀଙ୍କୁ ଜୀବିକା ନିର୍ବାହ ଲାଗି କାର୍ଯ୍ୟକାରୀ ହେଉଥିବା କୃଷକ ବଜାର ନିର୍ମାଣ ଯୋଜନା ଦିଗହରା ହୋଇପଡିଛି।...

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ, ଅଧା ରାସ୍ତାରୁ ଝାମ୍ପି ନେଲେ

ଟିଟିଲାଗଡ଼,୩୧।୭(ଡି.ଏନ.ଏ): କିଛିଦିନର ନୀରବତା ପରେ ଶନିବାର ଲୁଟେରା ଆପାଚି ଗ୍ୟାଙ୍ଗ ଟିଟିଲାଗଡ ଅଞ୍ଚଳରେ ଲୁଟ୍‌ପାଟ୍‌ କରିଛନ୍ତି। ସହରର ଯୁବ ଠିକାଦାର ମହେଶ ଅଗ୍ରୱାଲଙ୍କ ଦୁଇଜଣ କର୍ମଚାରୀଙ୍କଠାରୁ...

ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ : ଥାନାରେ ଏତଲା ଦେବାକୁ ଡିଇଓଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୧ା୧- ଗଞ୍ଜାମ ଜିଲାରେ ପୁଣି ୯ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି। ଏମାନେ ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି।...

୨୬ କି.ମି. ଚାଲିଲେ ୫୪ ଛାତ୍ର

ତୁମୁଡିବନ୍ଧ,୫ା୧୨(ଡି.ଏନ୍‌.ଏ.)- ଦୀର୍ଘଦିନଧରି ଶିକ୍ଷକ ପଦବୀ ପୂରଣ ହେଲାନି, ପାଠ ପଢାରେ ବହୁ ଅସୁବିଧା ହେଲା, ଶେଷରେ ଛାତ୍ରମାନେ ପାହାଡ଼ ପର୍ବତ ଘେରା ୨୬ କି.ମି. ରାସ୍ତା...

ଦଧିବାମନଙ୍କ ରଥ ନିର୍ମାଣ କାମର ଅନୁକୂଳ

ଭଟଲି,୨୬ା୪(ଡି.ଏନ.ଏ.) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଦଧିବାମନ ପୀଠରେ ଅକ୍ଷୟ ତୃତୀୟା ନୀତି ନିୟମ ସହ ରଥକାଠ ଅନୁକୂଳ କରାଯାଇଛି। ବର୍ତ୍ତମାନ...

ହଜିଥିବା ଅର୍ଥ ଫେରିପାଇଲେ ଯୁବକ

ଆରଡି, ୧୦ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ପାୟାସାହି ଗ୍ରାମର ରାଜେଶ ଖାଁ ଏକ ଘରୋଇ ବ୍ୟାଙ୍କରୁ ୨୫ ହଜାର ଟଙ୍କା ଉଠାଇ ନିଜ ଘରକୁ...

ବର୍ଷା ଆରମ୍ଭରୁ ଧସିଲା ଗାର୍ଡ୍‌ଓ୍ବାଲ୍‌ : ନିର୍ମାଣ ନ ସରୁଣୁ ସ୍ଥିତି ବେହାଲ

ଭଦ୍ରକ ଅଫିସ, ୧୭ା୬- ନିର୍ମାଣ କାର୍ଯ୍ୟ ନ ସରୁଣୁ ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଆରମ୍ଭରୁ ଗାର୍ଡଓ୍ବାଲ୍‌ (ସୁରକ୍ଷା ପ୍ରାଚରୀ) ଧସି ଯାଇଛି। ଏଭଳି ଘଟଣା...

Advertisement
Archives

Model This Week