୨୨ ମହଣର ପଥର ବଖାଣୁଛି ବୀରତ୍ୱ ଗାଥା

ବାସୁଦେବପୁର, ୧୦।୧(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ଏକ ଐତିହ୍ୟ ସମ୍ପନ୍ନ ଅଞ୍ଚଳ। କଥିତ ଅଛି, ମଧ୍ୟଯୁଗରେ ବାସୁଦେବପୁର ଏକ ପ୍ରଗଣା ଭାବେ ଗଢ଼ି ଉଠିଥିଲା। ବର୍ତ୍ତମାନର ବାସୁଦେବପୁର ସହରର ଅଂଶବିଶେଷ ଭେଡ଼ାଆଙ୍କୁଡ଼ାରେ ଥିଲା ରାଜଉଆସ। ରାଜା ଶାସନର ଅବସାନ ପରେ ରାଜଉଆସର ଆଉ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ତେବେ ଅତୀତର ଗଡଖାଇ ସମେତ ଆଖଡ଼ାଶାଳ, ମଲ୍ଲମାନଙ୍କ ବସବାସ ଲାଗି ଗଢ଼ି ଉଠିଥିବା ମଲ୍ଲସାହି(ମାଲୁସାହି), ସାଆନ୍ତାଣୀ ପୋଖରୀ, କଚେରିବାଡ଼ି, କେତେକ ଦେବଦେବୀ ମନ୍ଦିର ଓ ରାଜାଙ୍କ ଘର ସାମ୍ନାରେ ପଡ଼ିଥିବା ୨୨ ମହଣ ଓଜନର ପଥର ରାଜଉଆସର ମୂକସାକ୍ଷୀ ହୋଇ ରହିଛି। ୨୨ ମହଣ ଓଜନର ପଥର ବଖାଣୁଛି ରାଜଶାସନ ସମୟର ବୀରତ୍ୱର ଗାଥା।
ବାସୁଦେବପୁର ସହରଠାରୁ ପ୍ରାୟ ଅଧ କି.ମି. ଦୂରରେ ଥିବା ଗଡଖାଇ ଏବେ ଅଧାପୋତା ଅବସ୍ଥାରେ। ଏଠାକାର ରାଜବଂଶର ପ୍ରଥମ ରାଜା ଥିଲେ ବାସୁଦେବ ସୁଢ଼ଳଦେବ ହରିଚନ୍ଦନ ଭୂୟଁା ଚୌଧୁରୀ। ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ବାସୁଦେବପୁର ହୋଇଥିବା ଐତିହାସିକମାନେ ମତ ଦିଅନ୍ତି। ଏହି ରାଜବଂଶର ପ୍ରଥମ ରାଜାଙ୍କଠାରୁ ଏହାମଧ୍ୟରେ ୯ ପିଢ଼ି ଉତ୍ତରାଧିକାରୀଙ୍କ ଦେହାନ୍ତ ହୋଇଥିବା ନେଇ ରାଜ ପରିବାର ସୂତ୍ରରୁ ମିଳିଥିବା ବଂଶାନୁକ୍ରମିକ ବିବରଣୀରୁ ଜଣାପଡ଼ିଛି। ଗତ ସପ୍ତାହରେ ଏହି ରାଜବଂଶର ୯ମ ରାଜା ଚୌଧୁରୀ ଉଦୟ ନାରାୟଣ ରାୟଙ୍କ ଦେହାନ୍ତ ହୋଇଛି। ବାସୁଦେବପୁରର ଐତିହ୍ୟ ଗୌରବାବହ ହୋଇଥିଲେ ମଧ୍ୟ ଏହାର ସୁରକ୍ଷା ଲାଗି ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗଡ଼ଖାଇ ମଧ୍ୟବର୍ତ୍ତୀ ଅଞ୍ଚଳରେ ପଡ଼ି ରହିଥିବା ୨୨ ମହଣ ଓଜନର ପଥରକୁ ନେଇ ଏକ ରୋଚକ ଜନଶ୍ରୁତି ରହିଛି। ରାଜା ଶାସନ ସମୟରେ ମଲ୍ଲଯୁଦ୍ଧ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଦୈନନ୍ଦିନ କୁସ୍ତି କସରତ ଅଭ୍ୟାସ କରାଯାଉଥିଲା। ବୀରତ୍ୱ ପ୍ରଦର୍ଶନ କ୍ଷେତ୍ରରେ ଏହି