୨୭ ଦେଶକୁ ମାଡ଼ିଲାଣି କରୋନା

ବେଜିଂ, ୯ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ଚାଇନାର ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ଶନିବାର ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସାର୍ସ(ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ) ଠାରୁ ଏହା ଅଧିକ ଭୟଙ୍କର ହେବାରେ ଲାଗିଛି। ୨୦୦୨-୦୩ରେ ସାର୍ସ ଯୋଗୁ ବିଶ୍ୱବ୍ୟାପୀ ମୋଟ ୭୭୪ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି।
ଜାପାନର କ୍ରୁସ୍‌ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍‌ ଯୋଗୁ ଅଲଗା ରଖାଯାଇଛି। ଏଥିରେ ଭାରତର ୧୩୮ ଜଣ ଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଥିବା ଜଣାପଡ଼ିଛି। କୋଚିରେ ୧୫ ଛାତ୍ର ଆସି ପହଞ୍ଚିଥିବାବେଳେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ହଂକଂରେ ଜଣେ ଓ ଫିଲିପାଇନ୍ସରେ ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ଚାଇନାକୁ ଛାଡ଼ି ବଶ୍ୱବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଚାଇନା ପକ୍ଷରୁ ସ୍ଥିତି ସୁଧାରିବା ଲାଗି ଜୋର୍‌ଦାର ପ୍ରୟାସ କରାଯାଉଛି। ଶନିବାର ପୁଣି ୧୫ଶହ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଉହାନ୍‌ରେ ଖୋଲାଯାଇଛି। କରୋନାକୁ ରୋକିବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ପ୍ରକାଶଥାଉ କି, ଏହି ରୋଗରେ ଆକ୍ରାନ୍ତ ୬୦ ବର୍ଷିୀୟ ଜଣେ ଆମେରିକୀୟ ମହିଳାଙ୍କ ଗୁରୁବାର ଉହାନ୍‌ରେ ମୃତ୍ୟୁ ହୋଇଥିଲା। ଆମେରିକୀୟ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସେହିଭଳି ଜାପାନର ଜଣେ ବ୍ୟକ୍ତି ମଧ୍ୟ ସନ୍ଦିଗ୍ଧ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚାଇନାକୁ ଛାଡ଼ି ବର୍ତ୍ତମାନ ସୁଦ୍ଧା ଜାପାନରେ ସର୍ବାଧିକ ୮୯, ସିଙ୍ଗାପୁରରେ ୩୩, ଥାଇଲାଣ୍ଡରେ ୩୨, ଦକ୍ଷିଣ କୋରିଆରେ ୨୪ ରୋଗୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତୃତ୍ୱ ଦିବସରେ ମା’ଙ୍କୁ ଯୌନ ନିର୍ଯ୍ୟାତନା ପରେ ହତ୍ୟା

ନ୍ୟୁୟର୍କ,୧୧।୫ : ମାତୃତ୍ୱ ଦିବସ ଅବସରରେ ୬୫ ବର୍ଷୀୟା ମା’ଙ୍କୁ ଯୌନ ନିର୍ଯ୍ୟାତନା ଦେବା ପରେ ହତ୍ୟା କରିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଘଟଣାଟି ଜମାଇକାର...

ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ...

କରୋନା ସଂକ୍ରମଣରେ ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ: ମୋଦି କଲେ ଶୋକ ପ୍ରକାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ବ୍ରହ୍ମା କାଞ୍ଚିବୋଟଲାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ନୂଆଦିଲ୍ଲୀ, ୨୯ା୧: ବିବାହ ବେଳେ ଜଣେ ହିନ୍ଦୁ ଯୁବତୀଙ୍କୁ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଅପହରଣ କରାଯିବା ଓ ପରେ ଧର୍ମାନ୍ତରୀକରଣ କରାଯାଇ ବିବାହ କରାଯିବା ଘଟଣା...

କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ...

ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ...

ଟ୍ରମ୍ପ୍‌ଙ୍କ ଧମକ: ଚାଇନା ହାତରେ କଣ୍ଢେଇ ସାଜିଛି ଡବ୍ଲ୍ୟୁଏଚ୍‌ଓ, ୩୦ ଦିନରେ ସୁଧାର ନ ଆସିଲେ ଫଣ୍ଡିଂ ହେବ ବନ୍ଦ

ଓ୍ବାଶିଂଟନ,୧୯।୫: କରୋନା ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)କୁ ଧମକ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା ହାତରେ କଣ୍ଢେଇ ସାଜିଛି। କରୋନା...

ମ୍ୟାନମାରରେ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଗଲା!

ନେପିତା,୨ ।୩: ଲୋକତନ୍ତ୍ର ଭାବେ ଦେଶରେ ଗଠନ କରାଯାଇଥିବା ସରକାରକଙ୍କୁ ଗାଦିଚ୍ୟୁତ କରିଥିବା ମ୍ୟାନମାର ସେନାଙ୍କ ବିରୋଧରେ ପ୍ରଦର୍ଶନ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି ।...

Advertisement


Archives

Model This Week

Why Dharitri