୨୯୪ ମିଟର ଡ୍ରେନ୍‌ ନିର୍ମାଣକୁ ଲାଗିଲାଣି ୬ ବର୍ଷ

ଭଦ୍ରକ ଅଫିସ, ୧୮।୫ – ଆଉ କିଛି ମାସ ଗଲେ ଭଦ୍ରକ ସହର କୃତ୍ରିମ ବନ୍ୟାରେ ଉବୁଟୁବୁ ହେବ। ସାମାନ୍ୟ ବର୍ଷା ହେଲେ ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ଫେଲ୍‌ ମାରିଥିବା କାରଣରୁ ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗିରହିଛି। ନିର୍ଦ୍ଦିଷ୍ଟ ଭାବେ ଏଥିପାଇଁ ଡ୍ରେନେଜ୍‌ ବିଭାଗର ବିଫଳତାକୁ ସହରବାସୀ ଦାୟୀ କରୁଥିବା ବେଳେ କେହି କେହି ବିଭାଗୀୟ ଅଧିକାରୀଙ୍କୁ ଦୂରଦୃଷ୍ଟି ଅଭାବ ଯୋଗୁ ଏହି ସମସ୍ୟାର ପ୍ରତିକାର ହୋଇପାରୁ ନ ଥିବା କହିଛନ୍ତି।
ଭଦ୍ରକ ସହରର ପ୍ରବେଶ ପଥ କୁହାଯାଉଥିବା ନେହେରୁ ଷ୍ଟାଡିୟମ୍‌ଠାରୁ ବନ୍ତ ଛକ ଏଲ୍‌ଆଇସି ଅଫିସ ପର୍ଯ୍ୟନ୍ତ ଥିବା ଡ୍ରେନ୍‌ ୬ ବର୍ଷ ହେଲା ଅଧୁରା ରହିଛି। ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ କାରଣରୁ ନେହେରୁ ଷ୍ଟାଡିୟମ୍‌ରେ ୬ବର୍ଷ ଧରି ସ୍ବାଧୀନତା ଦିବସ ପାଳନ ହୋଇପାରୁନାହିଁ। ସାମାନ୍ୟ ବର୍ଷାରେ ଷ୍ଟାଡିୟମ୍‌ ପରିସରରେ ଆଣ୍ଠୁଏ ଲେଖାଏ ପାଣି ଜମି ରହୁଥିବାରୁ କଲେଜ ପଡ଼ିଆରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଷ୍ଟାଡିୟମ୍‌ର ପ୍ରଥମ ଗେଟ୍‌ଠାରୁ ବନ୍ତ ଛକ ଏଲ୍‌ଆଇସି ଅଫିସ ନିକଟସ୍ଥ କେନାଲ(ଏଚ୍‌ଏଲ୍‌ସି-୩) ପର୍ଯ୍ୟନ୍ତ ୨୯୪ ମିଟର ଡ୍ରେନ୍‌ ନିର୍ମାଣକୁ ୬ ବର୍ଷ ଲାଗିଲାଣି। ତଥାପି ତାହା ସମ୍ପୂର୍ଣ୍ଣ ହୋଇପାରୁନି। ଜୁନ୍‌ ୧୫ ସୁଦ୍ଧା ମୌସୁମୀ ପହଞ୍ଚତ୍ବାର ଦିନ ଧାର୍ଯ୍ୟ ହୋଇସାରିଥିବା ବେଳେ ଚଳିତବର୍ଷ ମଧ୍ୟ ଷ୍ଟାଡିୟମ୍‌ରେ ବର୍ଷାପାଣି ଜମିବା ସୁନିଶ୍ଚିତ ବୋଲି ଏହାର ଦାୟିତ୍ୱ ନେଇଥିବା କ୍ରୀଡ଼ାବିତ୍‌ ଶୁଭେନ୍ଦୁ ରାୟମହାପାତ୍ର ଅଭିଯୋଗ କରିଛନ୍ତି। ବର୍ଷକୁ ପ୍ରାୟ ୫ ମାସ ଷ୍ଟାଡିୟମ୍‌ରେ ପାଣି ରହୁଥିବାରୁ କ୍ରୀଡ଼ାବିତ୍‌ମାନେ କ୍ରୀଡ଼ା ଅଭ୍ୟାସରୁ ବଞ୍ଚିତ ହେଉଛନ୍ତି। ଏହି କାମ ପାଇଁ ଠିକାଦାର ଜଣଙ୍କ ପ୍ରାୟ ୫୦ ଭାଗ ଅର୍ଥ ନେଇସାରିଥିବା ଜଣାପଡ଼ିଛି। ଠିକାଦାର ନିଜ ଇଚ୍ଛାରେ ନିମ୍ନମାନର କାମ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏନେଇ ମୁହଁ ଖୋଲୁ ନ ଥିବା ନେଇ ଚର୍ଚ୍ଚା ହେଉଛି।
ଉଲ୍ଲେଖନୀୟ ଯେ, ଏହି ଡ୍ରେନ୍‌ ଡଗମୁଣ୍ଡରୁ ବାହାରି ସର୍କିଟ୍‌ ହାଉସ୍‌, ଏଲ୍‌ଆଇସି ଅଫିସ ଛକ ହୋଇ କଚେରି ଭିତର ଦେଇ ମହିଳା କଲେଜ ପାଥ୍‌ରେ ବାହାରି ସାଳନ୍ଦୀ ନଦୀକୁ ସଂଯୋଗ କରାଯିବ। ଏହାର ଲମ୍ବ ପ୍ରାୟ ୩ କି.ମି. ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ମାତ୍ର ଭଦ୍ରକ ଡ୍ରେନେଜ୍‌ ବିଭାଗ ଠିକାଦାରଙ୍କୁ କାର୍ଯ୍ୟ ଦେଇ ତାହାର ଉପଯୁକ୍ତ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି। ଏହି ଗୋଟିଏ ଡ୍ରେନ୍‌ ନୁହେଁ, ସହରରେ ଯେତେକ ଡ୍ରେନ୍‌ ନିର୍ମାଣ କାମ ଆରମ୍ଭ ହୋଇଛି ତାହା ସମ୍ପୂର୍ଣ୍ଣ ହୋଇନାହିଁ। କେଉଁଠି କଭର ପ୍ଲେଟ୍‌ ପଡ଼ିନାହିଁ ତ ଆଉ କେଉଁଠି ଡ୍ରେନ୍‌ କରାଯାଇ ଅଧାରାସ୍ତାରେ ଛାଡ଼ି ଦିଆଯାଇଛି। ଏ ନେଇ ଭଦ୍ରକ ସହର ବରିଷ୍ଠ ନାଗରିକ ମଞ୍ଚ ୨୦୧୮ରେ ଜିଲାପାଳ, ଆର୍‌ଡିସି, ପୂର୍ତ୍ତ ବିଭାଗ, ପୌରପାଳିକା ଓ ପୋଲିସ ନିକଟରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କୁହାଯାଇଛି। କେବଳ କେତୋଟି ଡ୍ରେନ୍‌ ସଫାକରି କାମ ସାରି ଦିଆଗଲା। ଏହି ବିଭାଗର କେତେକ ଅଧିକାରୀ ଦୀର୍ଘବର୍ଷ ଧରି ଭଦ୍ରକ ସହରରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉନାହିଁ। ଏଭଳି ଦୁର୍ନୀତି ପଛରେ ଏହା ଅନ୍ୟ ଏକ କାରଣ ବୋଲି ପୂର୍ବତନ କାଉନ୍‌ସିଲର ଅଶୋକ ମହାପାତ୍ର ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରୁ କହିଛନ୍ତି, ଠିକାଦାରଙ୍କୁ ସେହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ କାମ ସରିଛି। ବାକି କାମ ଖୁବ୍‌ଶୀଘ୍ର ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି ଅର୍ଥ ହଡ଼ପ ମାମଲା: ସ୍ବାମୀ ଜେଲ୍‌ ଗଲେ, ସ୍ତ୍ରୀ ଫେରାର

