୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ: ବ୍ରିଟେନରେ ଖୋଲିଲା ପ୍ରାଇମେରୀ ସ୍କୁଲ

ଲଣ୍ଡନ,୨।୬: କରୋନା ସଂକ୍ରମଣକୁ ରୋକିବାକୁ ବିଶ୍ୱର ଅଧିକାଂଶ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ନିୟମରେ କୋହଳ କରାଯାଇଥିବା ବେଳେ କେବଳ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ କରୋନା ସଂକ୍ରମଣ କମ୍‌ ହେବା ପରିବର୍ତ୍ତେ ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୧ ଲକ୍ଷରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩,୬୩,୭୦୦ ଅତିକ୍ରମ କରିଛି। ସେହିପରି ଗତ ୨୪ ଘଣ୍ଟାରେ ପାଖାପାଖି ୩ ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ପୁଣିଥରେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏବେ ବିଶ୍ୱରେ ମୋଟ ମୃତ୍ୟୁ ସଂଖ୍ୟା ୩,୭୭,୦୦୦ଅତିକ୍ରମ କରିଛି। ଆମେରିକା, ବ୍ରାଜିଲ, ରୁଷିଆ, ଭାରତ, ପେରୁ କରୋନା ସଂକ୍ରମଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି। ଲକ୍‌ଡାଉନ ମଧ୍ୟରେ ସୋମବାର ବ୍ରିଟେନର ପ୍ରାଇମେରୀ ସ୍କୁଲକୁ ମଧ୍ୟ ଖୋଲି ଦିଆଯାଇଛି। ସାମାଜିକ ଦୂରତା ବଜାୟ ରଖି ପିଲାମାନେ ସ୍କୁଲ ଯିବାକୁ କୁହାଯାଇଛି। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ନ ଛାଡି ପାରନ୍ତି ବୋଲି ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଜି ପ୍ୟାକେଟରେ କରୋନା ଭୂତାଣୁ: ଲୋକେ ଆତଙ୍କିତ !

ଓ୍ବାଶିଂଟନ, ୪।୮: ଚାଇନା କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିତ୍ବାବେଳେ ଏବେ ଏହାର ପ୍ରତିଟି କାର୍ଯ୍ୟ ସନ୍ଦେହ ଜନକ ରହୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି।...

କରୋନା ପାଇଁ କଟକଣା ଜାରି କଲେ ଲୋକେ ଭୋକରେ ମରିଯିବେ: ଇମ୍ରାନ ଖାଁ

ଇସଲାମାବାଦ୍‌,୧୮।୩: ପାକିସ୍ତାନରେ କରୋନା ଯୋଗୁ ଲୋକେ ଆତଙ୍କ ମଧ୍ୟରେ ରହିଛନ୍ତି। ଦେଶର ବିଭିନ୍ନ ସହରକୁ ପାଶ୍ଚାତ୍ୟ ଦେଶ ଭଳି ଆଇସୋଲେଶନ କରାଯିବା ପାଇଁ କଟକଣା ଜାରି...

କରୋନା ହଟ୍‌ସ୍ପଟ୍‌ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍‌ ହଟ୍‌ସ୍ପଟ୍‌ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ...

ହସ୍ପିଟାଲରେ ମୃତଦେହ ଗଦା: ପରିବାର ସଦସ୍ୟଙ୍କୁ ଗୋଟି ଗୋଟି କରି ପଡୁଛି ଖୋଜିବାକୁ…

ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ...

ଟ୍ରୋଲ୍ ହେଲେ ଅଖିଳେଶ

ଲକ୍ଷ୍ନୌ,୩ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର...

ମେ’ ୨ ବିଜୟ ଉତ୍ସବ ପାଳନ ଉପରେ କଟକଣା: ନିର୍ଦ୍ଦେଶ ଜାରି କଲେ ଇସି…

ନୂଆଦିଲ୍ଲୀ, ୨୭।୪: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ତେବେ ଫଳାଫଳ ନେଇ କୌଣସି ବିଜୟ ଉତ୍ସବ ପାଳନ କରାଯିବ...

ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ମହାକାଶ ମିଶନରେ ହେବେ ସାମିଲ୍‌

ଓ୍ବାଶିଂଟନ,୧୩।୧: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଖୁସି ଖବର ମିଳିଛି। ମୂଳ ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌...

କଇଁଚି କାମ ନ ଦେବାରୁ ଦାନ୍ତରେ ଛିଣ୍ଡାଇଲେ ଫିତା

ଇସଲାମବାଦ୍‌,୩।୯: ଫିତା କାଟିବା ବେଳେ କାମ ଦେଲାନି କଇଁଚି। ଅପେକ୍ଷା ନ କରି ଦାନ୍ତରେ ଫିତା କାଟି ଏକ ଇଲେକ୍‌ଟ୍ରୋନିକ୍ସ ଦୋକାନ ଉଦ୍‌ଘାଟନ କରିଛନ୍ତି ପାକିସ୍ତାନର...

Advertisement


Archives

Model This Week