୨୯ବର୍ଷ ପରେ ଏହି ଦେଶରେ ଦେଖିବାକୁ ମିଳିଲା ବିରଳ ଧଳା ହ୍ବେଲ

କାନବେରା,୧୯।୬: ଦକ୍ଷିଣ ଅଷ୍ଟ୍ରେଲିଆର ଏକ ସମୁଦ୍ରରେ ୨୯ବର୍ଷ ପରେ ଏକ ବିରଳ ଧଳା ହମ୍ପବେକ ହ୍ବେଲ ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୯୧ରେ ଏହି ହ୍ବେଲକୁ ଏଠାରେ ଦେଖିବାକୁ ମିଳିଥିଲା। ପୁଣିଥରେ ଏହି ଅଞ୍ଚଳରେ ବିରଳ ଧଳା ହମ୍ପବେକ ହ୍ବେଲ ବାହାରିଛି। ଏହି ଖବର ପାଇବା ମାତ୍ରେ ଲୋକମାନେ ସମୁଦ୍ର କଳରେ ଭିଡ଼ ଜମାଉଥିବା ଦୃଶ୍ୟ ନଜର ଆସିଛି। ତେବେ ଏହି ବିରଳ ଧଳା ହ୍ବେଲର ନାମ ହେଉଛି ମିଗାଲୁ। ଏହି ହ୍ବେଲ ଆଣ୍ଟାଟିକାରୁ ବୁଲି ବୁଲି କୁଇନ୍ସଲାଣ୍ଡ ଉପକୂଳରେ ଆସି ପହଞ୍ଚିଛି। କୁଇନ୍ସଲାଣ୍ଡ ଉପକୂଳଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ସମୁଦ୍ରରେ ଆଉ ଏକ ହ୍ବେଲ ସହ ମିଗାଲୁ ଖେଳୁଥିବା ଦେଖିବାକୁ ମିଳିଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମିଗାଲୁ ହ୍ବେଲ ନାଁରେ କେତେକ ଓ୍ବେବସାଇଟ୍‌ ରହିଥିବା ବେଳେ ଏହାର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ମଧ୍ୟ ରହିଛି। ବର୍ତ୍ତମାନ ବିଶ୍ୱରେ ଥିବା ୪୦ହଜାର ହମ୍ପବେକ ହ୍ବେଲ ମଧ୍ୟରୁ ଏହା ଗୋଟିଏ। କିନ୍ତୁ ଏହି ହ୍ବେଲ ନିଜ ରଙ୍ଗ ପାଇଁ ସବୁଠାରୁ ବିରଳ। କାରଣ ଏହା ଅତି ମନୋରମ ହୋଇଥାଏ। ଏତଦ୍‌ ବ୍ୟତୀତ ମିଗାଲୁକୁ ନେଇ ଅଷ୍ଟ୍ରେଲିଆରେ କଡ଼ା ନିୟମ କରାଯାଇଛି। ଏହି ନିୟମ ଅନୁସାରେ ତାକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସହ ମିଗାଲୁକୁ କୌଣସି କ୍ଷତି ପହଞ୍ଚାଇଲେ କଠୋର ଦଣ୍ଡ ଦିଆଯିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା...

କରୋନା ସଂକ୍ରମଣରେ ମୂଳ ଭାରତୀୟ ବୈଜ୍ଞାନିକ ମୃତ: ଏଚ୍‌ଆଇଭି ଉପରେ କରିଥିଲେ ଗବେଷଣା

ନୂଆଦିଲ୍ଲୀ/ଡରବାନ୍‌,୨।୪: କରୋନା ସଂକ୍ରମଣରେ ମୂଳ ଭାରତୀୟ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ପ୍ରଫେସର ଗୀତା ରାମ୍‌ଜେଙ୍କ ମୃତ୍ୟୁ ଘଟିଛି। ଡରବାନ୍‌ର ଏକ ହସ୍ପିଟାଲରେ ତାଙ୍କର ମଙ୍ଗଳବାର ମୃତ୍ୟୁ...

ଏମିତି ମାଟି ଦୀପ: ଯାହା ଜଳୁଛି ୪୦ ଘଣ୍ଟା

ରାୟପୁର,୩୧ା୧୦: ଛତିଶଗଡ଼ର କୋଣ୍ଡାଗାଁରେ ରହୁଥିବା ଅଶୋକ ଚକ୍ରଧାରୀ ଏକ ମାଟିର ଦୀପ ତିଆରି କରିଛନ୍ତି। ଯାହା ୨୪ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ। ଏହି ଦୀପକୁ...

କାର୍‌ ଭିତରେ ଗର୍ଲଫ୍ରେଣ୍ଡଙ୍କ ସହ ବସିଥିଲେ ସ୍ବାମୀ, ଦେଖିଦେଲେ ସ୍ତ୍ରୀ: ତା’ପରେ ଘଟିଲା ଏମିତି

ମୁମ୍ବାଇ ରାସ୍ତାରେ ଏକ ସ୍ବାମୀ-ସ୍ତ୍ରୀ ଝଗଡା ଦେଖିବାକୁ ମିଳଥିଲା। ଝଗଡାର କାରଣ ଜାଣିବା ପାଇଁ କାର ପାଖରେ ଲୋକେ ଭିଡ ଜମାଇଥିଲେ। ଏହା ପରେ ଯାହା...

‘ଚନ୍ଦ୍ରୟାନ-୨’ ମିଶନ

ଶେଷ ପାଦରେ ଉପନୀତ ୨୦୧୯। ଚଳିତବର୍ଷ ଘଟିଥିବା ପ୍ରମୁଖ ବିଜ୍ଞାନ ତଥା ସ୍ବାସ୍ଥ୍ୟଭିତ୍ତିକ ତଥ୍ୟାବଳୀକୁ ନେଇ ଉପସ୍ଥାପନା… ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା...

ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ...

ଶୋଷ ଲାଗିବାରୁ ନିଜ ଶିଙ୍ଗକୁ କାମରେ ଲଗାଇଲା ଗାଈ, ଭାଇରାଲ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା...

Advertisement
Archives

Model This Week