Posted inଖେଳ

୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି: ସୁମନ ଦେବୀଙ୍କୁ ଭାରତୀୟ ଦଳର ନେତୃତ୍ୱ

ନୂଆଦିଲ୍ଲୀ, ୨୧।୫(ପି.ଟି.)- ଆୟର୍ଲାଣ୍ଡର ଡବ୍‌ଲିନଠାରେ ଚଳିତ ମାସ ୩୧ରୁ ଆରମ୍ଭ ହେବାକୁ ଥିବା ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ସୁମନ ଦେବୀ ଥୋଦମ୍‌ଙ୍କୁ ଭାରତୀୟ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବାବେଳେ ଗଗନଦୀପ କୌରଙ୍କୁ ଉପଅଧିନାୟିକା ନିଯୁକ୍ତ କରାଯାଇଛି। ଏହି ଦଳରେ ଓଡ଼ିଶାର ମାରିଆନା କୁଜୁର ଓ ଅଜମିନ କୁଜୁର ସ୍ଥାନ ପାଇଛନ୍ତି।

ଦଳ ପ୍ରଥମେ ଆୟର୍ଲାଣ୍ଡ ଗସ୍ତ କରି ସେଠାରେ ଘରୋଇ ଜାତୀୟ ଦଳ ଏବଂ ପରେ କାନାଡା ଜୁନିୟର ମହିଳା ଦଳ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଯଥାକ୍ରମେ ମେ ୨୮ ଓ ୨୯ରେ ଖେଳିବ। ଏହାପରେ ଭାରତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ। ଭାରତ ବ୍ୟତୀତ ଘରୋଇ ଆୟର୍ଲାଣ୍ଡ, କାନାଡା ଓ ସ୍କଟ୍‌ଲାଣ୍ଡ ମେ ୩୧ରୁ ଜୁନ ୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି। ଏହାପରେ ଭାରତୀୟ ଦଳ ଜୁନ ୬ରେ ଆୟର୍ଲାଣ୍ଡ ଦଳ ସହ ଆଉ ଏକ ମ୍ୟାଚ୍‌ ଖେଳିବ। ଏହାପରେ ଭାରତୀୟ ଜୁନିୟର ଦଳ ବେଲାରୁଷ ଗସ୍ତ କରି ସେଠାରେ ଜୁନ ୯ରୁ ୫ଟି ଦ୍ୱିପାକ୍ଷିକ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।
ଭାରତୀୟ ଦଳ: ବିଚୁ ଦେବୀ ଖାରିବାମ, ଖୁସ୍‌ବୁ (ଉଭୟ ଗୋଲକିପର), ସୁମନ ଦେବୀ ଥୋଦମ (ଅଧିନାୟିକା), ଇଶିକା ଚୌଧାରୀ, ପ୍ରିୟଙ୍କା, ମହିମା ଚୌଧାରୀ, ଗଗନଦୀପ କୌର (ଉପଅଧିନାୟିକା), ସିମରନ ସିଂ (ସମସ୍ତେ ଡିଫେଣ୍ଡର୍ସ), ପ୍ରୀତି, ମାରିଆନା କୁଜୁର, ଚେତନା, ଅଜମିନ କୁଜୁର, ବଲ୍‌ଜିତ୍‌ କୌର (ମିଡ୍‌ଫିଲ୍ଡର), ମୁମୁତାଜ ଖାନ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌, ଶର୍ମିଳା ଦେବୀ, ରୀତା ଓ ଲାଲରିଣ୍ଡିକି (ସମସ୍ତେ ଫର୍‌ଓ୍ବାର୍ଡ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri