୨୨ରୁ ଜୀ ସାର୍ଥକ ରେ ‘ସୌଭାଗ୍ୟବତୀ’

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ମନୋରଞ୍ଜନ ଯୋଗାଉଥିବା ଜୀ ସାର୍ଥକ ଆଉ ଏକ ନୂଆ ମେଗା ଧାରାବାହିକ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଧାରାବାହିକର ନାମ ହେଉଛି ‘ସୌଭାଗ୍ୟବତୀ’। ସପ୍ତାହରେ ପ୍ରତି ସୋମବାରରୁ ଶନିବାର ରାତି ୯ଟାରେ ଏହାର ପ୍ରସାରଣ ହେବ। ଦୁର୍ଭାଗ୍ୟର ଶିକୁଳିରେ ବନ୍ଧା ସମ୍ପର୍କର ସମାହାରକୁ ମୁକୁଳାଇବା ପାଇଁ ସୌଭାଗ୍ୟ ନେଇ ଆସିଥିବା ସ୍ତ୍ରୀର କାହାଣୀ ହେଉଛି ‘ସୌଭାଗ୍ୟବତୀ’। ଏଥିରେ ନାୟିକା ଭୂମିକାରେ ଦେବସ୍ମିତା ଥିବାବେଳେ ନାୟକ ଭୂମିକାରେ ଆଶିଷ ରହିଛନ୍ତି। ଶିଶୁ କଳାକାର ପ୍ରସିଦ୍ଧିଙ୍କୁ ଏଥିରେ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ଅଶ୍ରୁମୋଚନ, ଜର୍ଜ ତିଆଡ଼ି, ଇଶା, ବିରାଜ ଦାସ, ପିଙ୍କି, ସ୍ମରଣିକା ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ‘ଓମ୍‌ ସାଇ ପ୍ରଡ଼କ୍ସନ’ ବ୍ୟାନରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ଏହି ଧାରାବାହିକର ପ୍ରଯୋଜନା କରିଛନ୍ତି। ଏହି ଧାରାବାହିକଟି ମନୋରମ କାହାଣୀ ଏବଂ ଏହା ପ୍ରସାରଣ ହେବା ପରେ ଓଡ଼ିଆ ପରିବାରର ପ୍ରତିବିମ୍ବ ଏହାକୁ ଜନାଦୃତ କରିବ ବୋଲି ଜୀ ସାର୍ଥକ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା...

ଲେଡି ଲଭ୍‌ଙ୍କ ସହ ଜନ୍ମଦିନ ପାଳିଲେ ଅର୍ଜୁନ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ୟାରିସର ସବୁଠାରୁ ରୋମାଣ୍ଟିକ ସହରରେ ଅର୍ଜୁନ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ...

ନୁସ୍‌ରତ ଇନ୍‌ଷ୍ଟାଗ୍ରାମରେ ଶେୟାର କଲେ ରୋମାଣ୍ଟିକ୍‌ ଫଟୋ

ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ରିସେପ୍‌ଶନ ୪ ଜୁଲାଇରେ କଲିକତାର ଆଇଟିସି ରୟାଲ ହୋଟେଲରେ ସମ୍ପନ୍ନ ହୋଇଛି। ପାର୍ଟିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ...

କିରଣ ଖେରଙ୍କୁ ବ୍ଲଡ୍‌ କ୍ୟାନସର

ମୁମ୍ବାଇ,୧।୪: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପାର ଚଣ୍ଡିଗଡ଼ ଲୋକ ସଭା ଆସନ ଏମ୍‌ପି କିରଣ ଖେର୍‌ଙ୍କୁ ବ୍ଲଡ୍‌ କ୍ୟାନସର ହୋଇଛି। ତାଙ୍କର ଚିକିତ୍ସା ମୁମ୍ବାଇର କୋକିଳା...

ମୋର ବିବାହ ବୟସ ହୋଇସାରିଛି କହି ଏହି ଅଭିନେତ୍ରୀଙ୍କୁ ପ୍ରପୋଜ୍‌ କରିଥିଲେ ସଲ୍‌ମାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ସଲ୍‌ମାନ ଖାନ୍‌ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ...

ଅଟୋରେ ଗଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍‌ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା...

ରିଲିଜକୁ ୪ ସପ୍ତାହ ପରେ ବି କମିନି କେଜିଏଫ୍‌ -୨ କ୍ରେଜ୍‌

ଫିଲ୍ମ କେଜିଏଫ୍‌ -୨ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହିଛି। ଫିଲ୍ମ ରିଲିଜକୁ ୪ ସପ୍ତାହ ହୋଇଥିଲେ ସୁଦ୍ଧା ଏହାର କ୍ରେଜ୍‌ କମି ନାହିଁ। ଫିଲ୍ମଟି ୧୦୦...

୧୫୦୦ ଏପିସୋଡ୍‌ରେ ଦୁର୍ଗା

ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଦୁର୍ଗା’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ନିକଟରେ ଏହାର ୧୫୦୦ତମ ଏପିସୋଡ୍‌ ପ୍ରସାରିତ ହୋଇଛି। ତରଙ୍ଗ ଚ୍ୟାନେଲରେ...

Advertisement
Archives

Model This Week