୩ରୁ ଆରମ୍ଭ ହେବ ନୀଳାଦ୍ରି ନିଳୟ ଯୋଜନା: ପୁରୀ ସହର ହେବ ଭିକାରିମୁକ୍ତ

ପୁରୀ ଅଫିସ,୨।୩: ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୀଳାଦ୍ରି ନିଳୟ ଯୋଜନା। ଏନେଇ ଜିଲାପାଳ ବଲୱନ୍ତ ସିଂ ରବିବାର ସଂସ୍କୃତି ଭବନରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଯୋଜନା କାର୍ଯ୍ୟକାରିତା ସମୟରେ ସମ୍ବେଦନଶୀଳ ଓ ଧୈର୍ଯ୍ୟ ରଖି ଏହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ ନୀଳାଦ୍ରି ନିଳୟ (ଭିକାରି ପୁନର୍ବାସ ଗୃହ) କାର୍ଯ୍ୟ କରିବ। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା ରହିବ। ଏପରି କି ସେମାନଙ୍କ ପରିବାର ସହିତ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ। ଭିକାରିମାନଙ୍କୁ କାଉନ୍‌ସେଲିଂ କରି ସେମାନଙ୍କୁ ନୀଳାଦ୍ରି ନିଳୟକୁ ପଠାଇବାର ବ୍ୟବସ୍ଥା କରାଯିବ। ଭିକାରିଙ୍କ ମଧ୍ୟରେ ଥିବା ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ, ରୋଗୀ ଆଦିଙ୍କ ପାଇଁ ସ୍ବତନ୍ତ୍ର ଗୃହ କାର୍ଯ୍ୟ କରିବ। ଆସନ୍ତା ୩ ତାରିଖରୁ ପ୍ରଫୁଲ୍ଲ ଯୋଜନା(ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ)ର ପରାମର୍ଶଦାତାଙ୍କ ତଦାରଖରେ ପୌରସଂସ୍ଥାର ୪ଜଣ କମ୍ୟୁନିଟି ଅର୍ଗାନାଇଜର ଏବଂ ଏହି କାର୍ଯ୍ୟ ଲାଗି ଜିଲା ପ୍ରଶାସନ ସହିତ ସହବନ୍ଧିତ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକର ମିଳିତ ଟିମ୍‌ ଭିକାରିଙ୍କୁ କାଉନ୍‌ସେଲିଂ କରି ସେମାନଙ୍କ ପୁନର୍ବାସର ବ୍ୟବସ୍ଥା କରିବେ। ଏହାକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ଏକ ବୃହତ୍‌ ଓ ସମ୍ବେଦନଶୀଳ ଯୋଜନା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା, ପୋଲିସର ସହାୟତା ନିଆଯିବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ଭି. ରବିନାରାୟଣ ରାଜୁ

ଭୁବନେଶ୍ୱର,୬ା୧୧(ବ୍ୟୁରୋ):ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୨ଥର ଅଧ୍ୟକ୍ଷ ହୋଇଥିବା କଂଗ୍ରେସର ଭି. ରବିନାରାୟଣ ରାଜୁ ଏବଂ ତାଙ୍କ ଶତାଧିକ ସମର୍ଥକ ମଙ୍ଗଳବାର ବିଜେଡିରେ ଯୋଗଦେଇଛନ୍ତି।...

ରାଜସ୍ବ ଆଦାୟ ଲକ୍ଷ୍ୟଠାରୁ ଦୂରରେ ବିଏମ୍‌ସି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ରାଜସ୍ବ ଆଦାୟ ଲକ୍ଷ୍ୟରେ ଏଥର ପଛରେ ପଡ଼ି ପାରେ ବିଏମ୍‌ସି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଏମ୍‌ସି ମୋଟ ୨୭୭.୭୪ କୋଟି ରାଜସ୍ବ...

୨ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ଶ୍ୟାମାମଣି, ଉପେନ୍ଦ୍ରଙ୍କୁ ‘କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ତଥା ଆଜୀବନ ସାଧନା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୭...

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର, ୪ ସ୍ଥାନରେ ଏକକାଳୀନ ଚଢାଉ

ସୁନ୍ଦରଗଡ,୧୧।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମନହୀରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର...

ଧୂଳିଝଡ଼ ସହ ବର୍ଷା: ୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟର ୯ ଜିଲାରେ ଶନିବାର ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

କମିଲା ବସ୍‌ ଭଡ଼ା: କିମି ପିଛା ୧ରୁ ୨ ପଇସା

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା କମିଲା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ ପାଇଛି। ସାଧାରଣ ବସ୍‌ ଭଡ଼ା ୬୯ ପଇସା ଥିବା ବେଳେ...

ଆସନ୍ତା ୨୬ରୁ ଡିଏଲ୍‌ ନବୀକରଣ ପାଇଁ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ରୁ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ୪୦ ବର୍ଷରୁ ଅଧିକ ବୟସ ଆବେଦନକାରୀଙ୍କ ପାଇଁ...

ଟଙ୍କା ଭର୍ତ୍ତି ଭ୍ୟାନ ଲୁଟ୍‌ ପଛରେ ଡ୍ରାଇଭର

ବ୍ରହ୍ମପୁର ଅଫିସ,୨୨ା୮: ବ୍ରହ୍ମପୁର ବଡବଜାର ଥାନା ଅଧୀନ ଆସକାରୋଡରୁ ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଭ୍ୟାନ୍‌ର ଡ୍ରାଇଭର ଆଶିଷ...

Advertisement
Archives

Model This Week