୨୧ ଦିନିଆ ସ୍ବତନ୍ତ୍ର ଛୁଟିରେ ଗଲେ ୧୧ କଏଦୀ

କେନ୍ଦୁଝର,୮ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହା କରୋନା ମୁକାବିଲା ଦିଗରେ ସମସ୍ୟା ସୃଷ୍ଟି କରିବା ଆଶଙ୍କା କରି ସରକାର ବିଚାରାଧିନ ବନ୍ଦୀଙ୍କୁ ଅନ୍ତରୀଣ ଜାମିନ ଓ ପାରୋଲରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ନିଶା କାରବାର,ବଳାକତ୍ାର,ଯୌନ ନିର୍ଯାତନା,ଏସିଡ୍‌ ମାଡ଼ ମାମଲାରେ ଅଭିଯୁକ୍ତ କିମ୍ବା ଦଣ୍ଡିତ ବ୍ୟକ୍ତିଙ୍କୁ ବାଦ ଦେଇ ଅନ୍ୟ କଏଦୀଙ୍କୁ ଛାଡିବାର ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ବିଭିନ୍ନ ଅପରାଧରେ କାରାଦଣ୍ଡ ଭୋଗୁଥିବା ୩୨ଜଣ କଏଦୀଙ୍କୁ ୨୧ ଦିନିଆ ସ୍ବତନ୍ତ୍ର ଛୁଟିରେ(ଫଲୋ) ଛଡା ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। କେନ୍ଦୁଝର ମୁଖ୍ୟ କାରାଗାର କର୍ତ୍ତୃପକ୍ଷ ମଙ୍ଗଳବାର ୩ ଏବଂ ବୁଧବାର ୮ଜଣ କଏଦୀଙ୍କୁ ୨୧ ଦିନଆ ସ୍ବତନ୍ତ୍ର ଛୁଟିରେ ଛାଡ଼ିଛନ୍ତି। ଏହି କଏଦୀମାନେ ପୂର୍ବରୁ ମଧ୍ୟ ସ୍ବତନ୍ତ୍ର ଛୁଟିରେ ଯାଇ ଠିକ୍‌ ସମୟରେ ଫେରି ଆସିଥିଲେ। ବୁଧବାର କାରାଗାର କର୍ତ୍ତୃପକ୍ଷ କଏଦୀମାନଙ୍କ ପରିବାର ଲୋକଙ୍କୁ ଡାକି ଦସ୍ତାବିଜ୍‌ ଯାଞ୍ଚ କରିଥିଲେ। ବାମେବାରୀ ଥାନା ଅଞ୍ଚଳର ଶତୃଘ୍ନ ମାଝୀ,ମାଖନ ମାଝୀ,ସଦର ଥାନା ଅଞ୍ଚଳର ସୁନାକର ବେହେରା, କ୍ଷେତ୍ର ମୁଣ୍ଡା, ବିପିନ ଦେହୁରୀ, ନୟାକୋଟ ଥାନା ଅଞ୍ଚଳର ମାସା ମୁଣ୍ଡା, ତେଲକୋଇ ଥାନା ଅଞ୍ଚଳର ଶିବଚରଣ ମହାନ୍ତ, ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳର ନବକିଶୋର ନାୟକଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜେଲ କମିଟି ପକ୍ଷରୁ ଏକ ସମୀକ୍ଷା ବୈଠକ ଜିଲା ଜଜ୍‌ ବେଣୁଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାପାଳ ଆଶିଷ ଠାକ୍‌ରେ,ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସୌଦାମିନୀ ବିଶ୍ୱାଳଙ୍କ ସମେତ କେନ୍ଦୁଝର, ଚମ୍ପୁଆ, ଆନନ୍ଦପୁର ଓ ବଡବିଲ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri