୨୬ରେ ସୂର୍ଯ୍ୟୋପରାଗ ଖାଲିଆଖିରେ ନ ଦେଖିବାକୁ ପରାମର୍ଶ:ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ଆସନ୍ତା ୨୬ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟ୍‌ରେ ଶେଷ ହେବାକୁ ଥିବାବେଳେ ସକାଳ ୯ଟା ୪୬ ମିନିଟ୍‌ରେ ସର୍ବାଧିକ ପରାଗ ଦେଖାଯିବ। ଉକ୍ତ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ପ୍ରାୟ ୫୫-୬୫% ଘୋଡ଼ାଇଦେବ ଏବଂ ସୂର୍ଯ୍ୟର ଆଲୋକ ମଳିନ ପଡ଼ିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ। ଏହାକୁ ଖାଲିଆଖିରେ ନ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ନିରାପଦରେ ସୂର୍ଯ୍ୟୋପରାଗ ଦେଖିବାକୁ ପ୍ଲାନେଟାରିୟମରେ ବ୍ୟବସ୍ଥା ହୋଇଛି। ଏହାସହ ସାମନ୍ତ ଚନ୍ଦ୍ରଶେଖର ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନଠାରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି। ସେହିପରି ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ବିଜେବି କଲେଜ ପଡ଼ିଆଠାରେ ସୂର୍ଯ୍ୟୋପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ। ଏହି ସୁଯୋଗକୁ ହାତଛଡ଼ା ନ କରିବାକୁ ଛାତ୍ରୀଛାତ୍ରଙ୍କୁ ପ୍ଲାନେଟାରିୟମ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ଚିତ୍ରୋତ୍ପଳାରେ ବୁଡ଼ି ୨ଯୁବକ ମୃତ

ପାଟକୁରା,୧୩।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ତହସିଲ ଅନ୍ତର୍ଗତ ପାଟକୁରା ବ୍ରିଜ୍‌ ନିକଟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଶୁକ୍ରବାର ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

ଖୋର୍ଦ୍ଧା ଝିଅ ସମୀକ୍ଷାଙ୍କୁ ଆମନ୍ତ୍ରଣ

ଖୋର୍ଦ୍ଧା ଅଫିସ, ୯ା୮: ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ଖୋର୍ଦ୍ଧାର ଝିଅ ସୁଶ୍ରୀ ସମୀକ୍ଷା ପଣ୍ଡା ଭାଗ ନେବେ। ସମୀକ୍ଷାଙ୍କୁ ଆମନ୍ତ୍ରଣ କରିଛନ୍ତି ଇଂଲଣ୍ଡ କ୍ରିକେଟ ଦଳର...

ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟ ହରିଲୁଟ

ଯାଜପୁର ଅଫିସ,୨୫ା୫: ସମଗ୍ର ଶିକ୍ଷା ଯୋଜନାରେ ଯାଜପୁର ଜିଲାରେ ବିପୁଳ ଅର୍ଥ ବ୍ୟୟରେ ଅନେକ ପ୍ରକଳ୍ପ ନିର୍ମାଣ ହେଉଛି। ୨୦୧୭-୧୮ ଏବଂ ୨୦୧୯-୨୦ ବର୍ଷରେ ମାଧ୍ୟମିକ...

କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିଲେ ବିଧାୟକ ମୋକିମ

ଭୁବନେଶ୍ୱର,୫।୮(ବ୍ୟୁରୋ): ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବା ବେଳେ ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ...

ଡାକ୍ତର ପରିଚୟ ଦେଇ କାର୍‌ ଲୋନ୍‌ ଆଳରେ ୧୮ ଲକ୍ଷ ଠକେଇ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ କାର ଲୋନ୍‌ ନେବା ଆଳରେ ବ୍ୟାଙ୍କରେ ଜାଲ କାଗଜପତ୍ର ଦାଖଲ କରି ୧୮ଲକ୍ଷ ଠକେଇ କରିଥିବା ଅଭିଯୁକ୍ତଙ୍କୁ...

୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ...

ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ

ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ...

ଆଜି ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକକୋଡ୍‌କୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ...

Advertisement
Archives

Model This Week