୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଣପୁର ବ୍ଲକ ଜେଇ

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର କନିଷ୍ଠଯନ୍ତ୍ରୀ(ଜେଇ) ଦୁର୍ଗା ପ୍ରସାଦ ଦଳେଇ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭୁବନେଶ୍ୱର ଭିଜିଲାନ୍ସ ହାତରେ ସୋମବାର ଧରା ପଡିଛନ୍ତି। ଭିଜିଲାନ୍ସ ଦୁର୍ଗା ପ୍ରସାଦଙ୍କ ନଁାରେ ନଂ. ୪୨/୧୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଦୁର୍ଗା ପ୍ରସାଦଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ବାଣପୁରର ମସ୍‌ଜିଦ୍‌ର ଏକ ବିଲ୍ଡିଂ କରିବାକୁ ୨ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବାଣପୁରର ମଗବୁଲ କଳାପାହାଡ ପାଇଥିଲେ। ୨ ଲକ୍ଷ ଟଙ୍କାର ବିଲ୍‌ ମଞ୍ଜୁର ପାଇଁ ଜେଇ ଦୁର୍ଗା ପ୍ରସାଦ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମଗବୁଲ୍‌ ହଁ କରି ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୨ଟାରେ ବ୍ଲକ କାଯର୍ର୍‌ୟାଳୟ ଭିତରେ ମଗବୁଲ୍‌ ଲାଞ୍ଚ ଦେଇ ଫେରିବା ପରେ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିଥିଲା। ଅନ୍ୟପକ୍ଷେ କିଛି କାଗଜପତ୍ର ମଧ୍ୟ ଅନୁରୂପ ଭାବେ ଜବତ ହୋଇଛି। ଭୁବନେଶ୍ୱର ଡିଭିଜନର ଭିଜିଲାନ୍ସ ଡିଏସ୍‌ପି ଅନୁପମା ମହାପାତ୍ର ଓ କେ.ବି. ଆଚାର୍ଯ୍ୟ ଚଢାଉର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ୭୪୮ ଅଭିଯୋଗ ପଞ୍ଜୀକୃତ

ମହାକାଳପଡା, ୨୨ା୧୦(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେକର୍ଡ ସଂଖ୍ୟକ ୭୪୮ ଅଭିଯୋଗ ପଞ୍ଜିକୃତ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌ ସାକ୍ଷୀଗୋପାଳ, ୭।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ଜିଆର୍‌ଏସ୍‌ ଛବି ନାରାୟଣ ପଣ୍ଡା ଲାଞ୍ଚ...

ଜନବସତିରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌କୁ ବିରୋଧ

ବାଲେଶ୍ୱର ଅଫିସ, ୨୯।୧-ବାଲେଶ୍ୱର ମ୍ୟୁନିସିପାଲିଟି ଅନ୍ତର୍ଗତ ୨୯ ନମ୍ବର ୱାର୍ଡ଼ର ଶ୍ରୀକଣ୍ଠପୁର କ୍ୟାଥୋଲିକ୍‌ ପଡ଼ାରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌ ଖୋଲାଯିବାକୁ ମ୍ୟୁନିସିପାଲିଟି ପକ୍ଷରୁ ନିଷ୍ପତ୍ତିକୁ ସ୍ଥାନୀୟ...

ପ୍ରେମ ବିବାହ ପରେ ପ୍ରତାରଣା, ସ୍ବାମୀ ଗିରଫ

ଚଣ୍ଡିଖୋଲ,୩ା୧୨(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମହୀପୁର ଗ୍ରାମର ଜଣେ ଯୁବତୀ ପ୍ରେମବିବାହ ପରେ ପ୍ରତାରଣାର ଶିକାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ...

କରୋନା ମୁକାବିଲା ପାଇଁ ସହାୟତା

ଖୁଣ୍ଟା,୮ା୪(ଡି.ଏନ୍‌.ଏ.): କରୋନାର ମୁକାବିଲା ପାଇଁ ଖୁଣ୍ଟା ଅଞ୍ଚଳର କେତେକ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଛନ୍ତି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଖୁଣ୍ଟା ଶାଖାରେ ବ୍ୟାଙ୍କ ମିତ୍ର...

ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ ଗୁରୁତର

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପିପିଳିଆ ଥାନା ପିପିଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ...

ସହରରେ ବାଇକ୍‌ ପାଟ୍ରୋଲିଂ ଆରମ୍ଭ

ପୁରୀ ଅଫିସ,୧୧ା୪: କରୋନା ପାଇଁ ପୁରୀରେ ଆରମ୍ଭ ହୋଇଛି ବାଇକ୍‌ ପାଟ୍ରୋଲିଂ। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱ...

ଖେଳୁଥିବା ବେଳେ ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡରୁ ପଥର...

Advertisement
Archives

Model This Week