୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁର ସହରରେ ଅନେକ ଯୁବକ ବ୍ରାଉନସୁଗାର ସେବନ କରୁଛନ୍ତି। ଏହି ସହରର ବିଭିନ୍ନ ମଠ, ମନ୍ଦିର ଓ ନଦୀପଠା ଆଦି ନିଛାଟିଆ ସ୍ଥାନରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ମାର୍କେଟ ଓ ବସଷ୍ଟାଣ୍ଡରେ ମଧ୍ୟ ଯୁବପିଢ଼ି ବ୍ରାଉନସୁଗାର ସେବନ କରୁଥିବା ଜଣାପଡିଛି। ଯାଜପୁର ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ନେଇ ଗଣମାଧ୍ୟମଗୁଡିକରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପୋଲିସ ତପତ୍ର ହୋଇଉଠିଛି। ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ ମଙ୍ଗଳବାର ସ୍ଥାନୀୟ କିଆନାଳୀକୂଳ ମାର୍କେଟ ନିକଟସ୍ଥ ଡକ୍‌ ଉପରୁ ୨ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ପୌରାଞ୍ଚଳର ରାଉତରାପୁର ଗ୍ରାମର ଶୁଭ୍ରାଂଶୁ ଶେଖର ରାଉତ(୨୮) ଏବଂ ବିଞ୍ଝାରପୁର ଥାନା ଭୋଲାମହଲା ଗ୍ରାମର ଅସରଫ ଅଲ୍ଲୀ ଖାଁ(୪୮)। ଏମାନଙ୍କଠାରୁ ୪୦ ହଜାରରୁ ଅଧିକ ଟଙ୍କା ମୂଲ୍ୟର ୪.୦୩ ଗ୍ରାମର ବ୍ରାଉନସୁଗାର ସହିତ ୨ଟି ମୋବାଇଲ ଫୋନ ଓ ନଗଦ ୧୨୦୦ ଟଙ୍କା ପୋଲିସ ଜବତ କରିଛି। ଅଭିଯୁକ୍ତ ଦ୍ୱୟ ନିଜକୁ ବ୍ୟବସାୟୀ ନୁହେଁ ବରଂ ନିଶା ସେବନକାରୀ ବୋଲି କହୁଥିବାବେଳେ ପୋଲିସ କିନ୍ତୁ ଉଭୟ ନିଶା କାରବାରରେ ସମ୍ପୃକ୍ତ ଥିବା ଦାବି କରିଛି। ଏ ନେଇ ପୋଲିସ ଖୋଳତାଡ କରୁଛି ବୋଲି ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରବୀନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି। ଏହି ବେପାରୀଙ୍କ ବିରୋଧରେ ଏକ ମାମଲା (ନଂ.୨୫୯/୧୯) ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ଚାଉଳ ବଣ୍ଟନରେ ଦୁର୍ନୀତି

ଯାଜପୁର ଅଫିସ୍‌,୨୫।୯: ରିଲିଫ୍‌ ଚାଉଳ ହଡ଼ପ କରାଯାଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ ହେବାର ଗୋଟିଏ ଦିନ ପରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା...

୩୦ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍‌:୧୨ ଆହତ ୪ ଗୁରୁତର

ଆଠଗଡ,୧୩ା୧ (ସ୍ବ.ପ୍ର.)- ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ଆଠଗଡ଼ ଥାନା ଅନ୍ତର୍ଗତ ଗୁଣ୍ଡିଚାପୁର ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ...

କୂଅରୁ ନବଜାତ ଶିଶୁ କନ୍ୟା ମୃତଦେହ ଉଦ୍ଧାର

ପାଟଣା,୩|୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଭଗପଶି ଗ୍ରାମ ମୁଣ୍ଡା ସାହି ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ନବଜାତ ଶିଶୁ କନ୍ୟାର...

ମିଲିଟାରୀ ଗୁଇନ୍ଦା ସ୍କାନରରେ ଦଲାଲ

ଗୋପାଳପୁର,୨୫ା୩-ଆଗାମୀ ଦିନରେ ସୈନ୍ୟ ବାହିନୀରେ ଲୋୟର ଡିଭିଜନ କ୍ଲର୍କ (ଏଲଡିସି)ରେ ଚାକିରି କରାଇଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଗତ ୨୦ ତାରିଖରେ ଜନୈକ ଯୁବକଙ୍କୁ...

ଫେରିଯିବ ଦେଢ଼ କୋଟିର ଅନୁଦାନ

ନାଉଗଁ।, ୭।୩ (ସ୍ବ.ପ୍ର.): ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଅର୍ଥ ଯୋଗାଇ ଦିଆଯାଉଥିବା...

ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଓଡ଼ିଶାର ୩ ପ୍ରାର୍ଥୀ

ଭୁବନେଶ୍ୱର, ୨୪।୬: ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୩ ପ୍ରାର୍ଥୀ। ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଅମର ପଟ୍ଟନାୟକ,...

ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର

ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି...

ରାଇସ୍‌ ମିଲ୍‌ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ପାଟଣା,୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ବଡ଼ପାଟଣା ପଞ୍ଚାୟତ କୁଆପଶି ମୌଜାରେ ୬ ଏକର ପରିମିତ ଜମିରେ ମେସର୍ସ ନାରାୟଣ ରାଇସ ମିଲ୍‌, ହୁଣ୍ଡଳା ତରଫରୁ...

Play 250+ Trending Games
Archives

Model This Week

Why Dharitri