୨୨ରେ ଜିଲାପାଳ ଅଫିସ ଘେରିବ କଂଗ୍ରେସ

ଯାଜପୁର ଟାଉନ,୨୧।୧୧(ଡି.ଏନ.ଏ.): ଜିଲା କଂଗ୍ରେସ ପକ୍ଷରୁ ଆସନ୍ତା ୨୨ତାରିଖ ଜିଲାପାଳଙ୍କ ଅଫିସ ଘେରାଉ କରାଯାଇ ଗଣଧାରଣା ଦିଆଯିବ ବୋଲି ଜିଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି ା ଦେଶରେ ଚରମ ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି ହେବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି, ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି କାଟ ମଧ୍ୟ ବଢିଛି। ଦୀର୍ଘଦିନ ହେଲା ଏହି ସମସ୍ୟା ଜାରି ରହିଥିବାବେଳେ ଏନ୍‌ଡିଏ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିନେଇ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ରାଉତଙ୍କ ଅଧ୍ୟକ୍ଷତାକ୍ରମେ ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଜ୍ଞାନଦେବ ବେହୁରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ବିପୁଳ ସଫଳ କରିବା ପାଇଁ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତା, ସଂଗଠକ ଓ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପ୍ରାର୍ଥୀ ହୋଇଥିବା ନେତୃବୃନ୍ଦଙ୍କୁ ଆହ୍ବାନ ଦେଇଥିଲେ। ଗତ ସାଧାରଣ ନିର୍ବାଚନରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ମାନସ ଜେନା, ଯାଜପୁର ବିଧାନସଭା ଆସନର ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, କୋରେଇର ବନ୍ଦିତା ପରିଡା, ବିଞ୍ଝାରପୁରର ମନୋରଞ୍ଜନ ଦାସ, ବଡଚଣାର ଅଜୟ ସାମଲ, ବରୀର ଉମେଶ ଜେନା, ଜିଲା କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ ଓ ବଳଭଦ୍ର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନ ନେଲେ କଟିପାରେ ଦରମା

ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଟିକା ଦିଆଯାଉଛି। ତେବେ ଅଧିକାଂଶ କୋଓ୍ବିନ୍‌ ଆପ୍‌ରେ...

ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦର ପ୍ରତିବାଦ: ଧାରଣାକୁ ଓହ୍ଲାଇଲେ ଉପଭୋକ୍ତା

ବରଗଡ଼ ଅଫିସ୍‌/ଅତାବିରା,୧୧।୯ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗାଠାରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଶାଖା ଉଚ୍ଛେଦ କରାଯିବା ନେଇ ଅଞ୍ଚଳରେ ତୀବ୍ର...

ମଦ ଦୋକାନ ସିଲ୍‌ କଲା ପୋଲିସ

କେନ୍ଦୁଝର,୨୯ା୫(ସ୍ବ.ପ୍ର./ଡି.ଏନ.ଏ.): କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ନରଣପୁର ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଟାଉନ ପୋଲିସ ଶନିବାର...

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା ଦେଲେ ଛାତ୍ରୀଛାତ୍ର

ପାପଡ଼ାହାଣ୍ଡି,୧ା୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଖର୍କି ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସସିସ୍‌ ନାଗଙ୍କ ବଦଳି ପ୍ରତିବାଦରେ ଗୁରୁବାର ବିଦ୍ୟାଳୟ ଆଗରେ...

୨ ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ୍‌: ବରିମୁଣ୍ଡା ରାସ୍ତାରେ ଲୁଟେରା-ମହିଳା ଧସ୍ତାଧସ୍ତି

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡା ଗଁ। ରାସ୍ତା ଏବଂ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ-୨ ଅଞ୍ଚଳରେ ଶୁକ୍ରବାର ୨ଜଣ ମହିଳାଙ୍କ...

ସାପ କାମୁଡାରେ ଯୁବକଙ୍କ ପ୍ରାଣଗଲା

ସୋର, ୨୯।୯(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଅର୍ଜୁନ ସାହୁ (୩୬)ଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଛି। ଯୁବକ ଜଣକ ଶନିବାର ଅପରାହ୍ନରେ...

ସର୍ବଭାରତୀୟ ହିନ୍ଦୀ ନାଟକ ପ୍ରତିଯୋଗିତା: ‘କଳାପରିଷଦ’ ହାତେଇଲା ୧୬ ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୧:  ପୁଣିଥରେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର କଳାକାର। ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସଂସ୍କାର ଭାରତୀ ନାଟ୍ୟାନୁଷ୍ଠାନର ନାଟ୍ୟକେନ୍ଦ୍ର ପରିସରରେ ୬ଦିନ ଧରି...

ହାର୍‌ ମାନିନାହାନ୍ତି ପଞ୍ଚାନନ

ଭଦ୍ରକ ଅଫିସ,୩।୧୨: ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ ମାନିଛି ଅକ୍ଷମତା। ମନୋବଳ ଦୃଢ଼ ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ...

Advertisement
Archives

Model This Week