ରୂପ୍‌ସା, ୧୭।୯(ଡି.ଏନ.ଏ.)-ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚଜି)ରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ବାଖରାବାଦ ଗ୍ରାମର ଅଭିଯୁକ୍ତ ରମେଶ ରାଉତଙ୍କୁ ପୋଲିସ ଗିରଫ...

ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ

ରୂପ୍‌ସା, ୨୭।୪(ଡି.ଏନ.ଏ.): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଛନ୍ତି। ସହରଠାରୁ ଗ୍ରାମାଞ୍ଚଳ...

ଭଦ୍ରକ ଜିଲା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ହେବ: ମନ୍ତ୍ରୀ

ଭଦ୍ରକ ଅଫିସ,୪ା୬-ଭଦ୍ରକ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା କରିବା ସକାଶେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା...

ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ: କଟକଣା ସତ୍ତ୍ୱେ ବଜାରରେ ଲୋକଙ୍କ ଭିଡ଼

ବସ୍ତା,୨୫।୩(ଡି.ଏନ୍‌.ଏନ୍‌.): ମହାମାରୀ କରୋନା ସଂକ୍ରମଣ ଭୟକୁ ରୋକିବାକୁ ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଲୋକେ। ଏହି...

ଜନନୀ ଏକ୍ସପ୍ରେସ ଡ୍ରାଇଭରଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା: ଘରୋଇ ଭ୍ୟାନ୍‌ରେ ଗଲେ ଆସନ୍ନ ପ୍ରସବା

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଜଣେ ଆସନ୍ନ ପ୍ରସବାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଆସିଥିବା...

ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଜିଲାପାଳଙ୍କ ପରାମର୍ଶ

ବାଲେଶ୍ୱର ଅଫିସ,୧୯।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏ ନେଇ...

ମାଟ୍ରିକ ପରୀକ୍ଷା ଫଳ: ସରକାରୀ ଅପେକ୍ଷା ବେସରକାରୀ ବିଦ୍ୟାଳୟ ଛାତ୍ରୀଛାତ୍ର ଆଗରେ

ପାଟଣା,୨୨।୫(ସ୍ବ.ପ୍ର.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଖରାପ ରହିଥିବା ବେଳେ ବେସରକାରୀ...

Advertisement
Archives

Model This Week