୩ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ: ଅଧାରେ ଅଟକିଛି ବିସ୍ତାପାଳ-ମଙ୍ଗଳାପଶି ସଡ଼କ ଯୋଜନା

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଅନେକ ଜାଗାରେ ଅଧାପନ୍ତରିଆ ହୋଇ ପଡି ରହିବା କାରଣରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଠିକାଦାରମାନେ ଧାର୍ଯ୍ୟ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବା ପାଇଁ ଆଦୌ ମନ ଦେଉ ନ ଥିବା ଅଭିଯୋଗ ହୋଇଆସୁଛି। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦାସୀନତା ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। କେନ୍ଦୁଝର ସଦର ବ୍ଲକର ବିସ୍ତାପାଳଠାରୁ ମଙ୍ଗଳାପଶି ପର୍ଯ୍ୟନ୍ତ ଅଢେଇ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇଛି। ଏହି ରାସ୍ତା ପାଇଁ ୧କୋଟି ୪୫ଲକ୍ଷ ୫୪ହଜାର ୫୪୩ଟଙ୍କା ୨୦୧୫-୧୬ ଆର୍ଥିକ ବର୍ଷରୁ ମଞ୍ଜୁର ହୋଇଛି। ଏହି ରାସ୍ତାର ଠିକା କାମ ଅନୁଗୋଳ ଜିଲାର ଏକ କନଷ୍ଟ୍ରକଶନ ନେଇଛି। କାମଟି ୩ା୧୧ା୨୦୧୫ରୁ ଆରମ୍ଭ ହୋଇ ୨ା୧୧ା୨୦୧୬ ଏକବର୍ଷ ମଧ୍ୟରେ ସରିବା କଥା। ମାତ୍ର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାମ ଅଧାରେ ପଡିରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରି ଚଳୁଥିବା ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ମିଳିଥିବା ସୂଚନା ଅନୁସାରେ ବିସ୍ତାପାଳ-ମଙ୍ଗଳାପଶି ୨.୫କିମି ରାସ୍ତା ମଧ୍ୟରୁ ୨.୨୧୩ କିମି ପିଚୁ ଏବଂ ୦.୨୯୦ କିମି କଂକ୍ରିଟ ରାସ୍ତା ପାଇଁ ବ୍ୟୟବରାଦ ହୋଇଛି। ଠିକାଦାର ଏହି ରାସ୍ତାର ମାଟିମୋରମ କାମ କିଛି ସ୍ଥାନରେ କରିଥିଲେ ମଧ୍ୟ ଆଉ କେତେକ ସ୍ଥାନରେ ଖଣ୍ଡିଆ ହୋଇପଡିଛି। କେତେକ ସ୍ଥାନରେ ମେଟାଲ କିଛି ଠୁଳ କରି ରଖାଯାଇଥିଲେ ମଧ୍ୟ ମେଟାଲିଂ କରାଯାଇନାହିଁ। ଧାର୍ଯ୍ୟ ସମୟର ଅବଧି ଶେଷ ହେବାର ଦୁଇବର୍ଷ ଅତିକ୍ରାନ୍ତ କରିଗଲାଣି। କିନ୍ତୁ ଠିକାଦାର ଏହି ରାସ୍ତା କାମ ସମ୍ପୂର୍ଣ୍ଣ ନ କରିବାର କାରଣ ବୁଝାପଡୁନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଅଚଳ କଲା ଭାଜପା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପ୍ରଚାର ସରଗରମ ଥିବାବେଳେ ଚାଷୀ ପ୍ରସଙ୍ଗକୁ ଭାଜପା ହାତଛଡ଼ା କରିବାକୁ ଚାହୁଁନାହିଁ। ବିଧାନସଭା ବାହାରେ ଦଳ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ...

୧୩ ଜିଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ବାତ୍ୟା ମାଣ୍ଡୋସ ଯୋଗୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଛି। ଏଥିଯୋଗୁ ରାତ୍ରିର ତାପମାତ୍ରାରେ ୨ରୁ ୪ଡିଗ୍ରୀ...

ଚିତ୍ତରଞ୍ଜନ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ପୁରୀ ଜିଲା ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ବୁଧବାର ପୋଲିସ ଡିଜି ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ...

ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ...

ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ

ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ...

ସଚିବାଳୟ ଜୁନିୟର ଷ୍ଟେନୋଗ୍ରାଫର ହେବେ ଜେଇଏ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ସଚିବାଳୟ ଷ୍ଟେନୋଗ୍ରାଫର ଓ ପିଏ ରୁଲ୍ସ-୧୯୯୭କୁ ସଂଶୋଧନ କରାଯାଇଛି। ନୂଆ ସର୍ଭିସ ରୁଲ୍ସରେ କେତେକ ପରବର୍ତ୍ତନ କରାଯାଇଛି। ଏଥିରେ ନିଯୁକ୍ତି ପାଇଁ ଥିବା...

ଜନସାଧାରଣଙ୍କୁ ପରେଡସ୍ଥଳ ମନା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡ ସ୍ଥଳ ଗାନ୍ଧୀମାର୍ଗରେ ୩୦ ପ୍ଲାଟୁନ୍‌...

ରାସ୍ତାରେ ପଡ଼ି ରହିଛି ଅଳିଆ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ସୁଧାରିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ତେବେ ବିଭିନ୍ନ କାରଣରୁ ବିଏମ୍‌ସିକୁ ସମାଲୋଚନାର...

Advertisement
Archives

Model This Week