୨୪୭୬ ନିର୍ମାଣ ଶ୍ରମିକଙ୍କୁ ମିଳିଲା ସହାୟତା

ଲୋଇସିଂହା,୨୫।୪(ଡି.ଏନ.ଏ.): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ମାର୍ଚ୍ଚ ୨୦ରୁ ଲକ୍‌ଡାଉନ ଜାରୀ ରହିଛି । ଫଳରେ କାମଧନ୍ଦା ବନ୍ଦ ରହିଥିବାରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଏହାକୁ ହୃଦୟଙ୍ଗମ କରି ସରକାର ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହିକ୍ରମରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ ପ୍ରଶାସନ ପକ୍ଷରୁ ୨୪୭୬ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆଙ୍କ ସୂଚନାକ୍ରମେ ଜିଲା ଶ୍ରମବିଭାଗ ପକ୍ଷରୁ ବ୍ଲକର ୩୮୮୭ ନିର୍ମାଣ ଶ୍ରମିକଙ୍କୁ ସହାୟତା ସକାଶେ ନିର୍ଦ୍ଦେଶ ରହିଛି। ସେଥିରୁ ବିଭିନ୍ନ ପଞ୍ଚାୟତର ୨୪୭୬ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି । ଅବଶିଷ୍ଟ ଶ୍ରମିକଙ୍କୁ ଖୁବ୍‌ଶୀଘ୍ର ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହାବାଦ କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ବ୍ଲକ ଅନ୍ତର୍ଗତ ୨୦ ପଞ୍ଚାୟତରେ ୯୨ ପ୍ରତିଶତ ହିତାଧିକାରୀଙ୍କୁ ପିଡ଼ିଏସ ଚାଉଳ ଓ ୯୬ ପ୍ରତିଶତ ଲୋକଙ୍କୁ ୧ ହଜାର ଲେଖାଏ ସହାୟତା ଦିଆଯାଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ...

ବ୍ରହ୍ମପୁର ବଡ଼ ମେଡିକାଲ: ବାୟୋମେଟ୍ରିକ ଉପସ୍ଥାନ ପ୍ରହସନ

ବ୍ରହ୍ମପୁର ଅଫିସ,୨୩ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ବଡ ହସ୍ପିଟାଲ। ଏହା ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଗଜପତି,...

କରୋନା କଟକଣାରେ ଇଦ୍‌- ଉଜ୍‌-ଜୁହା

ଭଦ୍ରକ ଅଫିସ,୨୧।୭: ବଳିଦାନର ପର୍ବ ଇଦ୍‌- ଉଜ୍‌-ଜୁହା। ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି।...

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ

ପଦ୍ମପୁର,୩୧ା୫(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ। ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ମେଡ଼ିକାଲରେ ଭର୍ତ୍ତି...

ଧାନକିଣା ବନ୍ଦ କଲେ ଲ୍ୟାମ୍ପ୍‌ସ କର୍ମଚାରୀ

ଚମ୍ପୁଆ,୨୮।୧(ଡି.ଏନ.ଏ) ଉପଯୁକ୍ତ ମାସ ଦିଆ ନ ଯିବାରୁ ଧାନ କିଣା ସମୟରେ ହଇରାଣ ହେଉଥିବା ଅଭିଯୋଗରେ ଚମ୍ପୁଆ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଧାନକିଣା ବନ୍ଦ କରିଛନ୍ତି।...

ଚଳିତବର୍ଷ ବୁଗୁଡ଼ାରେ ଗଡ଼ିବନି ରଥ

ବୁଗୁଡ଼ା,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାର ଶ୍ରୀ ବଳଦେବ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ପରିଚାଳନା କମିଟିର ସଭାପତି ତଥା ତହସିଲଦାର ସଂଗ୍ରାମ...

ଶୋଇବା ଘରେ ୧୪ ଫୁଟ୍‌ର ଅହିରାଜ

ବାଙ୍ଗିରିପୋଷି,୨୭।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ନିଶ୍ଚିନ୍ତା ଗ୍ରାମର ଅଧ୍ୟାପକ ଅଶୋକ କୁମାର ମହାପାତ୍ରଙ୍କ ଶୋଇବା ଘରୁ ୧୪ ଫୁଟ ଲମ୍ବ ଏକ ଅହିରାଜ...

ଲୋଇସିଂହାରୁ ଆଉ ଜଣେ କରୋନା ପିଜିଟିଭ ଚିହ୍ନଟ: ସ୍ଥାନୀୟ ଅଞ୍ଚଳକୁ ୨୪ ଘଣ୍ଟା ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଲୋଇସିଂହା,୫।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗାଁର ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଥିଲା।...

Advertisement
Archives

Model This Week