୨ ଯୁବକଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର, ୨୨।୧୨(ଡି.ଏନ.ଏ.)- ପଡ଼ୋଶୀ ଝାଡଖଣ୍ଡ ରାଜ୍ୟ ଜାମସେଦପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ହତ୍ୟା କରାଯିବା ମାମଲାର ବିଚାର କରି ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅତିରିକ୍ତ ଜିଲା ଓ ଦୌରାଜଜ ଅନୂପ ରଞ୍ଜନ ପଟ୍ଟନାୟକ ୨ ଅଭିଯୁକ୍ତ ଯୁବକଙ୍କୁ ଶନିବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଜାମସେଦପୁର ଟେଲ୍‌କୋ ଥାନା ଅଞ୍ଚଳର ମୃତା ଯୁବତୀ କମଲ ମିଶ୍ରାଙ୍କ ପ୍ରେମିକ କୁହାଯାଉଥିବା ମିଥଲେଶ କୁମାର ଏବଂ ତାଙ୍କ ସହଯୋଗୀ ପରମଜିତ୍‌ ପ୍ରସାଦ । ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ମଧ୍ୟ ୨୦ ହଜାର ଟଙ୍କା ଲୋଖାଏ ଜରିମାନା କରାଯାଇଛି। ଜରିମାନା ଅନାଦେୟ ୬ ମାସ କାରାଦଣ୍ଡାଦେଶ ଭୋଗିବାକୁ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଜାମସେଦପୁର ଅଞ୍ଚଳର ମିଥଲେଶ ଓ ପରମଜିତ୍‌ କମଲଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ କାର୍‌ରେ ଆଣି ଝାଡଖଣ୍ଡ ସୀମାବର୍ତ୍ତୀ ମୟୂରଭଞ୍ଜ ଜିଲା ତିରିଙ୍ଗ ଥାନା ଅନ୍ତର୍ଗତ ଯାମବଣୀ ଗ୍ରାମ ପାର୍ଶ୍ୱ ଏକ ଘଞ୍ଚ ଜଙ୍ଗଲରେ ଫିଙ୍ଗି ଫେରାର୍‌ ହୋଇ ଯାଇଥିଲେ। ତିରିଙ୍ଗ ଥାନା ପୋଲିସ୍‌ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବା ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦରୁ ଶିକ୍ଷକଙ୍କୁ ହତ୍ୟା: ବାପ,ପୁଅ ଗିରଫ

ରାଇରଙ୍ଗପୁର,୧୨ା୨(ଡି.ଏନ୍‌.ଏ.): ଜମିବାଡି ବିବାଦକୁ କେନ୍ଦ୍ର କରି ଜଣେ ଶିକ୍ଷକଙ୍କୁ ସୋମବାର ସନ୍ଧ୍ୟାରେ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା(ନଂ.୬/୨୦)...

ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ...

ଉଚ୍ଛେଦ ନୋଟିସ୍‌ ବିରୋଧରେ ପ୍ରତିବାଦ ସଭା

ବାରିପଦା ଅଫିସ,୨।୮- ବାରିପଦା ସହର ୱାର୍ଡ ନଂ.୨୭ର ଦେବେନ୍ଦ୍ରପୁର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଭୂମହୀନମାନଙ୍କୁ ଉଚ୍ଛେଦ କରିବା ପାଇଁ ବାରିପଦା ଉପଜିଲାପାଳ ନୋଟିସ କରିଛନ୍ତି।...

ଲକ୍‌ ଡାଉନ ଅମାନ୍ୟକାରୀଙ୍କ ନାମରେ ମାମଲା

ଖୁଣ୍ଟା,୨୨ା୪(ଡି.ଏନ୍‌.ଏ.)-ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ ଡାଉନର ଅବୋଧି ବଢ଼ାଇଛନ୍ତି। ଜନସଧାରଣଙ୍କୁ ଘରୁ...

ବିଦ୍ୟାଳୟ ପାଚେରୀ ଭାଙ୍ଗିଲେ ହାତୀ ପଲ

ଠାକୁରମୁଣ୍ଡା,୨୩ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡରେ ୨୨ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଛି। ଶୁକୃଳି ନିକଟରେ ଥିବା ବେଗୁନାବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଚେରୀକୁ...

କୋଟାରୁ ଫେରିଲେ ୧୭ ଛାତ୍ରୀଛାତ୍ର

ବାରିପଦା ଅଫିସ, ୫ା୫- ରାଜସ୍ଥାନର କୋଟାରେ ଫସି ରହିଥିବା ୧୭ ଜଣ ଛାତୀଛାତ୍ର ମଙ୍ଗଳବବାର ମୟୂରଭଞ୍ଜ ଫେରିଛନ୍ତି। ସେମାନଙ୍କ ସହିତ ୫ ଜଣ ଅଭିଭାବକ ଓ...

ପୋଷ୍ଟାଲ ଗାଡ଼ିରେ ଶ୍ରମିକ

ବାରିପଦା ଅଫିସ, ୧ା୪: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ହେବା ଯୋଗୁ ଅନେକ ସ୍ଥାନରେ ଶ୍ରମିକମାନେ ଫସି ରହି ଯାଇଛନ୍ତି। ଯିଏ ଯେଉଁଠି...

ଚୋରି କରି ନେଇଗଲେ ଇନ୍ଦିରା ଆବାସ

ବାରିପଦା ଅଫିସ, ୨୫ା୨- ଦୀର୍ଘ ବର୍ଷ ହେଲା ପକ୍କା ଘରଟିଏ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଗୁହାରି କରିିଥିଲେ ମଧ୍ୟ ଘର ଖଣ୍ଡିଏ ମିଳିଲା ନାହିଁ। ଫଳରେ...

Coronavirus Update


Archives

Model This Week

Why Dharitri