୨୯୦ ପରିବାରକୁ ରାଶନ ପ୍ରଦାନ

ଅନୁଗୋଳ ଅଫିସ, ୯।୫ – ଅନୁଗୋଳ ସ୍ଥିତ ସାତକୋଶିଆ ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ୧୫ଟି ପଞ୍ଚାୟତର ୨୯୦ ଅସହାୟ ପରିବାରଙ୍କୁ ଏଫ୍‌ଇଏସ୍‌ ପକ୍ଷରୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ଅନୁଗୋଳ ଓ ଆଠମଲ୍ଲିକର ସାଲର, କଟରଙ୍ଗ, ଅସନବାହାଳି, ପବଲା ଓ ବାଘୁଆପାଟ ଗ୍ରାମକୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଇଛି। ସ୍ଥାନୀୟ ସରପଞ୍ଚ, ରେଞ୍ଜ ଅଫିସର, ଫରେଷ୍ଟର, ଗ୍ରାମ ସଭାପତି ଓ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନନ୍ଦପୁର, ଜଗନ୍ନାଥପୁର, ପୁରୁଣାକୋଟ, ବଲଙ୍ଗ, ଟିକରପଡ଼ା, ଟାଇଁସି, କୋଠଭୂଇଁ, ଅନ୍ତୁଳିଆ, ଟାପଢ଼ୋଲ, ପାଇକସାହି, ମଇମୁରା, ଠାକୁରଗଡ଼, ଆମ୍ବସରମୁଣ୍ଡା, କୁରୁମଟାମ, ସାପଘରା ପଞ୍ଚାୟତର ଗରିବ ପରିବାରଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିସହ ଅନୁଗୋଳ ସହରାଞ୍ଚଳରେ ରହୁଥିବା ଅସହାୟ ଓ ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ରାଶନ ସହ ୧୦ ଦିନ ଧରି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଫ୍‌ଇଏସ୍‌ ଟିମ୍‌ ଲିଡର ସ୍ବପ୍ନା ଷଡ଼ଙ୍ଗୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ) ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ…

ବିରଳ ଅସ୍ତ୍ରୋପଚାର: ଶିଶୁ ମୁଣ୍ଡରୁ କଢ଼ାଗଲା କାଠଖଣ୍ଡ, ଶିଶୁଙ୍କୁ ବଞ୍ଚାଇଦେଲେ…

ବ୍ରହ୍ମପୁର/ଦିଗପହଣ୍ଡି, ୮।୫(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ନବରଙ୍ଗପୁର ଜିଲା ଉମରକୋଟ ଗ୍ରାମର ସଞ୍ଜିତ ହରିଜନଙ୍କ ପୁଅ ଓମ (୩) ଗତ ୨୮ ତାରିଖ ଅପରାହ୍ନରେ ଘର…

ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା

ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri