୨ ମୋଟରସାଇକେଲ ଲୁଟ୍‌, ଥାନାରେ ଅଭିଯୋଗ

ବାହାନଗା, ୪ା୧୦(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ଉପରୁ ପୃଥକ ସ୍ଥାନରୁ ଦୁଇ ଯୁବକଙ୍କଠାରୁ ୨ ମୋଟରସାଇକେଲ ଲୁଟ୍‌ ହେବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ଏକ ପ୍ରାଣୀ ଖାଦ୍ୟ କମ୍ପାନୀର କର୍ମଚାରୀ ଅଜିତ କୁମାର ମହନ୍ତ ନିଜ ମୋଟରସାଇକେଲ ଯୋଗେ ବାଲେଶ୍ୱରସ୍ଥିତ ନିଜ କମ୍ପାନୀକୁ ଯାଉଥିଲେ। ପଣପଣାଠାରେ ତାଙ୍କ ଆଗରେ ଏକ ମୋଟରସାଇକେଲ ହଠାତ୍‌ ଆସି ଅଟକିଯିବାରୁ ସେ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲେ। ଏହି ସମୟରେ ଲୁଟେରାମାନେ ତାଙ୍କ ମୋଟର ସାଇକେଲ(ନଂ.ଓଡି୦୯-ଇ-୮୭୩୩)କୁ ଲୁଟ୍‌ କରିନେବା ସହିତ ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଲୁଟି ନେଇଛନ୍ତି। ଏନେଇ ସେ ଖନ୍ତାପଡା ଥାନାରେ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା (ନଂ.୩୧୧/୧୯) ରୁଜୁ ହୋଇଛି। ସେହିପରି ଗୁରୁବାର ରାତି ପ୍ରାୟ ସାଢେ ୯ଟା ବେଳେ ଲଲାଟେନ୍ଦୁ ପଣ୍ଡା(୩୪) ବାଲେଶ୍ୱରରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଗ୍ରାମ ସୋର ଆସୁଥିବାବେଳେ ତାଙ୍କ ମୋଟରସାଇକେଲ(ନଂ.ଓଡି ୦୧ଏଲ-୯୦୮୮)କୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଖନ୍ତାପଡା ଥାନାରେ ଏକ ମାମଲା (ନଂ.୩୧୦/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଣ୍ଡପରେ ବିବାହ କଲେ ହିନ୍ଦୁ, ମୁସଲମାନ

ସମ୍ବଲପୁର,୨୩ା୧(ବ୍ୟୁରୋ):ସମ୍ବଲପୁର ସହରସ୍ଥିତ ସୁନାପାଲି ଆଲ୍ଲା ହଜ୍‌ରତ କମିଟି ପକ୍ଷରୁ ସାମୂହିକ ବିବାହ ନିମନ୍ତେ ନିଆରା ପ୍ରୟାସ କରାଯାଇଛି। ରବିବାର ଗୋଟିଏ ବିବାହ ମଣ୍ଡପରେ ୧୧ ଯୋଡା...

ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ଅଡିଟ୍‌କୁ ନେଇ ଅସନ୍ତୋଷ

କୋଣାର୍କ,୧୬।୭(ଜ୍ୟୋତିରାଜ ମହାନ୍ତି)କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ୨୦୧୭ରୁ ୨୦୨୨ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟରତ ପୂର୍ବତନ ମହିଳା କିରାଣି ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଜାଲ୍‌ ରସିଦ୍‌ ମାଧ୍ୟମରେ ୨୩...

ରାଉରକେଲାରେ ମୃତଦେହ ଶୋଭାଯାତ୍ରାରେ ସାମିଲ ହେବା ଘଟଣା: ୫ଶହ ଲୋକଙ୍କ ନାମରେ ମାମଲା ରୁଜୁ କଲା ପୋଲିସ

ରାଉରକେଲା ଅଫିସ,୧୧।୬: ଗତ ୮ ତାରିଖରେ ରାଉରକେଲା ରେଲଓ୍ବେ କଲୋନିରେ ଏକ ହତ୍ୟାକାଣ୍ଡ ଘଟିଥିଲା। ମୃତକଙ୍କ ମୃତଦେହ ଶୋଭାଯାତ୍ରାରେ ୫ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ।...

ଛତ୍ରପୁର ଅଞ୍ଚଳରେ ବଢୁଛି ବେଆଇନ ଇଟା ଭାଟି

ଛତ୍ରପୁର,୧୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଛତ୍ରପୁର ତହସିଲ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ଇଟା, ବାଲି, ମାଟି ବ୍ୟବସାୟ କାରବାର ବୃଦ୍ଧି ପାଉଛି। ସେହିପରି ପୋଟଲାମପୁର...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳା ମୃତ

ଟାଙ୍ଗୀ(ଖୋର୍ଦ୍ଧା)/ଚିଲିକା,୧୮।୧୦(ଡି.ଏନ.ଏ.):  ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ହରିପୁର ଗ୍ରାମପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମରେ ଗୁରୁବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳା ପ୍ରାଣ ହରାଇଛନ୍ତି।...

କ୍ଷେତ୍ର ପରିଦର୍ଶନ କଲା ଏକ୍ସପର୍ଟ କମିଟି

ବଲାଙ୍ଗୀର ଅଫିସ,୨୨ା୧୦ ଓଡିଶା ସରକାରଙ୍କ ଏକ ଏକ୍ସପର୍ଟ ଟିମ୍‌ ସୋମବାର ବଲାଙ୍ଗୀର ଜିଲା ଗସ୍ତ କରି ଜିଲାର ବିଭିନ୍ନ ଗଁା ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ...

ଜଳିଗଲା ନୀଳଚକ୍ର ବାନା

ପୁରୀ ଅଫିସ,୧୯ା୩: ଜଳିଗଲା ନୀଳଚକ୍ର ବାନା । ମହାଦୀପରୁ ନିଅଁା ଲାଗି ନୀଳଚକ୍ର ତଳେ ବନ୍ଧାଯାଇଥିବା ୨/୩ଟି ମାନସିକ ବାନା ପୋଡ଼ିଯାଇଛି। କରୋନା ମୁକାବିଲା ଉଦ୍ଦେଶ୍ୟରେ...

ଜାଲ୍‌ କରି ନେଇଗଲେ ୧୪.୩୨ ଲକ୍ଷର ମେଟାଲ

ଢେଙ୍କାନାଳ ଅଫିସ, ୧୦।୧: ଆପ୍‌ ମାଧ୍ୟମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ନେଇଗଲେ ୩୦.୦୫ ମେଟ୍ରିକ ଟନ୍‌ର ମୂଲ୍ୟବାନ ବିଲେଟ୍‌ ମେଟାଲ। ଏଭଳି ଏକ ଠକେଇ ମାମଲାରେ...

Advertisement
Archives

Model This Week