୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର ଗତିରେ ଭାଇରାଲ ହେଉଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଐଶ୍ୱର୍ଯ୍ୟା ଗୀତ ଗାଉଥିବା ଦେଖିବାକୁ ମିଳିଛି। ଐଶ୍‌ଙ୍କ ଏହି ଭିଡିଓଟିକୁ ସୁପର ସିଙ୍ଗଙ୍ଗ୍‌ ସୁପରଷ୍ଟାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ଐଶ୍‌ ସୁପରହିଟ୍‌ ଗୀତ ‘ତେରୀ ୟାଦ୍‌ ହମ୍‌ସଫର ସୁବହ ଶାମ୍‌’ଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟାଙ୍କ ସହ ଚନ୍ଦ୍ରଚୂଡ଼ ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଗୀତଟି ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ଔର୍‌ ପ୍ୟାର୍‌ ହୋ ଗୟା’ର। ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଐଶ୍ୱର୍ଯ୍ୟା। ୧୯୯୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ବବି ଦେଓଲଙ୍କ ସହିତ ଐଶ୍ୱର୍ଯ୍ୟା ଅଭିନୟ କରିଥିଲେ। ଫିଲ୍ମଟିକୁ ଦର୍ଶକ ଖୁବ୍‌ ପସନ୍ଦ ବି କରିଥିଲେ। ଫିଲ୍ମର ଗୀତ ମଧ୍ୟ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭିଡିଓଟିକୁ ଦେଖି ୟୁଜର୍ସ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କ ଆଗରେ ସମସ୍ତେ ଫେଲ୍‌। ଆଉ ଜଣେ ୟୁଜର ଲେଖିଛନ୍ତି, ଐଶ୍ୱର୍ଯ୍ୟାଙ୍କ ପ୍ରତି କନ୍‌ଫିଡେନ୍ସ ଆହୁରି ବଢ଼ିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁକେଟରେ ନୂଆବର୍ଷ ପାଳିବେ ଏକତା

ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍‌ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ...

କୋଇଲା କମ୍ପାନୀରେ କାମ କରୁଥିଲେ ଅମିତାଭ

ଟେଲିଭିଜନର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିକୁ ହୋଷ୍ଟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ରେ ଅମିତାମ ପ୍ରତିଯୋଗୀଙ୍କ ସହ ନିଜ ବ୍ୟକ୍ତି ଜୀବନର...

ନବଜାତ ପୁଅ ସହ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌତମ ଚୋପ୍ରା ୨ ମାସ ପୂର୍ବେ ନିଜ ମା’ବାପାଙ୍କୁ ହରାଇଥିଲେ। ଏହା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିଲା। କିନ୍ତୁ...

ସମକାଳୀନ କାହାଣୀ ଉପରେ: ଓଡ଼ିଶୀ ଏକ ଭଲ ଚିନ୍ତାଧାରା

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତରେ ଜଣେ ପରିଚିତ ଚେହେରା ମଧୁଲିତା ମହାପାତ୍ର। ଜଣେ ପ୍ରତିଭାବାନ୍‌ ଯୁବ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ଦେଶ ବାହାରେ ଓଡ଼ିଶୀ...

୯୦ବର୍ଷରେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କଲେ ସୁର ସମ୍ରାଜ୍ଞୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଲତା ମଙ୍ଗେସ୍‌କର ପ୍ରାୟ ଟୁଇଟରରେ ଟୁଇଟ୍‌ କରିଥାଆନ୍ତି। ଟୁଇଟ୍‌ର କିଛି ସମୟ ମଧ୍ୟରେ ଏହା ଲୋକଙ୍କ ପାଇଁ...

‘ଗଙ୍ଗୁବାଈ କାଠିୟାଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ବି-ଟାଉନର ସବୁ କଳାକାରଙ୍କ ସ୍ବପ୍ନ, ଜୀବନରେ ଥରେ...

ନିଜ ଝିଅକୁ ଭୟ କରନ୍ତି ଏହି ଲୋକପ୍ରିୟ ଅଭିନେତା, ଜାଣନ୍ତୁ କାହିଁକିି

ବଲିଉଡ ଅଭିନେତା ଚଙ୍କି ପାଣ୍ଡେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ତାଙ୍କ ପରି ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ଇଣ୍ଡଷ୍ଟ୍ରିରେ ଧୀରେ ଧୀରେ ନାଁ...

ଜାହ୍ନବୀଙ୍କ ଡ୍ରେସକୁ ନେଇ ଏମିତି କହିଲେ କ୍ୟାଟ୍ରିନା : କଡ଼ା ଜବାବ ଦେଲେ ସୋନମ

ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ନେଇ କହୁ କହୁ ଏକ ବଡ଼ କଥା କହିଦେଇଛନ୍ତି କ୍ୟାଟ୍ରିନା କୈଫ୍‌। ଏହି କଥାର କଡ଼ା ଜବାବ ରଖିଛନ୍ତି ସୋନମ କପୁର।...


Coronavirus Update

Archives

Model This Week

Why Dharitri