୨୨ ବର୍ଷ ପରେ ଲଣ୍ଡନରେ ପହଞ୍ଚିଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ

ଲଣ୍ଡନ,୯।୧: ୨୨ ବର୍ଷ ପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଗସ୍ତରେ ଲଣ୍ଡନରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାରତ-ବ୍ରିଟେନ ପ୍ରତିରକ୍ଷା ସହଭାଗୀତାର ସମସ୍ତ ଦିଗ ଉପରେ ଧ୍ୟାନ କରିଛନ୍ତି। ସିଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଉପରେ ଆଲୋଚନା କରିବେ। ଏହି ଗସ୍ତ ସମୟରେ ପ୍ରତିରକ୍ଷା, ସୁରକ୍ଷା ଏବଂ ଶିଳ୍ପ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଗଭୀର ଆଲୋଚନା ହେବ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରତିନିଧୀ ଦଳ ମଧ୍ୟ ସିଂଙ୍କ ସହ ଅଛନ୍ତି। ଏଥିରେ ଡିଆର୍‌ଡିଓ, ସେବା ମୁଖ୍ୟାଳୟ, ପ୍ରତିରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଛନ୍ତି। ସିଂ ବ୍ରିଟିଶ ପ୍ରତିରକ୍ଷା ସଚିବ ଗ୍ରାଣ୍ଟ ଶାପ୍ସଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ବୈଦେଶିକ ସଚିବ ଡେଭିଡ କାମେରନଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି। ଏହି ଗସ୍ତ ସମୟରେ ସେ ମହାତ୍ମା ଗାନ୍ଧୀ ଏବଂ ଡକ୍ଟର ଆମ୍ବେଦକର ମେମୋରିଆଲ ପରିଦର୍ଶନ କରିବେ। ଏହା ପରେ ସେ ଇଣ୍ଡିଆ ହାଉସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲଣ୍ଡନ,୨୦ା୩: ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୁତୁରା ହେଲେ ଦେବାଳିଆ, ସମ୍ପତ୍ତି ନିଲାମ କରିବ ଲଣ୍ଡନ ପ୍ରଶାସନ

ଇସଲାମାବାଦ,୨୦।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପୁଅ ଦେବାଳିଆ ହୋଇଯାଇଛନ୍ତି। ଲଣ୍ଡନ ପ୍ରଶାସନ ନୱାଜ ସରିଫଙ୍କ ପୁଅ ହାସନ ନୱାଜଙ୍କୁ 2025 ବର୍ଷର ଋଣ...

Pakistan Richest Person: ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କିଏ ଜାଣନ୍ତୁ, ସାରା ବିଶ୍ୱରେ ବିଛାଇଛନ୍ତି କମ୍ପାନୀ

ଇସଲାମାବାଦ୍‌,୨୦।୩: ଗରିବ ପାକିସ୍ତାନୀଙ୍କ ଅବସ୍ଥା ବିଷୟରେ ସାରା ବିଶ୍ୱ ଜାଣେ। ପଡ଼ୋଶୀ ଦେଶର ଋଣ ପ୍ରତି ପାଞ୍ଚ ବର୍ଷରେ ଦ୍ୱିଗୁଣିତ ହୁଏ। ଏହା ଉପରେ, ୧୯୯୭...

ପୁଣି ଭାରତକୁ ଧମକ ଦେଲେ ଟ୍ରମ୍ପ!

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଆଶା କରୁଛନ୍ତି ଭାରତ ଖୁବ ଶୀଘ୍ର ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଶୁଳ୍କ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଚାଇନାଠାରୁ ଫାଇଟର୍‌ ଜେଟ୍‌ କିଣିଲା ପାକିସ୍ତାନ

ଇସଲାମାବାଦ,୨୦।୩: ଭାରତ ବିରୋଧରେ ସେନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ଚାଇନା ଏବଂ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ଶେହବାଜ ସରକାର ଚାଇନାଠାରୁ କିଣିଥିବା...

ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଏବେ ଦୁଃଖରେ…ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୨୦।୩: ଆଜି ବିଶ୍ୱ ଖୁସି ଦିବସ ଏବଂ ଏହି ଅବସରରେ “ବିଶ୍ୱ ଖୁସି ରିପୋର୍ଟ 2025” ମଧ୍ୟ ପ୍ରକାଶିତ ହୋଇଛି। ଫିନଲାଣ୍ଡ ଲଗାତାର ଅଷ୍ଟମ ବର୍ଷ...

ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ଜେଲେନ୍‌ସ୍କି

କିଭ୍‌,୧୯ା୩: ରୁଷିଆ-ୟୁକ୍ରେନ୍‌ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଭୟ ପକ୍ଷଙ୍କୁ ରାଜି କରାଇବାର ଦିନକ ପରେ ତାଙ୍କୁ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri