୩ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍‌ ଜବତ, ୨ ଗିରଫ

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ୧୬ନଂ ଜାତୀୟ ରାଜପଥ ବଡଚଣା ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ କାର୍‌କୁ ଜବତ କରିଛି। ଅବକାରୀ ଅଧୀକ୍ଷକ ରଜତ କୁମାର ପ୍ରହରାଜ କୌଣସି ସୂତ୍ରରୁ ଖବରପାଇ ଇନ୍ସପେକ୍ଟର ସ୍ବପ୍ନାରାଣୀ ସାହୁଙ୍କୁ ଉକ୍ତ ଗଞ୍ଜେଇ ଚୋରାଚାଲାଣ କରୁଥିବା ଗାଡିକୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇନ୍ସପେକ୍ଟର ସ୍ବପ୍ନାରାଣୀ, ସବଇନ୍ସପେକ୍ଟର ବିଜୟଲକ୍ଷ୍ମୀ ଦାସ ମୋବାଇଲ ଟିମକୁ ନେଇ ଉକ୍ତ ସ୍ଥାନରେ ଜଗି ରହି ଓଆର୦୫ଏସଇ୩୫୯୮ ନମ୍ବର ବିଶିଷ୍ଟ କାର୍‌ଟିକୁ ଅଟକାଇ ଥିଲେ। ସେଥିରୁ ୨ଟି ବସ୍ତାରେ ଥିବା ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇକୁ ଜବତ କରାଯାଇଥିଲା। ଏଥିସହିତ ଗାଡି ଚାଳକ ଫୁଲବାଣୀର ପ୍ରମୋଦ କୁମାର ଗୌଡ ଓ କଟକ ଜିଲା ଟାଙ୍ଗୀ ଥାନା ଗୋବିନ୍ଦପୁରର ଶରତ ବାରିକଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲେ। ଏହି ଗଞ୍ଜେଇ ଫୁଲବାଣୀରୁ ଭଦ୍ରକ ନେଇ ଯାଉଥିବା ଡ୍ରାଇଭର ତଥା ଚୋରାଚାଲାଣକାରୀ ଦ୍ୱୟ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିବାବେଳେ କାହାକୁ ଏହି ଗଞ୍ଜେଇ ବିକ୍ରି କରାଯାଇଥାନ୍ତା ସେ ସମ୍ପର୍କରେ ସେମାନେ କୌଣସି ମୁହଁ ଖୋଲିନାହାନ୍ତି। ଏ ନେଇ ଏକ ମାମଲା (ନଂ ୧୨/୧୯) ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ଉପ-ପ୍ରଧାନମନ୍ତ୍ରୀ ବିରାଟଙ୍କର ଜଣେ ବଡ଼ ଫ୍ୟାନ, IPL ମ୍ୟାଚ ବିଜୟ ପରେ ସେ କହିଛନ୍ତି…

ନୂଆଦିଲ୍ଲୀ.୨।୬: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ, IPL 2026 ଫାଇନାଲରେ 75 ରନର ଏକ ଚମତ୍କାର ଇନିଂସ ସହିତ RCBକୁ ଚାମ୍ପିୟନସିପ ଟାଇଟଲ ହାସଲ କରିଥିବା ବିରାଟ…

ଇରାନ ଦେଲାଣି ଏମିତି ଚେତାବନୀ ଏବେ ଚୁଲି ଜଳିବା ହେବ ମୁସ୍କିଲ

ତେହରାନ,୨।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟରେ, କୌଣସି ଦେଶ ଅନ୍ୟକୁ ଭୟଭୀତ କରିବାକୁ କୌଣସି ପ୍ରୟାସ ଛାଡ଼ୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଦିଲ୍ଲୀ ଗଲେ ନବୀନ, ବଢୁଛି ଚର୍ଚ୍ଚା: ଦେବୀ କହିଲେ…

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri