୨୬ରେ ସୂର୍ଯ୍ୟପରାଗ: ବଡ଼ଦିନ ରାତିସାରା ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ, ୧୮ା୧୨:ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଅଧ୍ୟକ୍ଷତା କରିଥିବାବେଳେ ପହିଲି ଭୋଗ, ସୂର୍ଯ୍ୟପରାଗ, ନୂଆବର୍ଷ ଓ ମକରସଂକ୍ରାନ୍ତି ନୀତି ସମ୍ପର୍କରେ ଆଲୋଚନା କରାଯାଇ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୬ ତାରିଖରେ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟପରାଗ। ଏଥିଲାଗି ୨୫ତାରିଖ ରାତି ୮ଟା ୨୦ ମିନିଟରୁ ପାକତ୍ୟାଗ, ଅନ୍ନ ଭୋଜନ, ପାକଦ୍ରବ୍ୟ ଓ ଦେବ ନୀତି ନିଷେଧ ରହିବ। ପରାଗ ସ୍ପର୍ଶ ନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କୌଣସି ପ୍ରକାର ନୀତି କରାଯିବ ନାହିଁ। ତେଣୁ ଡିସେମ୍ବର ୨୫ ଅର୍ଥାତ୍‌ ବଡ଼ଦିନ ରାତିତମାମ୍‌ ମହାପ୍ରଭୁ ଦର୍ଶନ ଦେବେ ବୋଲି ବୈଠକରେ ଚୂଡ଼ାନ୍ତ ହୋଇଛି।
୨୬ ତାରିଖ ସକାଳ ୮ଘଣ୍ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହେବା ପରେ ଶ୍ରୀମନ୍ଦିରରେ ନୀତି ଆରମ୍ଭ କରାଯିବ। ପ୍ରଥମେ ପରାଗ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଚାଲିବ। ଏହିଦିନ ଅମାବାସ୍ୟା ପଡୁଥିବାରୁ ଅମାବାସ୍ୟା ନାରାୟଣ ବିଜେ, ଗୁରୁବାର ମାଜଣା ଓ ଏକାନ୍ତ ଆଦି ନୀତି ମଧ୍ୟ କରାଯିବ। ତେଣୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ଛତିଶା ନିଯୋଗ ବୈଠକ ବିଳମ୍ବରେ ଡକାଯାଇଥିବା ନେଇ କେତେଜଣ ସେବାୟତ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିପରି ପ୍ରାପ୍ୟ ପାଉଣା ବକେୟା ରହିଥିବା କଥା କେତେଜଣ ସେବାୟତ ଉଠାଇଥିଲେ। ଅନ୍ୟପକ୍ଷରେ ନୂଆବର୍ଷରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେଣୁ ଡିସେମ୍ବର ୩୧ ତାରିଖ ରାତି ୧୧ଟା ପୂର୍ବରୁ ପହୁଡ଼ ଏବଂ ରାତି ୨ଟାରେ ଦ୍ୱାର ଫିଟାଇବାକୁ ଆଲୋଚନା ହୋଇଛି। ଏହାବ୍ୟତୀତ ଦେବାଭିଷେକ ପୂର୍ଣ୍ଣିମା ଓ ମକରସଂକ୍ରାନ୍ତି ନୀତି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇ ଚୂଡ଼ାନ୍ତ ହୋଇଛି। ବୈଠକରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସୁରକ୍ଷା ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ନିଯୋଗ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂଙ୍କୁ ମାଡ଼ମାରି ଦେଡ଼ଶୁର ଗିରଫ

ପାତ୍ରପଡା,୨।୧୨(ଡି.ଏନ.ଏ.): ନିଜ ଭାଇବୋହୂଙ୍କୁ ମାଡ ମାରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଦେଡ଼ଶୁରଙ୍କୁ ଗିରଫ କରିଛି। ସେ ହେଲେ ଭରତପୁର ଅଞ୍ଚଳର ପ୍ରଫୁଲ ନାଏକ(୪୦)।...

CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୯୯୧ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୬୭୬ଜଣ ଲୋକାଲ କେସ୍‌ ଥିବା...

ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଅନିୟମିତତା: ଆରମ୍ଭରୁ ଉଠିଲାଣି ପିଚୁ

ପରଜଙ୍ଗ, ୨୦।୧୨(ଡି.ଏନ.ଏ.)-ସରିଯାଇଥିଲା ନିର୍ମାଣ ଅବଧି। ତଥାପି କାମ ନ କରି ଗଡ଼ାଇ ଚାଲିଥିଲେ ଦିନ। ଏହାକୁ ନେଇ ପ୍ରତିବାଦ ସ୍ବର ଉଠିବା ପରେ ତରବରିଆ ଭାବେ...

ତଳସରାରେ ପ୍ରଫୁଲ୍ଲ ମାଝି ପଛୁଆ

ତଳସରା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତଳସରା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡ. ପ୍ରଫୁଲ୍ଲ ମାଝି ପଛୁଆ ରହିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

୫ ଦଫା ଦାବି: ସିଏମ୍‌ସି ସମ୍ମୁଖରେ ବସ୍ତି ବାସିନ୍ଦା ମିଳିତ ମଞ୍ଚର ବିକ୍ଷୋଭ

କଟକ ଅଫିସ, ୧୦।୯: ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ୫ଦଫା ଦାବି ନେଇ ମଙ୍ଗଳବାର କଟକ ମହାନଗର ନିଗମ (ସିଏମ୍‌ସି) ସମ୍ମୁଖରେ ଗଣ ବିକ୍ଷୋଭ...

ଡାଉନ୍‌ଷ୍ଟ୍ରିମ ଶିଳ୍ପ ପ୍ରତି ଅନାଗ୍ରହ ବୁଡ଼ିବାକୁ ବସିଛି କଳିଙ୍ଗନଗର ଶିଳ୍ପ ସ୍ଥାନୀୟ ନେତୃତ୍ୱ, ସରକାରଙ୍କ ଅସହଯୋଗ ଦାୟୀ

ଯାଜପୁର ଅଫିସ,୩ା୯- କୃଷି ପରେ ଦେଶର କର୍ମ ନିଯୁକ୍ତି କ୍ଷେତ୍ରରେ ବଡବଡ ଶିଳ୍ପ ସମେତ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବଡ଼ ଭାଗିଦାରୀ...

ମାଲଗୋଦାମରେ ଜିଲା ଯୋଗାଣ ବିଭାଗର ଚଢ଼ାଉ: ପିଆଜ ୭୦, ଆଳୁ ୨୦ଟଙ୍କାରେ ବିକ୍ରି ପାଇଁ ତାଗିଦ

କଟକ ଅଫିସ,୨୮ା୧୨: କଟକ ଜିଲା ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଜିଲା ଯୋଗାଣ ବିଭାଗ ଅଧିକାରୀ ଅମର...

୬ ଜିଲାରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟର ୬ ପଛୁଆ ଜିଲାରେ ଥିବା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ। ଏହା ସହିତ ଉକ୍ତ ତାଲିକାରେ ଆଉ ୨ଟି ଜିଲା ହସ୍ପିଟାଲକୁ...

Coronavirus Update


Archives

Model This Week

Why Dharitri