୨୯ ତାରିଖ ମଧ୍ୟରେ ବାତିଲ ହେବ ଏକାଧିକ ଟ୍ରେନ୍‌

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ଛଅ ପାସେଞ୍ଜର ଟ୍ରେନ ଓ ଦୁଇ ଏକ୍ସପ୍ରେସ ଟ୍ରେନ୍‌ ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ସପ୍ତାହକୁ ଦିନେ ଲେଖା ୩ଦିନ ପାଇଁ ବାତିଲ ରହିବ। ମାର୍ଚ୍ଚ ୧୩, ୨୦ ଓ ୨୭ ତାରିଖରେ ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ଟ୍ରେନ୍‌ ବିଶାଖାପାଟଣାଠାରୁ ବାତିଲ ହେବ। ସେହିପରି ମାର୍ଚ୍ଚ ୧୪, ୨୧ ଓ ୨୮ ତାରିଖରେ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ୱରୁ, ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଦୁର୍ଗଠାରୁ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ଭୁବନେଶ୍ୱରଠାରୁ ବାତିଲ ହେବ। ମାର୍ଚ୍ଚ ୧୫, ୨୨ ଓ ୨୯ ତାରିଖରେ ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ୱରୁ, ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର ଉଭୟ ପାର୍ଶ୍ୱରୁ, ପଲାସା-ଗୁଣୁପୁର-ପଲାସା ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ୱରୁ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଏବଂ ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ନୟାଗଡ଼ ଟାଉନଠାରୁ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷାଘାତରେ ଚାନ୍ଦି ମେଢ଼ର ଅନନ୍ୟ ବିନ୍ଧାଣି

କଟକ ଅଫିସ,୧୯।୩: ତାରକସୀ କାର୍ଯ୍ୟ ପାଇଁ ସାରା ଦେଶରେ କଟକ ସହରର ସ୍ବତନ୍ତ୍ର ପରିଚୟ ରହିଛି। ହେଲେ ଏହାକୁ ନିର୍ମାଣ କରୁଥିବା ବିନ୍ଧାଣୀଙ୍କୁ କ୍ୱଚିତ ଜାଣିଥାନ୍ତି।...

ଝଲସିବ ଥୁଆମୂଳ-ରାମପୁର ମାଣିକେଶ୍ୱରୀ ପୀଠ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ): ଝଲସିବ କଳାହାଣ୍ଡି ଜିଲା ଥୁଆମୂଳ-ରାମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ପୀଠ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସର ପ୍ରତୀକ ପାଲଟିଥିବା ଏହି ମନ୍ଦିର ନୂଆ...

‘ଦୀକ୍ଷା ଆପ୍‌’ରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା

ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଯୋଗୁ ସବୁକିଛି ବନ୍ଦ ହୋଇଯିବା ପରେ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସ୍କୁଲ, କଲେଜ ବନ୍ଦ ହେବାପରେ ଆଗକୁ ପିଲାଙ୍କ...

କଟକ ସିରିଏଲ୍‌ ହତ୍ୟା ଘଟଣାରେ ଗୃହସଚିବଙ୍କୁ ନୋଟିସ:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ, ୨୪।୯: କଟକ ସିରିଏଲ୍‌ ହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା...

ଆମ୍ବୁଲାନ୍ସକୁ ବାଟ ଛାଡୁ ନ ଥିବା ଗାଡ଼ିଚାଳକ ଗଣିବେ ଜରିମାନା

ଭୁବନେଶ୍ୱର, ୧୫।୨ (ବ୍ୟୁରେ): ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ(ଓଡି-୩୩ଓ୍ବାଇ-୬୦୧୯) ଫସିଯିବା ଯୋଗୁ ଶିଶୁପୁତ୍ର ନୀଲ୍‌ ନୀତୀଶ୍‌ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି...

ରଥଯାତ୍ରା ପାଇଁ ପୁଣି ପିଟିସନ୍‌: ପୁରୀ ସହରକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରାଯାଉ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍‌ ପିଟିସନ ଦାୟର ହୋଇଛି।...

ସରକାର ଗଠନ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛନ୍ତି। ରବିବାର ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତ କ୍ରମେ...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୫।୧: ପୁରୀରେ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି। ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ଦୁଇଟି...

Advertisement
Archives

Model This Week