୨୩ରେ କାନ୍‌ସରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ ‘ସ୍ବାହା’

ଭୁବନେଶ୍ୱର,୧୮।୫(ବ୍ୟୁରୋ): କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ। ଫେଷ୍ଟିଭାଲ ଦି କାନ୍‌ସ ୨୦୧୯ର ଶର୍ଟ ଫିଲ୍ମ କର୍ନରରେ ଆସନ୍ତା ୨୩ତାରିଖରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ବାହା’ ପ୍ରଦର୍ଶନ ହେବାକୁ ମନୋନୀତ ହୋଇଛି। ଟେମ୍ପୁଲ୍‌ ସିଟି ଏଣ୍ଟରଟେନ୍‌ମେଣ୍ଟ ଏବଂ ପି.ଏସ୍‌. ମୋଶନ ପିକଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଯୋଜନା ପ୍ରଦୀପ ସାହୁ କରିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଯୁବ ନିର୍ଦ୍ଦେଶକ ଶିଶିର କୁମାର ସାହୁ। ୧୦ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ଓଡ଼ିଶାରୁ ଏକମାତ୍ର ଫିଲ୍ମ ଭାବେ ଏହା ୭୨ତମ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ। ଦୁଇ ଭିନ୍ନ ଭିନ୍ନ ପିଢ଼ିର ଦୁଇ କବିଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଭିନ୍ନ ଚିନ୍ତାଧାରା, ବୟସରେ ବହୁ ତାରତମ୍ୟ ଓ ମାତ୍ରାଧିକ ବ୍ୟବଧାନ ସତ୍ତ୍ୱେ ଦୁଇଜଣ କିଭଳି ପରସ୍ପରର ନିକଟତର ହୋଇଛନ୍ତି, ତାହାକୁ ଏହି ଫିଲ୍ମରେ ଦର୍ଶାଯାଇଛି। ୨୫ ମିନିଟ୍‌ ଅବଧିର ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର, ଟେଲିଭିଜନ ଓ ଥିଏଟର ଜଗତର ଜଣାଶୁଣା ଅଭିନେତା ସୁରେଶ ମିଶ୍ର। ତାଙ୍କ ସହ ଶୁଭସ୍ମିତା ରଥ ଓ ପଲ୍ଲବୀ ବାର୍ବି ଏଥିରେ ଅଭିନେତ୍ରୀ ଭାବେ କାମ କରିଛନ୍ତି। ଫିଲ୍ମଟି ଓଡ଼ିଶାରେ ଶୁଟିଂ ହୋଇଥିବା ବେଳେ ଏଥିରେ ରାଜ୍ୟର ବହୁ ଅନାଲୋଚିତ ସ୍ଥାନକୁ ଦର୍ଶାଯାଇଛି। ଏହି ଫିଲ୍ମ ମାଧ୍ୟମରେ ଓଡ଼ିଆ ଭାଷା ବିଶ୍ୱ ଦରବାରରେ ପହଞ୍ଚିଥିବା ବେଳେ କାହାଣୀକୁ ଅତି ନିଆରା ଢଙ୍ଗରେ ଉପସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

ଇରାନ ବିରୋଧରେ ଯୁଦ୍ଧରେ ଯୋଗଦେବ ପାକିସ୍ତାନ? ସାଉଦି ଆରବ ଉପରେ ହୁଥିଙ୍କ କ୍ଷେପଣାସ୍ତ୍ର ମାଡ଼ ପରେ ରାଗିଲା ଇସଲାମାବାଦ

ଇସଲାମାବାଦ,୧୭।୭: ଇରାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜକୁ ଏକ ସଂଘର୍ଷରେ ଫସାଇପାରେ। ୟେମେନର ହୁଥି…

ଜିଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ, ଖେଳିଗଲା ଆତଙ୍କ

ଝାରସୁଗୁଡ଼ା, ୧୭।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଓ ଦୌରା ଜଜ୍‌ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଏକ ସମ୍ବେଦନଶୀଳ…

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍‌ ଇତିହାସରେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ…

ଅବସର ନେବେ ନାହିଁ ରୋହିତ ଶର୍ମା! ‘ହିଟମ୍ୟାନ’ଙ୍କୁ ନେଇ ଏମିତି କହିଦେଲେ କୋଚ

ନୂଆଦିଲ୍ଲୀ,୧୭।୭: ଦ୍ୱିତୀୟ ଦିନିକିଆରେ ପୁଣି ଥରେ ବିଫଳ ହେବା ପରେ, ତୃତୀୟ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri