୨ ଦିନ କୋହଲା ପାଗ ସହ ବର୍ଷା: ୧୦ରୁ ସ୍ବାଭାବିକ ବଢ଼ିବ ଶୀତ

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ଧରି ପାଗ କୋହଲା ରହିବା ସହ ଝିପିଝିପି ବର୍ଷା ହେଉଛି। ତେବେ ଏହିଭଳି ପାଗ ଶନିବାର ଓ ରବିବାର ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିହାର ଓ ତା’ର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ। ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ଶନିବାର ୬ ଜିଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ସେଗୁଡ଼ିକ ହେଲା ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତି। ଏହିସବୁ ଜିଲାଗୁଡ଼ିକୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା ୧୦ ତାରିଖ ପରେ ବର୍ଷା କମିବା ସହ କୁହୁଡ଼ି ଓଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଉ ୧୩ ପଜିଟିଭ୍‌ ଚିହ୍ନଟ: ହୋମ କ୍ୱାରାଣ୍ଟାଇନ୍‌ର ୭, ଲୋକାଲ କେସ୍‌ ୬

ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍‌ କ୍ୱାରାଣ୍ଟାଇନ୍‌ରେ...

ଭୁବନେଶ୍ୱର ଭିତରେ ଆର୍ମି ପରୀକ୍ଷାକୁ ପୋଲିସର ନା

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ):  ଆଗାମୀ ଦିନରେ ଭୁବନେଶ୍ୱର ଭିତରେ ହୋଇ ନ ପାରେ ଆର୍ମି ପରୀକ୍ଷା। ୧୨୦ ବାଟାଲିୟନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାକୁ ଆସୁଥିବା ପରୀକ୍ଷାର୍ଥୀମାନେ...

ଗଞ୍ଜାମରେ ବେଳକୁ ବେଳ ସ୍ଥିତି ସଂଙ୍ଗୀନ: ପୁଣି ଚିହ୍ନଟ ହେଲେ ୨୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ନୂଆ ୫୯୫ ଆକ୍ରାନ୍ତ ୨୧ ଜିଲାର। ସେଥିରେ ଗଞ୍ଜାମର ସର୍ବାଧିକ ୨୩୦ ଜଣ ଅଛନ୍ତି। ଏହାଛଡ଼ା ଯାଜପୁରର ୯୭,...

ଆଜିଠୁ ଆରମ୍ଭ ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥା: ସବୁ ପିଡିଏସ୍‌ କେନ୍ଦ୍ରରୁ ହିତାଧିକାରୀ ନେଇପାରିବେ ରାଶନ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଆଧାରକାର୍ଡ ନ ଥିଲେ ମିଳିବନି ରାଶନ। ଓ୍ବାନ ନେଶନ ଓ୍ବାନ ରାଶନ ବ୍ୟବସ୍ଥା ରବିବାରଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗୁ ହେବ।...

ଆନନ୍ଦ ବଜାର ଶୃଙ୍ଖଳା ଭେଳିକି: ଖୋଲିଲାନି ଅଭିଯୋଗ ପ୍ରକୋଷ୍ଠ

ପୁରୀ ଅଫିସ,୨୬ା୭: ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ସ୍ବଚ୍ଛତା ଆଣିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛିି। ହେଲେ ଏହି ନିଷ୍ପତ୍ତି ମଧ୍ୟରୁ ଅନେକ ବାସ୍ତବତାର ରୂପ ନେଇପାରୁନିି।...

ସାତକୋଶିଆରେ ପହଞ୍ଚିଲେ ଇଣ୍ଡିଆନ ସ୍କିମର

ଗଣିଆ,୧୦ା୧୧(ଡି.ଏନ.ଏ.): ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଦେଶୀ ପକ୍ଷୀ ଇଣ୍ଡିଆନ ସ୍କିମର ପ୍ରତିବର୍ଷ ଭଳି ଚଳିତବର୍ଷ ମହାନଦୀର ବଡମୂଳଠାରେ ଶୁକ୍ରବାର...

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ୭ଦିନ ମଧ୍ୟରେ ଦାଖଲ ହେବ କଣ୍ଟିଜେଣ୍ଟ ପ୍ଲାନ୍‌

ଖୋର୍ଦ୍ଧା ଅଫିସ,୧ା୬: ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

ରାଜ୍ୟରେ ସର୍ବାଧିକ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ କରୋନାରେ ଶନିବାର ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

Coronavirus Update


Archives

Model This Week

Why Dharitri