୨୩ ବର୍ଷ ସାନ ମଡେଲଙ୍କୁ ବିବାହ କରିବାକୁ ରାଜଗାଦି ଛାଡିଥିଲେ ସୁଲତାନ ମହମ୍ମଦ

ମସ୍କୋ,୨୧।୭: ମାଲେସିଆର ପୂର୍ବତନ ରାଜା ସୁଲତାନ ମହମ୍ମଦ-ଓ୍ବି ୫୧ ବର୍ଷ ବୟସରେ ବିବାହ ବରିବାକୁ ମନ ବଳାଇଥିଲେ। ତାହା ପୁଣି ତାଙ୍କଠାରୁ ୨୩ ବର୍ଷ ସାନ ଜଣେ ମଡେଲଙ୍କୁ। ରୁଷର ବିୟୁଟି କୁଇନ୍‌ ଓକ୍ସାନାଙ୍କୁ ବିବାହ କରିବାକୁ ଗତବର୍ଷ ସୁଲତାନ ମହମ୍ମଦ-ଓ୍ବି ରାଜଗାଦି ଛାଡି ଦେଇଥିଲେ। ମସ୍କୋରେ ୨୦୧୮ରେ ସୁଲତାନ ମହମ୍ମଦ-ଓ୍ବି ୨୭ ବର୍ଷୀୟା ମଡେଲ ଓକ୍ସାନାଙ୍କୁ ବିବାହ କରିଥିଲେ। ଏହାପରେ ଓକ୍ସାନା ନିଜ ଧର୍ମ ପରିବର୍ତ୍ତନ କରି ନିଜର ନାଁ ରିହାନା ଓକ୍ସାନା ପେଟ୍ରା ରଖିଥିଲେ। ଏହାର କିଛିମାସ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ହେଲେ ବିବାହକୁ ଠିକ ବର୍ଷେ ପୂରିବା ପରେ ଏବେ ଉଭୟଙ୍କ ଛାଡପତ୍ର ଖବର ଶୁଣିବାକୁ ମିଳିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ପୂର୍ବରୁ ଏମାନେ ସ୍ଥିର କରି ଏନେଇ ସିଙ୍ଗାପୁରରେ ରେଜିଷ୍ଟ୍ରେଶନ କରିଥିଲେ। ୨୨ଜୁନରୁ ୧ ଜୁଲାଇ ମଧ୍ୟରେ ଏହା ସମାଧାନ ହୋଇଯିବା ପରେ ଏବେ ଏମାନେ ଅଲଗା ରହୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ୨୦୧୫ରେ ଓକ୍ସାନା ମିସ୍‌ ରୁଷ ହେବା ପରେ ସୁଲତାନ ମହମ୍ମଦ-ଓ୍ବିଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହା ପରବର୍ତ୍ତି ସମୟରେ ବିବାହର ରୂପ ନେଇ ମାତ୍ର ବର୍ଷକ ମଧ୍ୟରେ ବିଚ୍ଛେଦରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୪୦ ଦିନ ମଧ୍ୟରେ ଚାଇନାରେ ୨୦୦ କୋଟି ଲୋକ ହେବେ ସ୍ଥାନାନ୍ତର: ସ୍ଥିତି ଅଣାୟତ୍ତ ହେବା ଆଶଙ୍କା…

ବେଜିଂ,୭।୧ : ଚାଇନାରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିଜର ସୀମା ଖୋଲିଛି। ଏହା ଯୋଗୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି...

ପରମାଣୁ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ନୂତନ ନୀତି ଗ୍ରହଣ କଲା ଜାପାନ

ଟୋକିଓ,୨୩ ।୧୨: ସାରା ବିଶ୍ୱରେ ଇନ୍ଧନ ଅଭାବ ମଧ୍ୟରେ ସ୍ଥିର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ପରମାଣୁ ଶକ୍ତିର...

ହିନ୍ଦୁ ପରିବାରର ୫ ଜଣଙ୍କୁ ହତ୍ୟା

ଇସଲାମାବାଦ୍‌, ୮ା୩: ପାକିସ୍ତାନରେ ଏକ ହିନ୍ଦୁ ପରିବାରର ୫ ସଦସ୍ୟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ମୃତକଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା...

୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ...

ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକ

ନ୍ୟୁୟର୍କ,୨୪ ।୨: ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଏକ ଜରୁରୀକାଳିନ ବୈଠକ ଡାକିଛି । ଭାରତୀୟ ସମୟ...

ପାକିସ୍ତାନ କଳା ତାଲିକାରେ ସ୍ଥାନ ପାଇବା ଆଶଙ୍କା ବଢ଼ିଲା

ଓ୍ବାଶିଂଟନ,୭।୧୦: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛି। ଏନେଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖୁଥିବା...

ହ୍ରଦରେ ଖସିପଡ଼ିଲା ବିମାନ, ଉଦ୍ଧାର କାର୍ଯ୍ୟ ଜାରି

ଡୋଡୋମା,୬ା୧୧: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ରବିବାର ଖସିପଡ଼ିଥିବା ବୁକୋବା ବିମାନବନ୍ଦରର ପୋଲିସ କମାଣ୍ଡର ଓ୍ବିଲିୟମ ମଓ୍ବମ୍ପାଗଲେ ଏ ସମ୍ପର୍କରେ ସୂଚନା ଦେଇଛି।...

ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି...

Advertisement
Archives

Model This Week