ରାଜବଂଶର ଯଥେଷ୍ଟ ପ୍ରାଧାନ୍ୟ ରହିଥିଲା। ପୂର୍ବରୁ ରାଜାଙ୍କ ଆଖଡ଼ାଶାଳରେ ଥିବା ୨୨ ମହଣ ଓଜନର ଗୋଲାକୃତି ମାଙ୍କଡ଼ା ପଥରକୁ ରାଜା ଓ ମଲ୍ଲଯୋଦ୍ଧାମାନେ ଛାତିରେ ରଖି, ଉଠାପକା କରି ଶକ୍ତି ପ୍ରଦର୍ଶନ କରୁଥିଲେ। ଏହାକୁ ଶୁଭପଥର ଭାବେ ଗଣା ଯାଉଥିଲା। ଜନଶ୍ରୁତି ଅଛି ଯେ ରାଜଉଆସ ନିକଟବର୍ତ୍ତୀ ଗ୍ରାମ ଭୈରବପୁରର ବାଳା ଅଗସ୍ତୀ ନାମକ ଜଣେ ବ୍ରାହ୍ମଣ ରାଜପୁରୋହିତ ଥିଲେ। ତାଙ୍କ ପୁତ୍ର ଗୋପାଳ ବେଶ୍‌ ହୃଷ୍ଟପୁଷ୍ଟ ଓ ଶକ୍ତିମାନ ଥିଲେ। ସେ ଅବିବାହିତ ଥିଲେ। ଯୁବକ ଗୋପାଳଙ୍କ ବୀରତ୍ୱ କଥା ଶୁଣି ରାଜା ଚୌଧୁରୀ ବଳଭଦ୍ରରାୟ ତାଙ୍କୁ ଆଖଡ଼ାଶାଳକୁ ଡକାଇ ଶକ୍ତି ପ୍ରଦର୍ଶନ କରିବାକୁ କହିଥିଲେ। ଗୋପାଳ ନିଜ ଶକ୍ତି ପ୍ରଦର୍ଶନ କରି ସେହି ପଥରକୁ ଉଠାଇ କାନ୍ଧରେ ବୋହି ଏକାକୀ ଆଖଡ଼ାଶାଳରୁ ରାଜାଙ୍କ ଉଆସ ସାମ୍ନା ବଉଳପୋଖରୀ ଆଡ଼ିକୁ ଆଣି ୨୨ ହାତ ଦୂରକୁ ଫୋପାଡ଼ି ଦେଇଥିଲେ। ଗୋପାଳଙ୍କ ଏଭଳି ବୀରତ୍ୱ ଦେଖି ରାଜା ଖୁସିରେ ତାଙ୍କୁ ୨୨ ମାଣ ଜମି ଦାନ କରିଥିଲେ। ଗୋପାଳଙ୍କର ବଂଶଧରମାନେ ପିଢ଼ି ଅନୁସାରେ ଏହି ଜମିକୁ ଭୋଗ ଦଖଲ କରି ଆସୁଛନ୍ତି। ଏହି ପଥର ସେବେଠାରୁ ଆଉ ଆଖଡ଼ାଶାଳକୁ ଫେରିପାରି ନାହିଁ, ଯାହାକି ରାଜା ଉଆସ ସାମ୍ନା ଏକ ପାର୍ଶ୍ୱରେ ପଡ଼ିରହିଛି। ଏହି ପଥର ରାଜ ପରିବାରର ଗର୍ବ ଓ ବୀରତ୍ୱର ପ୍ରତୀକ ବୋଲି ରାଜ ପରିବାରର ବଂଶଧର ଚୌଧୁରୀ ପ୍ରସନ୍ନ କୁମାର ରାୟ କହିଛନ୍ତି। ଅତୀତର ଏସବୁ ସ୍ମାରକୀର ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ବୟୋଜ୍ୟେଷ୍ଠ ବ୍ୟକ୍ତି ମଧୁସୂଦନ ମହାନ୍ତି, ମୃତ୍ୟୁଞ୍ଜୟ ଅଗସ୍ତୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଶାସନ ରାଉତଙ୍କ ସମେତ ଅଞ୍ଚଳବାସୀ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ କହିଛନ୍ତି, ଅତୀତ କୀର୍ତ୍ତିରାଜିର ସୁରକ୍ଷାର ଆବଶ୍ୟକତା ରହିଛି। ସେ ନୂତନ ଭାବେ ଯୋଗ ଦେଇଥିବାରୁ ଏ ବିଷୟରେ ବିଶେଷ ଅବଗତ ନାହାନ୍ତି। ତେବେ ପ୍ରଶାସନ ପକ୍ଷରୁ ଅନୁସନ୍ଧାନ କରାଯାଇ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri